ଆଖି ଓ ହୃଦୟ
ଆଖି ଓ ହୃଦୟ
ବେଳେବେଳେ କଠୋର ଆଖି ପ୍ରତ୍ୟାଖାନ କରେ ହୃଦୟର ନିର୍ଦ୍ଦେଶ କୁ କିଛି ସମୟ ପରେ ହୃଦୟ ମତ ବଦଳେଇ ଚାଲିବାକୁ ଲାଗେ ଆଖିକୁ ଅନୁସରଣ କରି ପୁଣି ଥକିଯାଏ ।ହେଲେ ସାମ୍ନାବାଲାର ଗୋଟିଏ ଝଲକ ଆଉ ଟିକିଏ ହସ ପୁଣି ଥରେ ତାଜା କରିଦିଏ ମଉଳି ଯାଇଥିବା ଆଶାକୁ କେତେବେଳେ କୋଇଲି କଣ୍ଠରୁ ଭାସିଆସେ ଗୀତର ଲହରି ତ ପୁଣି କେବେ ବଉଳି ପବନର ସାଇଁ ସାଇଁ ସୁର। ଆରେ ମୁଖ୍ୟ କଥାଟା ଭୁଲିଗଲିଯେ "ବାହାଘର"
ଗହଳିରେ ଭରପୂର଼ ସବୁଆଡ। କିଏ ଭୋଜିଭାତରେ ବ୍ୟସ୍ତ ତ କିଏ ବେଦି ମୂଳରେ ଫଟୋ ଉଠାଇବାରେ କିଏ ପୁଣି ମଦ ନିଶାରେ ମାତାଲ୍ ହେଇ ବୁଲୁଛି। ହେଲେ ମୁଁ ବ୍ୟସ୍ତ ମନ ଆଉ ଆଖିଙ୍କ ଯୁଦ୍ଧରେ ।ପାଖାପାଖି 100 ଲୋକଙ୍କର 200 ଆଖି ଭିତରୁ 80 ଲୋକଙ୍କର ମାନେ 160 ଆଖିର ଲେନ୍ସ ଜୁମ କରୁଥିଲା ଗୋଟିଏ ଚେହେରାକୁ କାହା ପରଦାରେ ଛବି ଟି କେମିତି ଥିଲା ହୁଏତ ମୁଁ କହିନପାରେ ହେଲେ ଉଦ୍ଦେଶ୍ୟ ପାଖାପାଖି ସମାନଥିବ ବୋଲି ଭାବୁଚି। ମନରେ ପ୍ରଶ୍ନଟିଏ ଆସେ "କିଏ ସେ?" ଯିଏ ବାନ୍ଧିରଖିଛି ଏତେ ଆଖିକୁ। କଣ ବର ହେଲେ ବରତ ବିପରୀତ ପାର୍ଶ୍ଵରେ ବସିଛି କନିଆ ବି ବର ପାଖରେ ।
ଆରେ ହଁ ହଁ ଆଉ କେହିଜଣେ ସେପାଖରେ ବସି ବନ୍ଦାଣ ର ହିସାବ ରଖୁଚି ନାଟା ଜାଣିଚି କିନ୍ତୁ କହିବିନି ହେଲେ କାହାଣୀ ପଇଁତ କିଛି ଗୋଟେ ନା ଦବାକୁ ପଡିବ ଶୁଣିଥିଲି ଝିଅ ପିଲାଙ୍କୁ ମୋଟି କହିଦେଲେ ସେମାନେ କୁଆଡେ ରାଗିଯାଆନ୍ତି ତେଣୁ ଆମେ ମୋଟି ହିଁ ରଖିବା। ଆଚ୍ଛା ଏଇ ମୋଟି ତାହାଲେ ସେ ବିଶ୍ଵସୁନ୍ଦରୀ ଯିଏ ଆଜି ଆଖିମାନଙ୍କର ସମୁଦ୍ରରେ ପହଁରୁଚି ।ହେଲେ ମୁଁ ଇର୍ଷାରେ ଜଳିଯାଉଚି କାହିଁକି। ମୋ ଆଖି ରୋଗରେ ଲାଲହେଇଯାଇଚି କାହିଁକି। ଇଚ୍ଛା ହଉଚି ଜୋରରେ ଗର୍ଜନ କରି କରିବାପାଇଁ କି ବାସ୍ ବନ୍ଦ କରିଦିଅ ସବୁ ଆଖିର ପରଦାକୁ କାରଣ ସେ ଚାବିଟିକୁ ଆଙ୍କିବାର ଅଧିକାର ଖାଲି ମୋ ଆଖିର ହିଁ ଅଛି! ହେଲେ ବାସ୍ତବରେ ସେଟା ସମ୍ଭବ ନୂହେଁ। ମୁହଁରେ ରେବ୍ୟାନ୍ ର ଚସମା,ଦେହରେ ଅଙ୍କେଲ ଆଉ କିଲର ର ପୋଷାକ,କାନ୍ଧରେ କାନନ 80D ର କ୍ୟାମେରା,ହାତରେ ବୁଟ ର ସ୍ମାର୍ଟୱାଚ୍ ଆଉ ପାଦରେ ଉଡଲ୍ୟାଣ୍ଡ ର ଚପଲ ହଳେ ପିନ୍ଧି ଲାଲ୍ ଲାଲ୍ ଆଖି କରି ଛିଡା ହେଇଥିଲି ଆଉ ହଁ ସେ 160 ଆଖି ଭିତରୁ 2 ଟା ଆଖି ମୋର ବି ଥିଲା ଠିକ୍ ଏତିକିବେଳେ ମୋଟିର ଆଖି ପଡିଲା ମୋ ଆଖି ସହ ବାସ୍ ମୁଚ କିନା ହସ ଆଉ ଦେଖେଇହବାକୁ ଯାଇ ଥୁ ଥୁ କରି 2 ଟୋପା ଛେପ ପକେଇ ଚାଲିଗଲା। କିଛି ସମୟପାଇଁ ନିସ୍ତବ୍ଧ ପୃଥିବୀ। ସାତସୁର ର ପୂରବୀ,ଛନ୍ଦ ମୃଦୁ ମୃଦୁ ହେଇ ଭାସୁଥିଲା ପବନରେ । ଲାଗୁଥିଲା ଯେମିତି ଖାଲି ମୁଁ କାହିଁକି ବରଂ ଏଠି ଥିବାସମସ୍ତ ଲୋକଙ୍କର ସମସ୍ତ ଦାମୀ ଜିନିଷର ଦାମ୍ ଠାରୁ ତାର ସେ ହସ ଟୀକାକ ଥିଲା ବେଶୀ ଦାମିକା ଯାହାକୁ ମୁଁ ଅନୁଭବ କରୁଥିଲି ।ହେଲେ ହୋସ୍ ଆସିଲାବେଳକୁ ଚାରିଆଡ଼େ ଶୂନଶାନ। ଯଦିଓ ଆଖପାଖ ରେ ଢେର୍ ଲୋକଥିଲେ ହେଲେ କାହିଁକି କେଜାଣି ଏକା ଅନୁଭବ ହଉଥିଲା ଆଉ ଏ ଭିଡ ଭିତରେ ଏ ଆଖି ପୁଣିଥରେ ଖୋଜୁଥିଲା ସେ ଚେହେରାଟିକୁ ହେଲେ ସେ ତ କେବେଠୁ ଚାଲିଗଲାଣି।
ସତରେ ଖୁସି ବାସ୍ କିଛି ସମୟ ପାଇଁ ହିଁ ଆସେ
ଏତେ ଘଟଣା ପରେ ବି ଆଖି ଆଉ ମନ ଭିତରେ କିଛି ଗୋଟେ ସମାଧାନ ହେଇନି ମନ କହିବା କଥା ଯିଏ ଖାଲି ଦୁଃଖ ଦିଏ ତାକୁ ଦେଖିବା କଣ ନିହାତି ଦରକାର କିନ୍ତୁ ଆଖି ଚାହିଁଲେ ବି ଉତ୍ତର ଦେଇପାରେନି କି ମୁଁ ତ ଖାଲି ଦେଖିଥିଲି ହେଲେ ତୁ କଣ ପାଇଁ "ଇର୍ଷା" କଲୁ?

