STORYMIRROR

Chaturbhuja Sahoo

Romance

3  

Chaturbhuja Sahoo

Romance

ବର୍ଷା ସହ କିଛି ସ୍ମୃତି-ଭାଗ-୨

ବର୍ଷା ସହ କିଛି ସ୍ମୃତି-ଭାଗ-୨

5 mins
200

ଅନୁଭବ ଏବଂ ଅନୁରାଗର ସମ୍ମିଶ୍ରଣ ଭିତରେ ରାସାୟନର ସମ୍ମୋହନ ତନୁମନ ଭିତରେ ଖେଳାଇ ଦେଉଥିଲା ଅପୂର୍ବଶିହରଣ । ପ୍ରଥମ ଦେଖାରେ ଚାରିଚକ୍ଷୁର ମିଳନ । କୁମାର ବେଣୁ କେଉଁ ଏକ ଭିନ୍ନ ଇଲାକାରେ ପଦଚାରଣ କରୁଥିବା ଅଜଣା ଯୁବକ । କଲେଜ କ୍ଯାମ୍ପସ୍ ରେ ହୁଏତ କେବେବି ଦେଖା ହୋଇ ନଥିବା ଷୋଡସୀ ରୂପସୀ ଥିଲା ବର୍ଷା । ସମୟର ଚକା ଭଉଁରୀ ଖେଳ ଭିତରେ ଆଜି ବୋଧେ ଭଗବାନଙ୍କ ସୃଷ୍ଟିର ଦୁଇ ଅଜଣା ଅପରିଚିତ ମଣିଷ ଏକାଠି । ଦେହରେ ଅପୂର୍ବ ଶିହରଣ । ହୃଦୟ ପୁଲକିତ । ମନ ଚଞ୍ଚଳ । ଆବେଗଭରା ଅନୁରାଗ ।ଆଉ ପ୍ରକୃତିର ସମ୍ମେଳନ ଭିତରେ ଅଜଣା ମଣିଷ ସହ ଆକର୍ଷିତ ହେବାର ମାଧୁର୍ଯ୍ଯ ଅଭୁଲା, ଅବର୍ଣ୍ଣନୀୟ । କୁମାର ବେଣୁ ଆଉ ବର୍ଷା । ବୟସର ତାରତମ୍ଯ ମାତ୍ର ୨ଦୁଇ ତିନି ବର୍ଷ । ଜଣେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଆଉ ଜଣେ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ର । ସଂଯୋଗ ବସତଃ ଦୁହେଁ ଦୁହିଁଙ୍କୁ ଭେଟିବାର ବୋଧହୁଏ ପ୍ରଥମ ସୌଭାଗ୍ୟ । ଦୁଇଟି ସରଳ ନିଷ୍କପଟ ହୃଦୟ ଏକାନ୍ତରେ ଆଜି ଅକୁହା ଭାଷାରେ କହିଯାଉଛନ୍ତି ମନ ତଳର ଆବିଳତା । ଅସୁମାରୀ ଭାବନାର ଅକଳନ ଅନୁରାଗ ସବୁକୁ ବାନ୍ଧି ରଖିବାକୁ ହୃଦତନ୍ତ୍ରୀର ପ୍ରତିଟି ସ୍ପନ୍ଦନ ଭିତରେ... ।

କୁମାର ବେଣୁ । ଦେଖିବାକୁ ବେଶ୍ ଉଚ୍ଚା, ସୁନ୍ଦର ଗଠନ,ଗୌରବର୍ଣ୍ଣ ଆଉ ଖୁବ୍ ବୁଦ୍ଧିମାନ ଛାତ୍ର । କଲେଜର କେଇଜଣ ହାତଗଣତି ମେଧା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନ୍ଯତମ । ଶିକ୍ଷକ ମାନଙ୍କର ଅତି ପ୍ରିୟ ଭାଜନ । ଇଂରାଜୀ ସମ୍ମାନର ଛାତ୍ର । ପିତା ଜଣେ ସଚ୍ଚୋଟ ପରୋପକାରୀ ମଣିଷ । ପେଷାରେ କୃଷକ । ଭାଇ ଭଉଣୀ ମାନଙ୍କ ମଧ୍ୟରେ ସବାସାନ ଥିଲା କୁମାର ବେଣୁ ।


