Lokanath Rath

Romance Action Classics

4.0  

Lokanath Rath

Romance Action Classics

ଆସ ,ଭିଜି ଭିଜି ହଜିଯିବା

ଆସ ,ଭିଜି ଭିଜି ହଜିଯିବା

4 mins
268



ଆରତୀ ଦେଖିଲା ଘଣ୍ଟାରେ ସମୟ ଦିନ ୧୧ଟା ବାଜିଲାଣି।ତାକୁ ବାହାରିକରି ଯିବାକୁ ହେବ ଝିଅ ଅନିତାକୁ ତା ବିଦ୍ୟାଳୟରୁ ଆଣିବା ପାଇଁ । ଏବେ ତାର ଝିଅ ଚତୁର୍ଥ ଶ୍ରେଣୀରେ ପଢୁଛି । ତାର ବିଦ୍ୟାଳୟ ଏଇ ପାଖରେ ହୋଇଥିବାରୁ ଆରତୀ ଯାଇ ତାକୁ ନେଇ ଆସେ । ଅନିତାକୁ ସକାଳେ ତା ବାପା ଅଜୟ ନେଇ ଛାଡ଼ିଦେଇ ଆସନ୍ତି । ଅଜୟ ତାଙ୍କ କାର୍ଯ୍ୟାଳୟକୁ ଦିନ ୧୦ଟା ରେ ବାହାରି ଯାଆନ୍ତି । ସେ ଗଲା ପରେ ଆରତୀ ବାକି କାମ ସାରି ଯାଏ ତା ଝିଅକୁ ଆଣିବା ପାଇଁ । ଏବେ ଘରୁ ବାହାରିଲା ବେଳେ ଆରତୀ ଦେଖିଲା ଆକାଶରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଲାଣି ।ଏହି ଅଦିନରେ ମେଘକୁ ଦେଖି ନିଜକୁ ନିଜେ କହିଲା ,'' ଏବେ କୋଉଠୁ ଏ ମେଘ ପୁଣି ଆସିଲା କେଜାଣି । ବଡ଼ ଅମାନିଆ ଏହି ମେଘ । ଯାହାହେଉ ବର୍ଷା ହେଲେ ସେଥିରୁ ନିଜକୁ ଓ ଅନିତାକୁ ଭିଜିବାରୁ ବଞ୍ଚିବା ପାଇଁ ଛତା ନେଇ ଯିବାକୁ ହେବ ।'' ଏତକ କହୁ କହୁ ଆରତୀ ଛତା ଖୋଜିବାରେ ଲାଗିଲା । ଗୋଟିଏ ପୁରୁଣା ଛତା ପାଇ ସାଙ୍ଗରେ ନେଇ ଘରୁ ବାହାରିଲା । ତାକୁ ଶୀଘ୍ର ପହଞ୍ଚିବାକୁ ହେବ । ବର୍ଷା ଆରମ୍ଭ ହେଇ ନାହିଁ । ଏତକ ଭାବି ଭାବି ଆରତୀ ଘର କବାଟ ବନ୍ଦ କରି ,ତାଲା ପକାଇ ବାହାରିଗଲା । ଅନିତାର ବିଦ୍ୟଳୟରେ ପହଞ୍ଚି ଫାଟକ ବାହାରେ ଅପେକ୍ଷା କଲା । ସେତିକି ବେଳେ ଅଜୟର ଫୋନ ଆସିଲା ଓ ସେ ଆରତୀ କୁ କହିଲା ,'' ତୁମେ ଅନିତାକୁ ଆଣିବାକୁ ଯାଇଛ ,ତାକୁ ନେଇ ଶୀଘ୍ର ଘରକୁ ଆସିବ । ମୁଁ ଏଇ ଏବେ ବାହାରି ଘରକୁ ଆସୁଛି ଗୋଟିଏ ଜରୁରୀ କାମରେ ମୋତେ ଏବେ ବାହାରି ଦୁଇ ଦିନ ପାଇଁ ବାହାରକୁ ଯିବାକୁ ହେବ । ବାଟରେ କେଉଁଠି ଆଉ ଡେରି କରିବନି ।'' ଏତକ ଶୁଣି ଆରତୀ ଭାବିଲା ,ଏତେ ଜୋରରେ ବର୍ଷା ଆସିଲାଣି ,ମୁଁ କେମିତି ଅନିତାକୁ ନେଇ ଘରକୁ ଯିବି ମୋର ସେଇ ଚିନ୍ତା ।