Suchismita Satpathy

Romance Tragedy Inspirational

3.5  

Suchismita Satpathy

Romance Tragedy Inspirational

ଆଶାର ଆଲୋକ

ଆଶାର ଆଲୋକ

3 mins
140


ବରଫ,ପାଣିର ଏକ ରୂପ । ବିଜ୍ଞାନରେ ତାର ତଥ୍ୟ ଭିନ୍ନ ମାତ୍ର ସାଧାରଣରେ ବରଫ କହିଲେ ଥଣ୍ଡା ଲାଗୁଥିବା ଏକ ପଦାର୍ଥ । ଯାହାକୁ ପିଲାମାନେ ହାତରେ ଧରି ଖେଳିବାକୁ ଭଲ ପାଆନ୍ତି । ଖରାଦିନେ କାଚ ଗ୍ଲାସରେ ଥିବା ପାଣିର ଶୋଭା ବର୍ଦ୍ଧନ ସହ ତୃଷା ମେଣ୍ଟାଇବାରେ ସାହାଯ୍ୟ କରେ । ନାରୀମାନେ ବରଫକୁ ନିଜର ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି ।  

ମାତ୍ର ବରଫକୁ ପ୍ରକୃତରେ ଅନୁଭବ କରିହୁଏ କାଶ୍ମୀର ଭଳି ସ୍ଥାନରେ ଯେଉଁଠି ତୁଷାର ପାତ ହୁଏ । ବରଫର ଗୋଲା ତିଆରି କରି ଖେଳିବା ଓ ତା ଉପରେ ଗଡିବା ଏକ ରୋମାଞ୍ଚକର କଥା । ତାର ଅନୁଭୂତି ନିଆରା । ଆଉ ସେହି ନଗରୀରେ ରହିବାର ସ୍ୱପ୍ନ ତ ଆହୁରି ନିଆରା । 

ସେହି ଅନୁଭୂତିକୁ ନେଇ ଆଜିର ଉପସ୍ଥାପନା । 

ମିମି,ଏକ ମଧ୍ୟବିତ୍ତ ପରିବାରର ଝିଅ । ପାଠପଢି ଏକ ଚାକିରୀ ଖରିବାର ଆଶା ନେଇ ତା ବାପା ମାଆ ତାକୁ ପାଠପଢାଇବାରେ କୌଣସି ହେଳା କରିନଥିଲେ । ସେ ମଧ୍ୟ ଏକ ମନ ଏକ ପ୍ରାଣ ଦେଇ ବାପା ମାଆଙ୍କ ଆଶା ପୂରଣ କରିବାରେ ଲାଗିପଡିଲା । ଭଗବାନ ମଧ୍ୟ ସହାୟ ହେଲେ । ଏକ ବେସରକାରୀ ଅନୁଷ୍ଠାନରେ ଭଲ ଦରମାରେ ଚାକିରୀ ପାଇଲା । ନିଜର ମନ ପ୍ରାଣ ଦେଇ କର୍ମକ୍ଷେତ୍ରରେ ଯୋଗଦେଲା । ନିଜର ନିଷ୍ଠାପରତା ଓ କାର୍ଯ୍ୟ ପ୍ରତି ସମର୍ପଣ ଭାବ ଯୋଗୁଁ ସେ ଅଫୀସର ସମସ୍ତଙ୍କ ପ୍ରିୟ ହିସାବରେ ଗଣତିରେ ଆସେ । ତାର ମଧ୍ୟ ସମସ୍ତଙ୍କ ପ୍ରତି ବ୍ୟବହାର ଖୁବ ଭଦ୍ର । ପିଅନ, ଚପରାସୀ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କୁ ସମଭାବେ ସମ୍ନାନ ଦିଏ । 

