ଆଧୁନିକ ନାରୀ
ଆଧୁନିକ ନାରୀ
ଏଇ କିଛି ମାସ ହେବ ଏକାଏକା ନିଃସଙ୍ଗ ଜୀବନ ବିତାଉଛନ୍ତି ଚିନ୍ମୟ । କରୋନା ଯୋଗୁଁ ନା ସ୍କୁଲ ଯାଉଛନ୍ତି ନା ଆଉ କିଛି । ସହଜେ ତ ଅଳସୁଆ ନମ୍ବର ୱ।ନ୍ । ବିଲବାଡି ସବୁ ପଡିଆ । ଦେଖାଶୁଣା କରିବାକୁ କେହି ନାହିଁ । ଶାଶୁ ଶ୍ବଶୁର ତ ଉତ୍ତର ବୟସର ।
ବଡମାନଙ୍କର ତ କର୍ତ୍ତବ୍ୟ ନାହିଁ ଘର କି ପରିବାର ପାଇଁ । ବୁଢାବୁଢୀ କଥା ବି ତାଙ୍କ ମଗଜରେ ନାହିଁ । ଭାରୀ ଜିଦି । ମାଇପବୋଲା ମଣିଷ । କିନ୍ତୁ ଏ ମହାଶୟ ଛାଡ ତାଙ୍କ ଭାଷଣଦିଆ ବଡକୁହା କଥାକୁ । ଅନ୍ୟ ହାତର କଣ୍ଢେଇ । ନିଜତ୍ବ ବୋଲି କଣ ଅଛି ୟାଙ୍କର ? ବହୁତ କଟୁ ସମୋଲୋଚନାର ଶିକାର ହୁଏ ଚିନ୍ମୟ । ବିବାହ ଦୁଇ ବର୍ଷ ହୋଇନି । ହସଖୁସି ଚାଲିଯାଇଛି ଯେଉଁ ଦିନ ଆଗନ୍ତୁକ କନ୍ଯାରତ୍ନ ହରେଇଲେ । ସ୍କୁଲ ପରେ ଟିଉସନ ବି ନାହିଁ । କରୋନାରେ କିଏ କାହିଁକି କାହା ଘରେ ପଢେଇବ । ଲେଖାପଢା ରେ ଖୁବ୍ ସମୟ ଦିଅନ୍ତି ଚିନ୍ମୟ । ସ୍ତ୍ରୀ ସୁହାନୀ ର ଦେହକୁ ଯାଏନା । ଘରକାମ କହିଲେ ମୁଠେ ରୋଷେଇ ଆଉ ଘର ଓଳା । ଏତକ ତାକୁ ଭାରି କଷ୍ଟ । ସ୍ବାମୀ ଯଦି ଗେଲରେ କହିଦିଅନ୍ତି ଅଳସୁଇ । କାନ୍ଦରେ ବୋବାଳି ଉଠେ । ତା' କାନ୍ଦକୁ ବହୁତ ଡରେ ଚିନ୍ମୟ । ସାହି ପଡିଶା କଣ କହିବେ । ଶିକ୍ଷକତାରୁ ଆୟ କେତେ ? ଖର୍ଚ୍ଚ ଜମିଦାର ଙ୍କ ଭଳି । ବାପା ମାଆର ଔଷଧଖର୍ଚ୍ଚ । ସ୍ତ୍ରୀ ର ରୋଗବ୍ଯାଧି । ନିଜର ଖର୍ଚ୍ଚ । ବନ୍ଧୁ ବାନ୍ଧବ । ସବୁ ତୁଲାଏ ଚିନ୍ମୟ । ମାତ୍ର ତା କଥା କିଏ ବୁଝେ । ସଭିଏଁ ଆପଣା ସ୍ବାର୍ଥରେ ।
ଏଇଥିପାଇଁ ତ ଏକଲାପଣକୁ ବାଛି ନେଇଛି ଚିନ୍ମୟ । ସାହିପଡିଶା ବନ୍ଧୁ ବାନ୍ଧବ ସାଙ୍ଗ ସାଥି କଣ କହିବେ ? ଏମାନେ ତ ରୀତିମତ କଳି ଭିଆଣରେ । ଭାଗ୍ଯକୁ ଦୋଷ ଦିଏ । କିନ୍ତୁ ବାପାମାଆଙ୍କ ପାଇଁ କଣ ତାର କର୍ତ୍ତବ୍ୟ ନାହିଁ । ସେମାନେ ଅମଣିଷ ବୋଲି କଣ ଏ ବି ସୈଇ ରାସ୍ତାରେ ଯିବ । ଛି... ଦୁନିଆ କଣ କହିବ । ମୂଳରୁ ଶାସନ ଆବଶ୍ୟକ । ନୋହିଲେ ନେଡିଗୁଡ କହୁଣିକୁ ବୋହିଯିବ ।
