STORYMIRROR

Siva Bramhan

Classics

3  

Siva Bramhan

Classics

ମୃତ୍ୟୁ

ମୃତ୍ୟୁ

2 mins
146

ହିମାଳୟ ଅନୁର୍ଗତ ମାନସରୋବର ନିକଟସ୍ଥ ଏକ ସ୍ଥାନରେ ବିଷ୍ଣୁଙ୍କ ବାହନ ଗରୁଡ ବିଶ୍ରାମରତ ଥିଲେ । ସେହିବାଟ ଦେଇ ଯମରାଜ କୌଣସି ଏକ କାର୍ଯ୍ୟ ଉପଲକ୍ଷେ ଯିବା ଅବସରରେ

ଗରୁଡଙ୍କ ସହିତ ସାକ୍ଷାତ ହେଲା । ଔପଚାରିକତା ଆଦାନ ପ୍ରଦାନ ଉତ୍ତାରୁ ଯମରାଜ ସେ ସ୍ଥାନ ପରିତ୍ୟାଗ କରିବା ପୂର୍ବରୁ ତାଙ୍କର ଦୃଷ୍ଟି ଅଦୂରସ୍ଥ ଏକ ଗଛ କୋରଡରେ ନିବଦ୍ଧ ହେଲା। ତୀର୍ଯ୍ୟକ ଦୃଷ୍ଟିପାତ ସହିତ ସାମାନ୍ୟ ବିସ୍ମିତ ଭାବ ମୁଖରେ ଖେଳିଯିବା ପରେ ପରେ କିଛି ସିଦ୍ଧାନ୍ତରେ ଉପନୀତ ହେଲାଭଳି ଭାବରେ ମୁଣ୍ଡ ହଲାଇ ଯମରାଜ ସେ ସ୍ଥାନ ପରିତ୍ୟାଗ କଲେ । ଯମରାଜଙ୍କ ଦୃଷ୍ଟି ଅନୁସରଣ କରି ଗରୁଡ ଦେଖୁଲେ, ସେ ନିକାଞ୍ଚନ ଅରଣ୍ୟରେ ଅଦୂରରେ ଏକ ବୃକ୍ଷ କୋଟରରେ ବସି ରହିଛି ଏକ ପକ୍ଷୀ ଶାବକ ।ଗରୁଡଙ୍କର ଭାବାନ୍ତର ହେଲା । ଯମରାଜଙ୍କର ତୀର୍ଯ୍ୟକ ଦୃଷ୍ଟି ଅର୍ଥାତ ଏ ଛୋଟ ଶାବକଟିର ଅକାଳ ମୃତ୍ୟୁ । ସେ ମୂହୁର୍ତ୍ତରେ ଗରୁଡ ନିର୍ଣ୍ଣୟ କଲେ

ଯାହା ବି ହେଉ, ଏ ଛୋଟ ପକ୍ଷୀଟିକୁ ଏ ଅବାଞ୍ଛିତ ମୃତ୍ୟୁ କବଳରୁ ସେ ଯେମିତି ହେଲେ ବି ରକ୍ଷା କରିବେ । ଏହାପରେ ଗରୁଡ ସେ ପକ୍ଷୀ ଶାବକଟିକୁ ନେଇ ସୁଦୂର ଦଣ୍ଡକାରଣ୍ୟର ଏକ ବୃକ୍ଷର ଗୁପ୍ତ କୋଟରରେ ଛାଡ଼ିଦେଇ ଆସିଲେ । ଏ ସମସ୍ତ କାର୍ଯ୍ୟ ଦିବ୍ୟ ପକ୍ଷୀ ଗରୁଡଙ୍କ ଦ୍ବାରା ଅଳ୍ପ କେତେ ମୁହୁର୍ଭ ମଧ୍ୟରେ ସଂଘଟିତ ହେଲା । ଏହାପରେ ଗରୁଡ ନିଜର ପୂର୍ବ ବିଶ୍ରାମସ୍ଥଳୀକୁ ଫେରିଆସି ଯମରାଜଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରି ରହିଲେ । କିଛି ସମୟପରେ ଯମରାଜଙ୍କର ଆଗମନ ହେଲା । ଯମରାଜ ସେଠାରେ ପହଞ୍ଚି ପକ୍ଷୀ ଶାବକଟି ବସିଥିବା କୋଟର ଆଡକୁ ଦୃଷ୍ଟିପାତ କଲେ ।

ମାତ୍ର ସେଠାରେ ତାକୁ ନ ପାଇ ବିସ୍ମୟରେ ଇତଃସୃତ ଆଖୁ ବୁଲାଇଲେ ।ଗରୁଡ ପ୍ରଶ୍ନକଲେ, 'କିଛି ଖୋଜୁଛନ୍ତି କି ମହାଭାଗ '? 'ସେଠାରେ ଏକ ପକ୍ଷୀ ଶାବକ ଥୁଲା ; ବର୍ତ୍ତମାନ କାହିଁ ଦେଖାଯାଉନାହିଁ ।' ଯମରାଜ ସବିସ୍ମୟେ ଉତ୍ତର ଦେଲେ ।' ସେ ଛୋଟ ପକ୍ଷୀଟି ପାଖରେ ଆପଣଙ୍କର କି କାର୍ଯ୍ୟ ଅଛି, ମୋତେ ଦୟା କରି ଜଣାଇବେ କି ମହାଶୟ '? ଗରୁଡ କୌତୁହଳରେ ପ୍ରଶ୍ନ କଲେ । 'ସେ ଶାବକଟି ଅଳ୍ପକେଇ ମୁହୁର୍ତ୍ତ ମଧ୍ୟରେ ସୁଦୂର ଦଣ୍ଡକାରଣ୍ୟରେ ଏକ ସର୍ପ ଦ୍ବାରା ଭକ୍ଷଣ ହୋଇ ପ୍ରାଣତ୍ୟାଗ କରିବା କଥା । ଏହା ହିଁ ତା ବିଧାନ ।ମୁଁ ଏବାଟରେ ଯିବା ବେଳେ ଭାବୁଥୁଲି, ଛୋଟ ପକ୍ଷୀଟିଏ ଏତେ ବାଟ ଅତିକ୍ରମ କରିବ କିପରି"? ସେ କାର୍ଯ୍ୟଟି ମୋ ଦ୍ବାରା ସଂପାଦନ ହୋଇସାରିଛି ପ୍ରଭୁ "। ବିସ୍ମୟବିମୂଢ ହତଚକିତ ଗରୁଡ ଏକ ଦୀର୍ଘ ନିଶ୍ବାସ ତ୍ୟାଗପୂର୍ବକ ଉଦାସ ସ୍ବରରେ ଉତ୍ତର ଦେଲେ ।


Rate this content
Log in

Similar oriya story from Classics