ସେହିଭଳି ବର୍ଷା ଥିଲା ବାପା ମାଆଙ୍କ ଏକମାତ୍ର ଅଳିଅଳି କନ୍ୟା । ରୂପ ଯେମିତି କୁ ଗୁଣ ବି ସେମିତି । ଗୋଟାଏ ଚାଉଳରେ ଗଢା । ବେଶ୍ ମିଷ୍ଟଭାସୀ, ଉଦାରମନା । ବାପା ଜଣେ ସରକାରୀ ଚାକିରୀଆ । ମାପ ଓ ଓଜନ ବିଭାଗର ବଡବାବୁ । ଦରମାରେ ହାତ ବାଜେନା । ସେଇଥିପାଇଁ ବାପାଙ୍କ ଭାରିଇଚ୍ଛା ଝିଅ ଡାକ୍ତର ପଢୁ । ସମାଜରେ , ବିଭାଗୀୟ କର୍ମଚାରୀ ମହଲରେ, ବନ୍ଧୁ ବାନ୍ଧବ କିମ୍ବା ତାଙ୍କ ବନ୍ଧୁ ମାନଙ୍କ ଗହଣରେ ଯେମିତି ଆଲୋଚନା ହେବ କି ବଡବାବୁଙ୍କ ଝିଅ ଜଣେ ଡାକ୍ତର ।

ଏଇଥିପାଇଁ ବଡବାବୁଙ୍କୁ ନିଦ ହୁଏନା । ମେଡିକାଲ ପଢାଇବା ଦୂରୁହ ବ୍ଯାପାର । ଏଇଥିପାଇଁ ସେ ସଦାସର୍ବଦା ପ୍ରଚେଷ୍ଟାରେ । କେମିତି ଅଧିକରୁ ଅଧିକ ଉପୁରି ଆସିବ । ଘର ଖର୍ଚ୍ଚ ଲୁଗାପଟା ପିଲାଙ୍କ ପଢାଖର୍ଚ୍ଚ ଏପରିକି ଚାରି ଚାରିଟା ଜୀବନବୀମା ମଧ୍ଯସେହି ଉପରି ଟଙ୍କାରେ ଯେନତେନ ଉପାୟରେ ହୋଇଯାଆନ୍ତାକି ?

ଏଇଥିପାଇଁ ତ ବଡବାବୁଙ୍କୁ ମିଳିଯାଇଛି ନୂଆ ନାମ । ସର୍ବଗିଳା ବାବୁ ।

ସେଦିନ ବର୍ଷାକୁ କଲେଜରେ ଛାଡି ବାପା ଚାଲିଗଲେ । ବର୍ଷା ତାଙ୍କର କାନେ କାନେ କହିଥିଲା ସାଢେ ଦୁଇଟାରେ ତାକୁ ରିସିଭ୍ କରିନେବାକୁ। ମାତ୍ର ସେକଥା ତାଙ୍କର ଏ କାନରୁ ପଶି ସେ କାନରେ ବାହାରି ଯାଇଥିବ । ପ୍ରତିଟି ମୁହୂର୍ତ୍ତେ ଟଙ୍କା ପଛରେ ଧାଉଁଥିବା ମଣିଷର ଜୀବନରେ ନା ଥାଏ ଆତ୍ମ ସନ୍ତୋଷଜନକ ନା ଆତ୍ମତୃପ୍ତି ନା ମୁହୂର୍ତ୍ତକ ଶାନ୍ତି । ବଢିଲା ବୟସର ଝିଅକୁ କଲେଜରୁ ଆଣିବା ପରିବର୍ତ୍ତେ କେଉଁ ଠିକାଦାରର କ୍ଯାମ୍ପ ହାଉସ ଖଟିରେ ନାଲି ଚାୟ କି କେଉଁ ବଡ ବ୍ଯସାୟୀର ସାମାନ୍ୟତମ ତ୍ରୁଟି ପରଖିବା ବାହାନାରେ ଗାନ୍ଧୀପତି ଓଗାଳିବାରେ ବ୍ଯସ୍ତ ଥିବେ । ଏପଟେ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଦେଖି ବର୍ଷା ଭାରି ବୀବ୍ରତ । ପ୍ରାକ୍ଟିକାଲ୍ ପରୀକ୍ଷା ସାରି ଜୀବନର ସର୍ବଶ୍ରେଷ୍ଠ ପରୀକ୍ଷା ନିମନ୍ତେ ଝିଅ ନିଜକୁ ପ୍ରସ୍ତୁତ କରିସାରିଲାଣି ପ୍ରଥମ ଦେଖାରୁ ମାତ୍ର ବାପା ସ୍ବପ୍ନ ପୁରଣ ନିମନ୍ତେ ସାଧାରଣ ମଣିଷକୁ ଲୁଟିବାରେ ବ୍ଯସ୍ତ ।