ପୁଣି ଅଜୟ କହିଲେନି ସେ ଘରକୁ ଆସି ବାହାରି ଯିବେ । ଏବେ ଏଇ ପାଗରେ କୋଉଠି ଅଟକି କଣ ଆଉ କିଣା କିଣି କରିବି ?'' ଠିକ ସେତିକି ବେଳେ ଅନିତା ବିଦ୍ୟାଳୟର ଘଣ୍ଟି ବାଜିଲା ଓ ସବୁ ପିଲାମାନେ ବାହାରକୁ ଆସିବାକୁ ଲାଗିଲେ ।ଅନିତା ବି ହସି ହସି ବାହାରକୁ ଆସିଲା । ତାକୁ ସାଙ୍ଗରେ ନେଇ ଆରତୀ ବାହାରିଲା ଓ କହିଲା .'' ଚାଲେ ଶୀଘ୍ର ଶୀଘ୍ର ଯିବା । କେତେ ଜୋରରେ ବର୍ଷା ଆସିଲାଣି । ପୁଣି ତୋର ବାପା ଏବେ ଘରକୁ ଆସିବେ । ତୋର ଯେଉଁ ସବୁ କିଣା କିଣି କରିବାର ଥିଲା ଆମେ କାଲି କରିବା ।'' ଏତକ କହି ମା ଓ ଝିଅ କିଛି ବାଟ ଆସିଛନ୍ତି କି ନାହିଁ ଜୋରରେ ବର୍ଷା ଗାଳିବାକୁ ଲାଗିଲା । ଆରତୀ ତରତର ହୋଇ ଛତା ଖୋଲିଲା ଓ ଅନିତାକୁ ଧରି ଛତା ତଳେ ଟିକେ ଶୀଘ୍ର ଶୀଘ୍ର ଚାଲିବାକୁ ଲାଗିଲା । ଦେଖିଲା ରାସ୍ତାରେ କେତେ ଲୋକ ଭିଜି ଭିଜି ଯାଉଛନ୍ତି । ତାର ଆଣିଥିବା ଛତା ଭିତରେ ସେ ଦୁଇଜଣଙ୍କୁ ଠିକ ଭାବରେ ବର୍ଷାରୁ ରକ୍ଷା କରି ପାରୁ ନାହିଁ । ସେତିକି ବେଳେ ଅନିତା ଜାଣି ଜାଣି ବର୍ଷାରେ ଭିଜିବାକୁ ଛତା ବାହାରକୁ ଚାଲି ଯାଉଛି । ତା ଉପରେ ବିରକ୍ତ ହୋଇ ଆରତୀ ତାକୁ ଟାଣି ଆଣୁଚି । ହସି ହସି ଅନିତା କହୁଛି ,'' ମା ,ଏ ବର୍ଷା ବହୁତ ବଢିଆ ଲାଗୁଛି । ଆସ, ଭିଜି ଭିଜି ହଜି ଯିବା ଏଇ ବର୍ଷାର ପାଣିରେ ।'' ତାକୁ ରାଗିକାରୀ ଆରତୀ ଦେଖୁ ଦେଖୁ ଦେଖିଲା ଆରପଟୁ ଦୁଇଜଣ ଯୁବକ ଯୁବତୀ ଗୋଟିଏ ବାଇକରେ ବସି ବର୍ଷାରେ ଭିଜି ଭିଜି ହସି ହସି ଯାଉଛନ୍ତି । ଆରତୀର ରାଗିବା ଯେମିତି ଏକାବେଳକେ କୁଆଡେ ଉଭେଇ ଗଲା । ତାର ମନେ ପଡିଗଲା ଅଜୟ ଓ ତାର ନୂଆ ନୂଆ ଦେଖା ହେଲା ପରେ ପ୍ରଥମ ଥର ଯେବେ ଦୁହେଁ ବାଇକରେ ବସି ଯାଉଥିଲେ ଓ ବାଟରେ ବର୍ଷା ହେଲା । ସେଇଟା ତାର ବାହାଘରର ବହୁତ ପୂର୍ବର କଥା । ଆରତୀ ସେଇ ପୁରୁଣା ଅତୀତ ରେ ହଜିଗଲା ଓ ଭାବିଲା ।