ତେଣୁ ଉଚ୍ଚ ସ୍ବରରେ ଡରାଏ ଚିନ୍ମୟ । ମାତ୍ର ସୁହାନୀ ଭାରି ଜିଦ୍ଦଖୋର । ଓଲଟା ଭୋ ଭୋ କାନ୍ଦି ଡରାଏ । ସାହି ପଡିଶା ଜାଣନ୍ତୁ । ଏମିତି ଏମାନଙ୍କ ଇଜ୍ଜତ ଯାଉ । କିନ୍ତୁ ନିଜର ଅସ୍ତିତ୍ବ କଥା ବୁଝେନା । ନିଜ ଭୁଲ ପାଇଁ ପଶ୍ଚାତାପ କି ସ୍ବୀକାର ବି କରେନା । ଶିକ୍ଷକତା ସହ ସାହିତ୍ୟ ସାଧନାରେ ଚିନ୍ମୟ । ସବୁ କିଛି ସହିଯାଏ । ଲୋକଙ୍କ ଆଖିରେ ଏବେ ସେ ଭିନ୍ନ ଦୃଷ୍ଟିର ମଣିଷ ।
ଆଜିକାଲିର ଝିଅ । ପରଘରେ ଚଳଣି ବା କିପରି ବୁଝିବ ! ବାପାମାଆ ନିଜସ୍ବ ପରିବାର ବ୍ଯତିରେକ ସ୍ବାମୀ ହିଁ କେବଳ ନିଜର । ଏଠି ସେ ବାଧ୍ୟ ହୁଏ ଘରକାମ ପାଇଁ । ନିଜର ଜୀବନକୁ ନର୍କ କହି ଧିକାର କରେ । ସ୍ବପ୍ନ ମୋର ଅଧୁରା କହି ଚିନ୍ମୟ ଉପରେ ଗରଗର ହୁଏ । ଚିନ୍ମୟ ବି ପରିବାର କୁ ଛାଡି ଅନ୍ଯତ୍ର ରହିବା ଅସମ୍ଭବ ବୋଲି ବୁଝାଇ ଦେଇଛି । ତଥାପି ସ୍ତ୍ରୀ କୁ ପାଠ ପଢାଉଛି । ସମାଜରେ ସମ୍ମାନ ସହ ବଞ୍ଚିବାକୁ ଶିକ୍ଷାର ଆବଶ୍ୟକତା କେତେ ଗୁରୁତ୍ବପୂର୍ଣ୍ଣ ସେ ଜାଣେ । ଏଥିପାଇଁ ଲକ୍ଷ ଲକ୍ଷ ଖର୍ଚ୍ଚ କରି ମାନସିକ ଶାରୀରିକ ବୌଦ୍ଧିକ ପରିଶ୍ରମ ସହ ସମୟ ଦେଇ ସୁହାନୀ କୁ ପାଠ ପଢାଏ । ମାତ୍ର ସୁହାନୀ ପରା ଆଜିକାଲି ର ନାରୀ । ଆଜିକାଲିର ନାରୀ କଣ ପୁରୁଷର ଅଧିନ । ସେ କାହିଁକି ଭୁଲ ସ୍ବୀକାର କରିବ ନା ପଶ୍ଚାତାପ କରିବ । ନାରୀର ଆଖି ଲୁହରେ ସଂସାର ଭାସିଯାଏ । ମାତ୍ର ଆଜିକାଲି ର ନାରୀର କୁମ୍ଭୀର କାନ୍ଦଣାରେ କାନ୍ଥବାଡ ବୋବାଳି ଉଠେ । ପୁରୁଷର ଇଜ୍ଜତ ଲୁଣ୍ଠିତ ହୁଏ । ପୁରୁଷ ସବୁ ସହିବାକୁ ବାଧ୍ୟ ହୁଏ । ଶାଶୁଶଶୁର ଙ୍କ ପୋଷାମେଣ୍ଢା ନହେଲେ ଜୀବନ ଦୁଃର୍ବିସହ ହୋଇଯାଏ । ଆଉ ନାରୀ ସହକର୍ମୀ ସହଧର୍ମୀ ସହଭାଗିନୀ ନହୋଇ ଗର୍ବ ଅହଂକାରକୁ ନେଇ ସ୍ବାତନ୍ତ୍ରତା ଆଉ ସ୍ବାଧୀନତା ନାଁରେ ସ୍ବେଚ୍ଛାଚାରୀ ହୁଏ । ସାମାଜିକ ମାପଦଣ୍ଡ ସେମାନଙ୍କ ପାଇଁ କିଛି ନୁହଁ । ଆଇନ ଆଗରେ, ସମାଜ ଆଗରେ ସେ ସର୍ବାଗ୍ରେ । ଯଦିଓ ସବୁନାରୀ ସେୟା ନୁହନ୍ତି କିନ୍ତୁ ଅଧିକାଂଶ ନାରୀ ପୁରୁଷ କୁ ମେଣ୍ଢାକରି ରଖି ସ୍ବାର୍ଥ ହାସଲରେ ମାହିର । ପାରିବାରିକ ମୂଲ୍ଯବୋଧ ଆଉ ଜୀବନାଦର୍ଶନର ମାନେ ହିଁ ନାହିଁ ତାଙ୍କ ପାଖରେ । ମହିଳା ସଶକ୍ତିକରଣ ଆଉ ମହିଳା କମିଶନର ଦ୍ବାହି ଦେଇ ଆଧୁନିକ ନାରୀ ପୁରୁଷକୁ ପ୍ରତିମୂହୁର୍ତ୍ତରେ ଶ୍ବାସଋଦ୍ଧ କରି କବାଟ କୋଣରେ କାନ୍ଦିବାକୁ ବାଧ୍ୟ କରେ । ଶାସ୍ତ୍ର ମତରେ ନାରୀ ନାରାୟଣୀ । ଦହଗଞ୍ଜ ଜୀବନରେ ନାରୀ ହିଁ ଶାନ୍ତି ମୁକ୍ତି କାମନାର ମାର୍ଗ । କିନ୍ତୁ ଆଜିକାଲି ର ନାରୀ ପ୍ରାୟତଃ ସୁହାନୀ ଭଳି । ଅନ୍ଯ କାନ୍ଧରେ ବନ୍ଧୁକ ରଖି ସମୟ ପରିସ୍ଥିତି କୁ ଦାୟୀ କରି ଆପେ ବଞ୍ଚିବାର କଳା ରେ ସେମାନେ ନିପୁଣ । ସେମାନେ ନିଜେ ବି ବୁଝିପାରନ୍ତିନି ପାରିବାରିକ ଜୀବନ ଅବା ଜୀବନର ମୂଲ୍ଯବୋଧ କଣ ! ଏହାକଣ ଏକ ସାମାଜିକ ବ୍ଯାଧି ନୁହଁ ? ଏହାପାଇଁ କଣ ପୁରୁଷ ଦାୟୀ ? ଆଗାମୀ ଭବିଷ୍ୟତ ର ମୋଢ କେଉଁ ଆଡକୁ ଯିବ କିଏ କହିବ ? ଏଠି ମଣିଷ ସନ୍ଦିହାନ । ନିରୁପାୟ ବୁଦ୍ଧିଜୀବୀ । ଅଣନିଃଶ୍ବାସୀ ପୁରୁଷ । ସମାଜର ଗୋଟିଏ ବର୍ଗ - ନାରୀ ଯଦି ଏଇମିତି ସ୍ବାର୍ଥନ୍ବେଷୀ ହୋଇଯାଏ କଣ ହେବ ଏକବିଂଶ ଶତାବ୍ଦୀର ସଭ୍ଯତା ? ଏଇମିତି ଅନେକ ଅସମ୍ମାହିତ ପ୍ରଶ୍ନବାଣରେ ଘାରି ହେଉଥାଏ ଚିନ୍ମୟ । ନିଃସଙ୍ଗ ଜୀବନକୁ ଆଦରି ନେଲେ ବି ପ୍ରତି ମୂହୁର୍ତ୍ତରେ ଅବ୍ଯକ୍ତ କୋହର ବେଦନାରେ ନିଜକୁ ନିଜେ ଜାଳୁଥାଏ ଚିନ୍ମୟ, ଆଧୁନିକ ନାରୀର ଉଗ୍ର ଆଧୁନିକା ସ୍ବଭାବକୁ ନେଇ ।