ବର୍ଷାକୁ ବା କଣ ଜଣା । ବାପାଙ୍କ ଚାକିରୀ ଭିତରେ ଉପୁରି କାର୍ଯ୍ୟକ୍ରମ କେତେ ଗୁରୁଗମ୍ଭୀର । ମଣିଷ ଟଙ୍କା ପାଇଁ ମଣିଷପଣିଆ ବିକ୍ରି କରିଦେଇପାରେ । ମାତ୍ର ମୋ' ବାପା ଯେ ଏତେ ଖିଆଲି , ଟଙ୍କାର ପ୍ରାଚୁର୍ଯ୍ଯ ଭିତରେ ପରିବାର ତଥା ହିତାହିତ ଭୁଲିଯିବା ମଣିଷ ଏକଥା ସେ ବା କାହିଁକି ଭାବନ୍ତା !

ସେଦିନ ସନ୍ଧ୍ୟା ପାଞ୍ଚଟା ବାଜିଗଲା । ବାପାଙ୍କର ଦେଖା ନାହିଁ । ପ୍ରାକ୍ଟିକାଲ୍ ଆସିଥିଲା ବର୍ଷା । ବାପାଙ୍କ ସହ । ଘର କଲେଜ ଠାରୁ ମାତ୍ର ୬ କିଲୋମିଟର ହେବ । ବର୍ଷା ପାଖରେ ପର୍ସ ହିଁ ନାହିଁ । ଘରୁ ଖାଇ ଆସିଥିଲା । ବାପାଙ୍କ ସହ ଫେରି ଘରେ ଖାଇପିଇ ବିଶ୍ରାମ ନେବା କଥା । କିନ୍ତୁ ଅସମୟ ବର୍ଷା ବାପାଙ୍କ ଖିଆଲି ମନୋଭାବ ତାକୁ ଅସୁବିଧାରେ ପକାଇନି ଯେ ମଣିଷ ଚିହ୍ନିବାରେ ସହଯୋଗ କରିଛି । ଏପଟେ କୁମାର ବେଣୁ ହଷ୍ଟେଲ ନଯାଇ ବର୍ଷାକୁ ସାହାଯ୍ୟ କରିବାକୁ ଯାଇ ତା' ପାଖେପାଖେ । କେତେବେଳୁ ବର୍ଷା ଛାଡି ଯାଇଛି । ଶୀତଳ ପବନର ଛୁଆଁରେ ପ୍ରେମୀଯୁଗଳଙ୍କ ମନରେ ଅହେତୁକ ଆବେଗ । ପରିବେଶ ଖୁବ୍ ମନୋରମ ଆଉ ରୋମାଞ୍ଚଭରା । ସାହାସ ହେଉ ନଥିଲେ ମଧ୍ୟ କୁମାର ବେଣୁ ମଣିଷ ପଣିଆକୁ ନେଇ ପଚାରିଥିଲା ଖାଇବାକୁ । ରୋକଠୋକ୍ ମନା କରିଦେଇଥିଲା ବର୍ଷା । ବାପାଙ୍କ ପାଇଁ ଅଜଣାଭୟ , କୁମାର ବେଣୁଙ୍କ ଅଜଣା ସମ୍ମୋହନ ଭିତରେ ଭୋକଶୋଷ ଭୁଲିଯାଇଥିଲା ସେ । ତଥାପି କୁମାର ବେଣୁ ପଚାରିଥିଲା ତମେ ଚା' ପିଅ ତ ବର୍ଷା ? କିଛି କ୍ଷଣର ନୀରବତା ଭାଙ୍ଗି ହଁ ଭରିଥିଲା ବର୍ଷା । କିନ୍ତୁ ଏବେ ଆବଶ୍ୟକତା ନାହିଁ ବୋଲି ଜଣାଇ ଦେଇଥିଲା । କାହିଁକି