STORYMIRROR

Lokanath Rath

Romance Tragedy Others

3  

Lokanath Rath

Romance Tragedy Others

ଆଇ ଘର .....

ଆଇ ଘର .....

4 mins
186


ସକାଳୁ ସକାଳୁ ଅଜିତ ଖବର ପାଇଲା ତା ଆଇ ର ଦେହ ବହୁତ ଖରାପ .ଖାଲି ବିଳ ବିଳେଇ ହେଉଛି .ମନ ବହୁତ ଛାଟି ପିଟି ହେଲା .ଡ୍ରାଇଭର କୁ ଡାକି କହିଲା ଜଳଦି ବାହାରିବାକୁ .ଏବେ ତିନସହ କିଲୋମିଟର ଯିବାକୁ ହେବ .ଏଥର ସାଙ୍ଗରେ ସେ ତା ଆଇ କୁ ନେଇ ଆସିବ .


ଡାକ୍ତର ଅଜିତ କୁମାର ଦାସ .ଡାକ୍ତରୀ ପାସ କରି କୋରାପୁଟ ରେ ଚାକିରୀ କରିଛନ୍ତି .ଆଜି ଅଜିତ ଯାହା କିଛି ହେଇଛନ୍ତି କେବଳ ଆଇ ପାଇଁ .ତା ଆଇ ଘର ଖୋର୍ଦ୍ଧା ପାଖରେ .ପିଲାଦିନେ ଯେତେବେଳେ ଅଜିତ କୁ ଚାରି ବର୍ଷ ,ଗୋଟିଏ ଦୁର୍ଘଟଣା ରେ ତା ବାପା ଓ ମା ଙ୍କୁ ହରାଇ ଥିଲା .ବାପା ଜଣେ ଡାକ୍ତର ଥିଲେ .ବାପା ମା ଚାଲିଯିବା ପରେ କୁଟୁମ୍ବ ର କେହି ତାଙ୍କୁ ଦେଖିବାକୁ ଚାହିଁଲେ ନାହିଁ .କିନ୍ତୁ ତା ଆଇ ତାକୁ ସାଙ୍ଗରେ ଧରି ନେଇ ଆସିଲା .ତା ଆଇ ର ବି ଆଉ କେହି ନ ଥିଲେ .ତା ଅଜା ଙ୍କୁ ସେ କେବେ ଦେଖି ନାହିଁ .ଆଇ ଘର ଗାଁ ରେ ଗୋଟିଏ ତିନି ବଖରା ର ଘର ଓ ଦୁଇ ମାଣ ଚାଷ ଜମି .ଆଇ ତା ଘରେ ଗୋଟିଏ ଛୋଟ ଦୋକାନ କରିଥାଏ ଗାଁ ଲୋକେ ସେଇଠୁ ତେଜରାତି ଜିନିଷ କିଣନ୍ତି .ତା ଆଇ ର ନାଁ ମମତା ଦେବୀ .ଅଜିତ କୁ ଆଣିଲା ପରେ ମମତା ତାର ଯତ୍ନ ବଡ଼ ଆଦର ରେ ନେଉଥିଲା .ଗାଁ ସ୍କୁଲ ର ମାଷ୍ଟ୍ର ଙ୍କୁ ଡାକି ତାର ପାଠ ପଢ଼ିବାର ବ୍ୟବସ୍ଥା କଲା .ବେଳେ ବେଳେ ଏକୁଟିଆ ହୋଇ ମମତା ତା ଏକ ମାତ୍ର ଝିଅ ଓ ଜ୍ୱାଇଁ ଙ୍କୁ ଝୁରି କାନ୍ଦେ .କିନ୍ତୁ ମନରେ ଗଣ୍ଠି ପକାଇଦେଲା ଯେ ତା ନାତି କୁ ବହୁତ ପଢ଼ାଇବ ଓ ଡାକ୍ତର କରିବ .ପାଖ ପଡିଶା ତା କଥା ଶୁଣି ଟାହି ଟାପରା କରନ୍ତି .ସେ ସବୁ କୁ ମମତା ଜମା କାନ ଦିଏନାହିଁ .ଗାଁ ସାରା ଲୋକେ ତାକୁ ଖୁଡି ବୋଲି ଡାକନ୍ତି .ସମସ୍ତଙ୍କ ଭଲ ମନ୍ଦରେ ବି ସେ ସାହାଯ୍ୟ କରେ .ଅଜିତ ବଡ଼ ହେବାକୁ ଲାଗିଲା .ଗାଁ ସ୍କୁଲ ରୁ ତାର ପଢା ସରିଲା .ଏବେ ଷଷ୍ଠ ଶ୍ରେଣୀ ରେ ପଢିବାକୁ ଖୋର୍ଦ୍ଧା ହାଇସ୍କୁଲ ରେ ନାଁ ଲେଖିବାକୁ ହେବ .ତା ଗାଁ ପାଖରୁ ଖୋର୍ଦ୍ଧା ପଚିଶ କିଲୋମିଟର .ଅଜିତ କୁ ସେଇଠି ରହି ପଢିବାକୁ ହେବ .ଗାଁ ସ୍କୁଲ ର ମାଷ୍ଟ୍ର ଙ୍କୁ ଧରି ନାତି ଅଜିତ ସହିତ ଖୋର୍ଦ୍ଧା ଗଲା .ହାଇସ୍କୁଲ ରେ ଅଜିତ ର ନାଁ ଲେଖା ହେଲା .ବୁଝି କରି ଜାଣିଲା ପାଖରେ ଗୋଟିଏ ପିଲା ମାନଙ୍କର ମେସ ଅଛି .ସେଠିକୁ ଯାଇ ତା ନାତି ର ରହିବା ବ୍ୟବସ୍ତା କରିଦେଲା .ଶେଷରେ ଅଜିତ କୁ ଛାଡି ଗାଁ କୁ ବାହାରିଲା .ଆଖିରୁ ଲୁହ ବୋହି ଯାଉଥାଏ .ଅଜିତ କୁ କହିଲା ,ମୋ ଧନ ମୋଟେ ବ୍ୟସ୍ତ ହେବୁ ନାହିଁ .ମୁଁ ପ୍ରତି ମାସ ରେ ଆସିବି .ଯାହା ଦରକାର ହେବ କହିବୁ .ତୋ ଆଇ ଅଛି .ଅଜିତ ର ଆଖିରେ ବି ଲୁହ ଜକେଇ ଆସିଲା .ତା ଲୁହକୁ ପୋଛି ଦେଇ ଅଜିତ ହାତରେ କିଛି ଟଙ୍କା ଦେଇ ଗାଁ କୁ ଫେରି ଆସିଲା .

