STORYMIRROR

Chaturbhuja Sahoo

Others

3  

Chaturbhuja Sahoo

Others

ନିଃସଙ୍ଗତା

ନିଃସଙ୍ଗତା

3 mins
188

ବାତ୍ୟା ଗୁଲାବ୍ । ଭୟଙ୍କର ମାଡିଆସୁଛି କୂଳକୁ । ପାଣିପାଗ ଵିଶେଷଜ୍ଞଙ୍କ ପୂର୍ବାନୁମାନ । ସାଧାରଣ ପ୍ରଶାସନ ବିଭାଗର ସତର୍କତା । ତଥାପି ସୁହାନୀ ବାହାରିଛି ଆନ୍ଧ୍ରପ୍ରଦେଶ । ସେଠି ତା'ର ଲାଷ୍ଟ ସେମିଷ୍ଟର । ଏଥର ପରୀକ୍ଷା ସରିଗଲେ ମୁଣ୍ଡରୁ ଟେନସନ୍ ଯିବ । ବାକି ଅପେକ୍ଷା ସରକାରୀ ଚାକିରୀକୁ । ଯଦି ଭାଗ୍ୟକୁ ସରକାରୀ ମାଷ୍ଟରାଣୀଟେ ହୋଇଯାଏ ତା' ଦୁଃଖ ହଟିଯିବ । ଯୌଥ ପରିବାରର ସାନବୋହୁ ସୁହାନୀ । ନାଁକୁ ଯୌଥ ପରିବାର । ଶାଶୁ ଶ୍ୱଶୁର ସ୍ୱାମୀ ଙ୍କୁ ଛାଡିଦେଲେ ଆଉ କାହାରି ଚିନ୍ତା ନାହିଁ । ବୃତ୍ତି ଅତି ଉତ୍ତମ । ମାତ୍ର ଘର ପରିବାରକୁ ଅଣଦେଖା ବେଖାତିର । କେହି ଆସନ୍ତିନି ନିପଟ ମଫସଲ ଗାଆଁକୁ ।

ଏଠିକି ବୋହୁ ହୋଇ ଆସିବା ଆଗରୁ ସବୁ ଜାଣିଥିଲା ସୁହାନୀ । ସ୍ୱାମୀ ଚିନ୍ମୟ । ବୃତ୍ତିରେ ଶିକ୍ଷକ । ଘର ଠାରୁ ବହୁତ ଦୂରରେ ଚାକିରୀ । ଘରର ଯାବତୀୟ ବୋଝ ତାଙ୍କର । ବାପାମାଆଙ୍କୁ ବହୁତ ଭଲ ପାଆନ୍ତି । ସୁହାନୀର କିନ୍ତୁ ବହୁତ ସ୍ୱପ୍ନ । ସତେ ଯେମିତି ନଈକୂଳ ବାଲି ସବୁ ଉଖୁଡା ଆଉ ପଥର ସବୁ ବିକଳାନନ୍ଦ ରସଗୋଲା । ଭାରି ଅଳସୁଇ । ଅଝଟ ବହୁତ । ସତେ ଯେମିତି ରାଣୀ ଭଳି ରାତିଦିନ ଶୋଗଥାନ୍ତା । ସବୁ ସୁବିଧା ସୁଯୋଗ ହାତପାଆନ୍ତାରା ମିଳିଯାନ୍ତା । 

ସହରୀ ଜୀବନର ମୋହ ବହୁତ । ବୁଝେନା ଆପଣାପଣ । ଜିଦି କରେ । ସମୟ ପରିସ୍ଥିତି ଆଉ ପରିବାରକୁ ଧ୍ୟାନ ଦେଇ ଚିନ୍ମୟ ନା ଏ କୁଳର ନା ସେ କୁଳର । 

ଖୁବ୍ ବାସ୍ତବଧର୍ମୀ ବାସ୍ତବବାଦୀ ମଣିଷଟେ । ୟାଙ୍କୁ ବାହାହୋଇ ବୋଧହୁଏ ମସ୍ତବଡ ଭୁଲ କରିଦେଇଛି ସେ । ଅନନ୍ୟୋପାୟ ସୁହାନୀ ଆଜି ପରୀକ୍ଷା ପାଇଁ ବାହାରିଛି । ଚିନ୍ମୟର ଅପ୍ରିୟ ସତ୍ୟକୁ ସେ ସହସ୍ରାଧିକବାର ଖଣ୍ଡନ କରିଛି । ଏକା ଯିବାକୁ ମନସ୍ଥ କଲେ ମଧ୍ୟ କର୍ତ୍ତବ୍ୟ ପରାୟଣ ସ୍ୱାମୀ ଭାବରେ ଚିନ୍ମୟ ଗାଆଁରୁ ଭୁବନେଶ୍ୱର ଯାଏଁ ଆସିଛି । ସୁହାନୀ ଟ୍ରେନ ଚଢିଲେ ସେ ଫେରିବ ଗାଆଁକୁ । ଏବେ ସ୍କୁଲ ତ ବନ୍ଦ । ମାତ୍ର ସଂରକ୍ଷିତ ଟ୍ରେନ୍ ଯାତ୍ରା ସ୍ଥଗିତ । ବାତ୍ୟାର ପ୍ରକୋପକୁ ଆଖି ଆଗରେ ରଖି । ପରବର୍ତ୍ତୀ ଟିକେଟ କଟାଯାଏ । ସେ ଟ୍ରେନ୍ ଦିଗ ପରିବର୍ତ୍ତନ କରେ । ଶେଷରେ ସ୍ୱାମୀ ଆକାଶପଥରେ ଉଡାଣ ନେବାକୁ କହନ୍ତି । ଟିକେଟ ଅସମ୍ଭବ । 