ନା ତା' ପାଖରେ ପଇସାଟାଏ ନାହିଁ । ବଦରାଗି ବାପା ମଧ୍ୟ ଖୁବ୍ ସଂଯମୀ । ଏପରିକି ବର୍ଷାର ବୋଉକୁ ମଧ୍ୟ ହାତଗୁଞ୍ଜା ମିଳିବା କଷ୍ଟକର । ଆଉ କୁମାର ବେଣୁ ବର୍ଷା ଜୀବନର ପ୍ରଥମ ପ୍ରେମ । କପେ ଚାୟ ପିଇ କ୍ଷଣକ ଆତ୍ମ ସନ୍ତୋଷ ମଧ୍ୟରେ ସେ ଋଣୀ ହେବାକୁ ଚାହୁଁ ନଥିଲା । ଚାହୁଁ ଥିଲା ବାପା ଆସିବା ଯାଏଁ କୁମାର ବେଣୁ ସହ କଲେଜ କ୍ଯାମ୍ପସ୍ ର ନିରୋଳା ପରିବେଶ ଭିତରେ କେବଳ ଗପିବାକୁ । ତା' ଆଖିରେ ଆଖି ମିଶାଇ । ଆଉ ପ୍ରଥମ ପ୍ରେମକୁ ପରିଚିତ କରିବାକୁ ତା' ବାପାଙ୍କ ସହ । କେତେ ସୁନ୍ଦର ତା' କୁମାର ବେଣୁ । ଅସହଜ ହେଲେ ବି ବର୍ଷାର ସୁରକ୍ଷା ପାଇଁ ଦିନ ତିନିଟାରୁ ସେ ତା ସହ ଏକାଏକା । ସେପଟେ ବୋଉ ଘରେ ବ୍ଯସ୍ତ ହେଉଥିବ । ବୋଉ ଫୋନରେ ବି ବାଲାନ୍ସ ନାହିଁ । ବଡ କଞ୍ଜୁସ୍ ତା' ବାପା । କିଛି ବୁଝନ୍ତି ନାହିଁ ଟଙ୍କା ବ୍ଯତିରେକ । ବର୍ଷା ମୁଣ୍ଡ ଚକ୍କର ଖାଉଥାଏ । ଏତେ ମୁଣ୍ଡ ବ୍ଯଥା ସହିହେଉ ନଥାଏ । ଏତିକି ବେଳେ କୁମାର ବେଣୁର ଆବେଗଭରା ସମ୍ଭାର୍ଷଣ ପ୍ଲିଜ୍ ବର୍ଷା ... ଏଟ୍ ଲିଷ୍ଟ କପେ ଚାୟ ! ମୁଁ ତ କିଛି ଦେଇପାରିବିନି । କିନ୍ତୁ ଜଣେ ଉତ୍ତମ ବନ୍ଧୁ ଭାବରେ ଆଉ ଆମ ପ୍ରଥମ ଦେଖାର ସ୍ମୃତିକୁ ଉଦ୍ଜୀବିତ କରିବାକୁ ଯାଇ ଆମେ କଣ ଚା' କପେ ସେୟାର କରିବାନି ? ବର୍ଷାର ଖୋଜା ପଡୁଥିବା ନିହାତି ଆବଶ୍ଯକତା ଚାୟ । ଅଫର୍ କ୍ଯାନସେଲ କରିବାର ପ୍ରଶ୍ନ ହିଁ ନଥିଲା ବର୍ଷା ପାଇଁ । ତଥାପି କହିଲା ବୁଝିଲେ ବେଣୁ ବାବୁ ମୁଁ ଆଜି ଭୁଲରେ ପର୍ସ ହିଁ ଆଣିନି । ଆଜିର ଚାୟ ଯଦି ତମ ତରଫରୁ ତେବେ ନେବାରେ ମୋର ଆପତ୍ତି ନାହିଁ ।