ପ୍ରଥମ ସପ୍ତାହ ତାକୁ କିଛି ଭଲ ଲାଗିଲା ନାହିଁ .ସବୁବେଳେ ତା ନାତି କଥା ମମତା ର ମନେ ପଡୁଥାଏ .ଧୀରେ ଧୀରେ ମନକୁ ବୁଝାଇ ଦେଲା ପ୍ରତି ମାସରେ ତା ନାତି ପାଖକୁ ଯାଏ .ସାଙ୍ଗରେ ଚୁଡା ଓ ମୁଢି ନେଇ କରି ଦେଇ ଆସେ .ତା ଭଲ ମନ୍ଦ ପାଇଁ ଓ ପାଠ ପଢା ପାଇଁ ଟଙ୍କା ବି ଦେଇ ଆସେ .ଏମିତି ଦିନ ଗଡି ଚାଲିଲା .ଅଜିତ ମାଟ୍ରିକ ପରୀକ୍ଷା ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା .ମମତା ର ଖୁସି କହିଲେ ନ ସରେ .ଗାଁ ଲୋକଙ୍କୁ ଖୁସିରେ ମିଠା ବାଣ୍ଟିଲା ଓ ଗାଁ ଠାକୁରାଣୀ ଙ୍କ ପାଖରେ ତା ନାତି ନାଁ ରେ ପୂଜା କରାଇଲା .

ଅଜିତ ଖୋର୍ଦ୍ଧା କଲେଜ ରେ ନାଁ ଲେଖାଇଲା .ସବୁବେଳେ ମମତା ଅଜିତ କୁ କହେ ,ତୁ ଗୋଟେ ବଡ ଡାକ୍ତର ହେବୁ .ମନ ଦେଇ ପାଠ ପଢ଼ ."ଅଜିତ କଲେଜ ରେ ପଢିଲା ଓ ମନରେ ଡାକ୍ତର ହେବାର ସ୍ବପ୍ନ ବସା ବାନ୍ଧିଲା .ସେଥି ପାଇଁ ବି ସେ ପଢା ପଢି କରୁଥାଏ .ସମୟ ଆସିଲା ସେ ଡାକ୍ତରୀ ଭର୍ତ୍ତି ପରୀକ୍ଷା ଦେଲା ଓ ସେଥିରେ କୃତ କାର୍ଯ୍ୟ ହେଲା .ଏବେ ନାମ ଲେଖା .ସରକାରୀ ଡାକ୍ତରୀ କଲେଜ ରେ ହେଲା ନାହିଁ .ଘରୋଇ କଲେଜ ରେ ନାମ ଲେଖା ଓ ପଢା ରେ ବହୁତ ଟଙ୍କା ଲାଗିବ .କିଛି ଭାବୁ ପାରୁ ନ ଥିଲା .ତା ମେସ ରେ ବସିଛି ,ଦେଖିଲା ତା ଆଇ ଆସି ପହଞ୍ଚି ଗଲା .

ମମତା ତା ମୁଣ୍ଡରେ ହାତ ବୁଲାଇ କହିଲା ,କଣ ଭାବୁଛୁ ?ତୁ ମୋର ଡାକ୍ତର ହେବୁ .