ଆରତୀ ମହାବିଦ୍ୟାଳୟରେ ନାମ ଲେଖାଇ ପଢିବାକୁ ଗଲା .ସେହି ମହାବିଦ୍ୟାଳୟରେ ଅଜୟ ବି ପଢୁଥିଲେ .ସେ ଆରତୀ ଠାରୁ ଦୁଇ ବର୍ଷ ଉପର ର ଛାତ୍ର ଥିଲେ | ଦୁଇଜଣ ପ୍ରଥମେ ପାଠାଗାର ରେ ଉଭୟଙ୍କୁ ଭେଟି ଥିଲେ ,ସେଠାରେ ଅଜୟ ଆରତୀ କୁ ସାହାଯ୍ୟ କରିଥିଲେ । ତାପରେ ଏମିତି ସେହି ମହାବିଦ୍ୟାଳୟରେ ଉଭୟ ଉଭୟଙ୍କୁ ମିଶନ୍ତି ଓ ଧୀରେ ଧୀରେ ସେମାନଙ୍କ ଭିତରେ ଭଲପାଇବା ବଢ଼ିବାରେ ଲାଗେ । ଏମିତି କିଛି ମାସ ବିତିଗଲା ପରେ ଦିନେ ଆରତୀ ଘରକୁ ଆସିବାକୁ ତାର ରିକ୍ସା କୁ ଅପେକ୍ଷା କରିଥିଲା , ଅଜୟ ନିଜ ବାଇକ ନେଇ ଆସି କହିଲା ତା ବାଇକରେ ବସିବାକୁ ଓ ସେ ତାକୁ ଘର ପାଖରେ ଛାଡି ଦେବ । ପ୍ରଥମେ ଟିକେ ଲାଜ ଓ ଡର ସହିତ ନା ନା କରି ଶେଷରେ ଆରତୀ ଅଜୟର ବାଇକ ପଛରେ ବସିଲା । ଆରଟିକୁ ଭାରି ଭଲ ଲାଗୁଥିଲା ପ୍ରଥମ ଥର ଅଜୟ ସହିତ ବାଇକରେ ବସି ଯିବାକୁ । ହଠାତ ବାଟରେ ଜୋରରେ ବର୍ଷରେ ପକାଇଲା । ରହିବ ପାଇଁ କିଛି ଜାଗା ବି ନ ଥିଲା । ଉଭୟ ଭିଜି ଭିଜି ଚାଲିଥିଲେ । କିଛି ବାଟ ପରେ ଗୋଟିଏ ଗଛ ମୂଳରେ ବାଇକ ରଖି କହିଲେ ,'' ଟିକେ କମିଯାଉ ଯିବା । ମୋତେ କିଛି ଡର ନାହିଁ ,କିନ୍ତୁ ତୁମ ପାଇଁ ଡର ଲାଗୁଛି ।' ଏତିକି କହି ଅଜୟ ବାଇକ ରଖି ନିଜେ ବର୍ଷାରେ ହସି ହସି ଭିଜିବାରେ ଲାଗିଲେ । ଆରତୀ ତାଙ୍କୁ ଚାହିଁ ହସୁଥାଏ | ଆରତୀର ହସ ଦେଖି ଅଜୟ ସେଦିନ ଆରଟିକୁ କହିଥିଲେ ,''ଆସ,ଭିଜି ଭିଜି ହଜିଯିବା ଏଇ ବର୍ଷାର ଟୁପୁ ଟୁପୁ ପାଣିରେ ।ଦେଖିବ ମନ ଓ ହୃଦୟ କେତେ ଆଣ୍ଡିତ ହେବେ ।'' ତାପରେ ଆରତୀ ତା ନିଜ ଅଜାଣତରେ ଅଜୟ ସାଙ୍ଗରେ ମିଶି ବର୍ଷାରେ ଭିଜିବାକୁ ଲାଗିଥିଲା । ସେଦିନ ସେ ବୁଝି ପାରିଥିଲା ଏଇ ବର୍ଷା କେମିତି ଭଲ ପାଇବାକୁ ତା ପାଣିରେ ଧୋଇ ଦେଇ ସୁନ୍ଦର ଓ ସତେଜ କରିଦିଏ । ତାପରେ ଉଭୟ ସେଇ ବର୍ଷାରେ ଭିଜି ଭିଜି ପୁଣି ବାହାରି ଯାଇଥିଲେ । ଆଜ୍ଞ ଆରଟିକୁ ତା ଘର ଠାରୁ କିଛି ଦୂରରେ ଛାଡି ସେଦିନ ତାଠାରୁ ବିଦାୟ ନେଇଥିଲେ । ସେହି ଦିନ ଉଭୟ ଉଭୟଙ୍କୁ ପ୍ରଥମ ସ୍ପର୍ଶ କରି ବହୁତ ଆନନ୍ଦିତ ହୋଇଥିଲେ । ତାପର ଠାରୁ ତାଙ୍କର ଭଲପାଇବା ଆହୁରି ଘନିଷ୍ଟ ହେଇଗଲା ଓ ଉଭୟ ପରେ ଦୁଇଜଣଙ୍କର ଜୀବନ ସାଥି ସବୁଦିନ ପାଇଁ ହେଇଗଲେ ।