ଏମିତି ଭାବରେ ସମୟ ବିତେ ତାର । ଵିବାହ ସମୟ ଉପନୀତ । ଘରେ ମଧ୍ୟ ବିପି ମାଆ ଭଲ ପାତ୍ରଟିଏ ଖୋଜିବାରେ ବ୍ୟସ୍ତ । ଇତି ମଧ୍ୟରେ ଅଫିସରେ ଅଫିସର ହୋଇ ଯୋଗ ଦିଅନ୍ତି ସୁଜିତ । ବଳିଷ୍ଠ ଚେହେରା । ଦେଖିବାକୁ ଯେମିତି ଭଦ୍ର, ବ୍ୟବହାର ମଧ୍ୟ । ସେ ବି ସବୁ କର୍ମଚାରୀଙ୍କୁ ସମ ଦୃଷ୍ଟିରେ ଦେଖନ୍ତି । କିଛି ଦିନ ପରେମିମିର କାର୍ଯ୍ୟ କଳାପ ଓ ବ୍ୟବହାର ଦେଖି ତା ପ୍ରତି ଆକୃଷ୍ଟ ହେଲେ ସୁଜିତ । ପ୍ରାୟ ଅନେକ ସମୟରେ ବିଭିନ୍ନ କାର୍ଯ୍ୟ ନେଇ ତାକୁ ଡାକନ୍ତି ଏବଂ ତାର କାର୍ଯ୍ୟରେ ସ୍ପୃହା ଦେଖି ଅଧିକ ଦାୟିତ୍ୱ ଦିଅନ୍ତି । ସେ ମଧ୍ୟ ବିନା ଦ୍ୱିଧାରେ ସବୁ କାର୍ଯ୍ୟ କରିଚାଲେ । ମଝିରେ ମଝିରେ ଫୋନ ଯୋଗେ ସୁଜିତ ବିଭିନ୍ନ କାର୍ଯ୍ୟ ନେଇ ମିମି ସହ କଥା ହୁଅନ୍ତି । ଏହି କଥାବାର୍ତ୍ତା ଧିରେ ଧିରେ ବଢିବାରେ ଲାଗିଲା । ମିମି ମଧ୍ୟ ଆଫିସର ହିସାବରେ ଭଦ୍ର ଓ ନମ୍ରତାର ସହ କଥା ହୁଏ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଲା ଓ ସେମାନେ ପରସ୍ପରର ନିକଟତର ହେବାରେ ଲାଗିଲେ । ମିମି ବାବଦରେ ସବୁ କଥି ଜାଣିଥିଲେ ସୁଜିତ ଏବଂ ତାକୁ ସମ୍ମାନ ବି ଦେଉଥିଲେ । 

ଦିନେ କଥିରେ କଥାରେ ବାହାରକୁ ବୁଲିଯିବା କଥା ପଡିଲା । ସୁଜିତ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି ସବୁ କହିଲେ ଓ ମିମିକୁ ପଚାରିଲେ । ମାତ୍ର ସେ ମନ ଦୁଃଖରେ କହିଲା ଯେ କେବଳ ଘର ଓ ଅଫିସ ଛଡା ତୃତୀୟ ସ୍ଥାନ ସେ ଆଜି ପର୍ଯ୍ୟନ୍ତ ଦେଖିନାହିଁ । ତାର ଭାବିବେଗକୁ ଦେଖି ସୁଜିତ କହିଲା, ମୁଁ ତୁମକୁ ବରଫ ନଗରୀ ବୁଲେଇ ନେବି । ହଠାତ ଏ କଥା ଶୁଣି ମିମି ଏକ ଅଲଗା ଦୁନିଆକୁ ଚାଲିଗଲା ଏବଂ ସୁଜିତ ସହ ଏକ ସୁଖୀ ସଂସାର ଗଢିବାର ସ୍ୱପ୍ନରେ ମଜ୍ଜି ଗଲା । 

କିଛି ଦିନପରେ ସୁଜିତର ବାହାରକୁ ଯିବାର ଯୋଜନା ହେଲା । କିଛି ଦିନ ଛୁଟି ନେଇ ସେ ଯିବାକୁ ବାହାରିଲେ । ମିମି କିଛି ସମୟ ପାଇଁ ମନ ଦୁଃଖ କଲା ମାତ୍ର ସୁଜୀତ ତାକୁ ବୁଝେଇଲେ ଯେ ସେ ଶିଘ୍ର ଫେରିଆସିବେ ଓ ପୂର୍ବବତ୍ ତା ସହ ସମୟ ବିତେଇବେ । ସେହି ଆଶାରେ ମିମି ଅପେକ୍ଷା କରି ରହିଲା । 