ଏତିକି କହି ସେ ତା ହାତ ରେ ଥିବା ବ୍ୟାଗ ରୁ ଟଙ୍କା ବାହାର କରି କହିଲା,ଯା ନାଁ ଲେଖେଇ ଆସବୁ .ଅଜିତ ଆଶ୍ଚଯ୍ୟ ହୋଇ ପଚାରିଲା ,ଆଇ ଏତେ ପଇସା କେଉଁଠୁ ଆଣିଲୁ ?

ହସି ହସି ମମତା କହିଲା ,"ଆରେ ଚୋରି କରିନି ,ଆମ ଜମି ବିକିଦେଲି .ତୁ କଣ ଏବେ ଭାବୁଛୁ ?ଦେଖ ତୁ ତ ହଷ୍ଟେଲ ରେ ରହିବୁ .ମୁଁ ଦୋକାନ ରୁ ଦି ପଇସା ରେ ଚଳି ଯିବି ଓ ବଳକା ପଇସା ତୋ ବାହାଘର ପାଇଁ ରଖିବି ."

ଅଜିତ ଆଖିରୁ ଲୁହ ବୋହି ଯାଉ ଥିଲା .ତାକୁ ତା ଲୁଗା କାନି ରେ ପୋଛି ଦେଉ ଦେଉ ମମତା କହିଲା ,ଯା ଯାଇ ନାଁ ଲେଖେଇ ଆସେ .

ଅଜିତ ଉଠି ଗଲା .କାଗଜ ପତ୍ର ସହ ଆଇ ଠାରୁ ଟଙ୍କା ନେଇ ଗଲା .ତା ନାଁ ଲେଖା ହେଇ ଗଲା .ମମତା ବି ଗାଁ କୁ ଫେରି ଆସିଲା .ଏବେ ଅଜିତ ରାଉରକେଲା ରେ ପଢିବ .ବହୁତ ଦୂର ଜାଗା .

ଅଜିତ ର ପଢା ଚାଲିଥାଏ .ପ୍ରଥମ ତିନି ବର୍ଷ ସେ ତା ଆଇ ଘର କୁ ବର୍ଷକୁ ଥରେ ବା ଦୁଇ ଥର ଆସେ .ଯେତେ ଦିନ ରହେ ଆଇ କୁ ଟିକେ ସାହାଯ୍ୟ କରେ .ମମତା ବହୁତ ଖୁସି ହୁଏ .ଗାଁ ଲୋକେ ଏବେ ଆଉ ଟାହି ଟାପରା ନ କରି ମମତା ର ଧର୍ଯ୍ୟ ଓ ସାହସ ର ପ୍ରଶଂସା କରୁଛନ୍ତି .କିନ୍ତୁ ମମତା ଯାହା ଥିଲା ସେଇଆ ଅଛି .ଦେଖୁ ଦେଖୁ ଅଜିତ ଡାକ୍ତରୀ ପାସ କଲା .ଦିଲ୍ଳୀ ରୁ ଭେଷଜ ରେ ସ୍ନାତକୋତ୍ତର ପାସ କଲା .ଏବେ ସରକାରୀ ଡାକ୍ତର ଭାବେ କୋରାପୁଟ ରେ ଅଛି .

ମମତା ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲା .ନିଜ ଦେହ ର ଯତ୍ନ ନ ନେଇ ଅଜିତ ପାଠ ପଢ଼ାରେ ସବୁ କିଛି ଲଗାଇ ଦେଇଛି .ଚାକିରୀ ପରେ ଅଜିତ ଯେତେ ଥର କହିଛି ସାଙ୍ଗରେ ଯିବାକୁ ,ମମତା ଭିଟା ମାଟି ଛାଡି ଯିବାକୁ ମୋଟେ ରାଜି ହେଇ ନାହିଁ .ଏବେ ସେ ଗୁରୁତର ହୋଇ ଶଯ୍ୟାଶାୟୀ .ଗାଡିରେ ବସି ବସି ଅଜିତ ସବୁ ଭାବୁ ଥିଲା .ଭାବୁଥିଲା ତା ଆଇ ଘର ନ ଥିଲେ ଏବେ ସେ କେଉଁଠି ଥାନ୍ତା ?,ଏବେ କଣ ସେ ଡାକ୍ତର ହେଇ ପାରିଥାନ୍ତା !ତା ଆଇ ଘର ,ସେ ଭିଟା ମାଟି ତାକୁ ବଞ୍ଚାଇ ରଖିଛି ,ନୂଆ ଜୀବନ ଦେଇଛି .

ମନ ବହୁତ ବ୍ୟାକୁଳ ହେବାକୁ ଲାଗିଲା ତା ଆଇ କୁ ଦେଖିବାକୁ ,ତା ଆଇ ଘର କୁ ଯାଇ ତା ମାଟି କୁ ମଥାରେ ଲଗାଇବାକୁ ....



Rate this content
Log in

Similar oriya story from Romance