ଏତିକି ଭାବୁ ଭାବୁ ଆରତୀ ଗୋଟିଏ ବାଇକ ର ଶବ୍ଦରେ ଚମକି ଉଠିଲା .ଦେଖିଲା ତା ଝିଅ ଅନିତା ପୁରା ବର୍ଷାରେ ଭିଜି ଯାଇଛି ଓ ତା ଆଗରେ ଅଜୟ ବାଇକରେ ବସି କହୁଛନ୍ତି ,'' ଆରତୀ ଆସ ,ଭିଜି ଭିଜି ହଜିଯିବା ଆମ୍ମାର କିଛି ହଜିଲା ଦିନ ସାଙ୍ଗରେ । ଚାଲ ଆସ ପଛରେ ବସ । ମୁଁ ଯାଉଥିଲି ଓ ତୁମ ଦୁଇଜଣଙ୍କୁ ଦେଖି ରହିଗଲି ।'' ଏତକ କହୁ କହୁ ଆରତୀ ଦେଖିଲା ଅନିତା ଯାଇ ତା ବାପାର ବାଇକ ରେ ବସି ସାରିଛି ।ଆରତୀ ଛତା ବନ୍ଦ କରି ହସି ହସି ଆଜେର ବାଇକରେ ବାସୁ ବାସୁ କହିଲା ,'' ମୁଁ ଜାଣିଛି ତୁମକୁ ବର୍ଷାରେ ଭିଜିବାକୁ ଭଲ ଲାଗେ । ତୁମ ଝିଅ ଅନିତା ବି କହୁଛି ତାକୁ ଭଲ ଲାଗେ ।ଆଉ ମୋତେ ତୁମ ସାଙ୍ଗରେ ଭିଜିବାକୁ ବହୁତ ଭଲ ଲାଗେ ।


Rate this content
Log in

Similar oriya story from Romance