ବେଣୁ ବାବୁ ! ଆଚ୍ଛା ... ଠୋ ଠୋ ହସିଲା କୁମାର ବେଣୁ । କିନ୍ତୁ ଭାରି ଖୁସି ଲାଗୁଥିଲା ବର୍ଷାର ଡାକ ବେଣୁ ବାବୁ । ସତରେ ବାପାଙ୍କ ସ୍ବପ୍ନ ଯଦି ସାକାର ହୁଅନ୍ତା । ସେ IAS ପାଇଯାନ୍ତା ତେବେ ଯାଇ ବାବୁ ଶବ୍ଦଟା ତାକୁ ଭଲ ଲାଗନ୍ତା । ପାଠପଢା ନ ସରୁଣୁ ଜୀବନରେ ପ୍ରଥମ ଥର ପାଇଁ ବାବୁ ଡାକ, ତା'ପୁଣି ମନର ମାନସୀ ଓଠରୁ .. । ଭାବନାରେ ମଜ୍ଜି ଯାଉଥାଏ କୁମାର ବେଣୁ । ଚାହୁଁ ଚାହୁଁ କଲେଜ ସ୍କୋୟାର୍ କୋଲଡ୍ ପାର୍ଲରରେ ଦୁହେଁ । ସବୁଠି ଚାୟ ମିଳେ । କିନ୍ତୁ କୋଲଡ୍ ପାର୍ଲରର କୋଲ୍ଡ କଫି,ହଟ୍ କଫି , ରେଡ୍ ଟି , ଗରମ୍ ଗରମ୍ ଇରାନୀ ଚାୟ ଖୁବ୍ ଅନୁରାଗଭରା । ଆଉ ପ୍ରେମୀଯୁଗଳଙ୍କ ପ୍ରଥମ ପସନ୍ଦ । ଚାୟ ସ୍ନାକ୍ସ ହେଉ କି ଚକୋଲେଟ୍ । ସେଇଠି ସେୟାର କରିବାର ଅନୁଭୁତି ଖୁବ୍ ନିଆରା । ସେଇଥିପାଇଁ ତ ଦୁହିଁଙ୍କର ପାଦ ଆପେ ଚାଲିଯାଇଥିଲା । ଆଉ କର୍ଣ୍ଣର ଟେବୁଲକୁ ବାଛି ନେଇଥିଲା କୁମାର ବେଣୁ । ଯେଉଁଠି ସେଲ୍ଫି ନେବାକୁ ଭିଡଧରେ ସୁନ୍ଦରୀ ତରୁଣୀ ମାନଙ୍କର । ଏକାଠି ବସି ପଡିଲେ ବେଣୁ ଆଉ ବର୍ଷା । ଅର୍ଡର୍ ଥିଲା ବର୍ଷା ର ଗରମ୍ ଈରାନୀ ଚାୟ ଆଉ ବେଣୁ ପାଇଁ ହଟ୍ କଫି । କୋଲଡ୍ ପାର୍ଲରର କେଫଟେରିଆ । କର୍ଣ୍ଣର ଟେବୁଲ । ମନରେ ଅହେତୁକ ଆଶ୍ଳେଷ । ପାଖରେ ମୋବାଇଲ ଥାଆନ୍ତା କି ? କୁମାର ବେଣୁ ସହ ସ୍ମୃତି ସବୁ ଲାଇଫ୍ ଟାଇମ୍ ପାଇଁ ବଡବଡ ପୋଷ୍ଟର କରି ସାଇତି ରଖନ୍ତା ତା' ହୃଦୟରେ ଆଉ ତା' ଶାଶ୍ବତ ପ୍ରେମ କୁଟୀର ବର୍ଷା ଭବନର କାନ୍ଥ ବାଡରେ ... । ଏତିକି ବେଳେ ବର୍ଷା ର ଭାବନାରେ ଭଟ୍ଟା ପକାଇ କୁମାର ବେଣୁ  ଅନୁମତି ମାଗୁଥିଲା ବର୍ଷା ସହ ଅନୁଭୁତିକୁ କୟଦ କରିବାକୁ ମୋବାଇଲର ଲେନ୍ସରେ । ସହମତି ସହ ଦୁଇ ପ୍ରେମୀଯୁଗଳ ଉଠାଉଥିଲେ ତୁହାକୁ ତୁହା ସେଲ୍ଫି ସବୁ ରୋମାଞ୍ଚଭରା ମୁଦ୍ରାରେ.... ।।

                                       କ୍ରମଶଃ...


Rate this content
Log in

Similar oriya story from Romance