ପନ୍ଦର ଦିନ କଟିଗଲା । ତା ପରଦିନ ସୁଜିତ ଅଫିସ ଆସିବ । ମନରେ କେତେ ଉନ୍ମାଦନା ଓ ଭଲ ପାଇବା ବ୍ୟକ୍ତ କରିବାର ଉତ୍ସାହ ନେଇ ନିଜକୁ ପ୍ରସ୍ତୁତ କଲା । ସମୟର ପୂର୍ବରୁ ସେ ଆଫିସ ପହଞ୍ଚି ଗଲା । ସେତେବେଳକୁ ଅଫିସର ଅନ୍ୟଜଣେ କର୍ମଚାରୀ, ଯିଏ କି କମ୍ପ୍ୟୁଟର କାମ କରନ୍ତି ସେ ଉପସ୍ଥିତ ଥିଲେ । ମିମି ତାଙ୍କର ଏତେ ଶିଘ୍ର ଅଫିସ ପହଞ୍ଚିବାର କାରଣ ଜାଣିବାକୁ ଚାହିଁବାରୁ ସେ କହିଲେ,ସାରଙ୍କ ଅନ ଲାଇନ ଟିକେଟର ନକଲ କାଢିବା ପାଇଁ ଶୀଘ୍ର ଆସିଛି । ସୁଜିତ କଥା ଶୁଣି ମିମିର ଆଗ୍ରହ ବଢିଗଲା ଓ ସେ ମଧ୍ୟ ସେ କର୍ମଚାରୀଙ୍କ ପାଖରେ ବସି ଟିକେଟ ଦେଖିବାକୁ ଲାଗିଲା । ଏତେ ଗୁଡେ ନା ଦେଖି ଏମାନେ କିଏ ପଚାରିଲାରୁ ଜାଣିବାକୁ ପାଇଲା ସେଥିରେ ତାଙ୍କ ସ୍ତ୍ରୀ ଓ ଝିଅ ସହ ଅନ୍ୟ ପରିବାର ବର୍ଗ ଅଛନ୍ତି ଓ ସେମାନେ ଛୁଟି କଟେଇବା ପାଇଁ ବରଫ ନଗରୀ କାଶ୍ମୀର ଯାଇଥିଲେ । ଏହା ଶୁଣି ମିମିର ପାଦତଳୁ ଭୂଇଁ ଖସିଗଲା ପରି ଲାଗିଲା । ସୁଜିତର ପରିବାର ଥାଇ ମଧ୍ୟ ସେ କିପରି ତା ସହ ଏମିତି ସମ୍ପର୍କ ବଢାଇବାର ଚିନ୍ତା କଲା ଏହା ଭାବି ସେ ବିବ୍ରତ ହୋଇ ପଡିଲା । ଆଖିରୁ ଲୋତକ ଗୁଡିକ ଅମାନିଆ ଝଡ ପରି ବହିବାରେ ଲାଗିଲା । ସେଠାରୁ ଉଠିଆସି ନିଜ ସ୍ଥାନାନ୍ତର ପାଇଁ ଦରଖିସ୍ତ ଲେଖିବା ସମୟରେ ମନେ ମନେ ଭାବୁଥିଲା ତାର ବରଫ ନଗରୀ ଯିବାର ଉତ୍ସାହ କଥା ଓ ନିଜକୁ ଧିକ୍କାର କରୁଥିଲା । ସତ୍ୟରେ ପରିଣତ ହେବା ପୂର୍ବରୁ ତାର ଆଶା ଆଶାରେ ହିଁ ରହିଗଲା । 

ଇତି ମଧ୍ୟରେ ସୁଜିତ ଆସି ଅଫିସରେ ପହଞ୍ଚି ସର୍ବପ୍ରଥମେ ମିମିକୁ ଡାକିଲା ଓ ତା ସହ ପୁନର୍ବାର ନିବିଡ କଥା ହେବା ଆରମ୍ଭ କଲା । ସେହି ମୁହୂର୍ତ୍ତରେ ମିମି ତାଙ୍କ ପରିବାର ସହ କାଶ୍ମୀର ଗସ୍ତ କିପରି ରହିଲା ପଚାରିବାରେ ସୁଜିତର ମୁଖ ମଣ୍ଡଳ ପୋଡି ପାଉଁଶ ପରି ହୋଇଗଲା । ସେହି ମୁହୂର୍ତ୍ତରେ ତାର ଭଦ୍ର ମୁଖାଟି କେଉଁ ଆଡେ ଚାଲିଯାଇଥିଲା । 



Rate this content
Log in

Similar oriya story from Romance