ନିଜସ୍ୱ ବୁଦ୍ଧିଶୁଦ୍ଧି ନାହିଁ କି ପାଠ ପଢୁଛୁ । ସମୟ ଆଉ ପରିସ୍ଥିତି ସହ ତାଳ ଦେଇ ନ ଚାଲିପାରିଲେ ଡାଇନୋସର ଭଳି ହଜିଯିବାକୁ ହେବ । ଶିକ୍ଷାର ମାନେ ଚାକିରୀ ନୁହଁ ବରଂ ସମାଜରେ ଶାନ୍ତିରେ ବଞ୍ଚିବାକୁ ଲଢେ଼ଇ ଦରକାର । ପାଠପଢା ବଡକଥା ନୁହଁ ବରଂ କର୍ତ୍ତବ୍ୟ ପରାୟଣ ହେବା । ଏସବୁ ଶୁଣିବାକୁ ନାରାଜ ସୁହାନୀ । ଭାରି କଷ୍ଟ ହୁଏ ଚିନ୍ମୟକୁ । କି ପ୍ରକାର ଉପାଦାନରେ ଗଢା ଏ ସୁହାନୀ । ପରକଥା ତା'ପାଇଁ ବେଦର ଗାର । ଆଉ ସ୍ୱାମୀଙ୍କ ସତ୍ୟ ଉଚିତ କଥାବାର୍ତ୍ତା ତା'ପାଇଁ କିଛି ନୁହଁ । ଯେତେ ବୁଝାଅ , ଉପଦେଶ ଦିଅ , ମାର୍ଗଦର୍ଶନ କରାଅ, ସବୁ ନିଷ୍ପଳ ତା' ସ୍ୱଳ୍ପ ବୁଦ୍ଧି ଆଉ ବାହାଦୂରୀର ବିଲକ୍ଷଣ ଭିତରେ । ଏଣୁ ଖୁବ୍ ରାଗିଯାଏ ଚିନ୍ମୟ । କିନ୍ତୁ ସମୟ ପରିସ୍ଥିତିକୁ ମୁକାବିଲା କରିବାକୁ ସଦା ତତ୍ପର ଆଉ ଆଗଭର ଚିନ୍ମୟ । ପାଣିପାଗର ପ୍ରତିକୂଳ ଅବସ୍ଥା ଦେଖି ସୁହାନୀ ସହ ଆସିଛି ସିନା ଖୁବ୍ ଏକା ସେ ....

ଶେଷରେ ତା' କଥା ନ ମାନି ପରୀକ୍ଷା ପାଇଁ ବାହାରିଛି । ତିନି ତିନି ଟ୍ରେନ ଯାତ୍ରା ବାତିଲ୍ । ଏବେ ବସରେ ପରୀକ୍ଷା ଦେଇ କୃତକାର୍ଯ୍ୟର ସିଡି ଆଉ ଭବିଷ୍ୟତ ମାଷ୍ଟରାଣୀ ହେବାର ପ୍ରଚେଷ୍ଟା । ସେୟା ହେଲା ଚିନ୍ମୟ ମଧ୍ୟ ରାଜି । ସ୍ୱତନ୍ତ୍ର ବସ ଯୋଗେ ସତୁରୀ ଜଣ ଙୀ ନେଇ ବସ ବଢିଲା ଆନ୍ଧ୍ରପ୍ରଦେଶ ଅଭିମୁଖେ । ବସରେ ଗଲାବେଳେ ହାତ ହଲାଇ ଅଭିବାଦନ ଜଣାଇଲା ଚିନ୍ମୟ । ତା'କୁ ବାୟ ବାୟ କହି ସେଲ୍ଫି ନେବାରେ ବ୍ୟସ୍ତ ଥିଲା ସୁହାନୀ । ସତରେ ଦୁନିଆ କେଡେ ସ୍ୱାର୍ଥପର ! ଆପଣା ମଣିଷର ପଦୁଏ କଥା ବି ଶୁଣିବାକୁ ନାରାଜ ସେ । କିନ୍ତୁ ପରଜୀବୀ ଭଳି ଅନ୍ୟର କଥାରେ ସମ୍ମତି ଦେବା ଆଉ ବନ୍ଧୁ ପରିଜନ ଭିତରେ ହଜିଯିବାରେ ସେ ନିପୁଣ । କିନ୍ତୁ ମନର ମାନସ ଆଉ ତା' ବାସ୍ତବିକ ଚିନ୍ତନ କଣ ତା'ର କ୍ଷତି କରିଛି ? ନା ତାକୁ ପଢାଇବାରେ କୁଣ୍ଠିତ ? କଣ ପାଇଁ ସୁହାନୀ କାନ୍ଦି କାନ୍ଦି ଡରାଏ । ବିରକ୍ତ କରାଏ ଚିନ୍ମୟକୁ .... । ଅନେକ କହେ । ମାତ୍ର ତା' କଥାର ଓଜନ ରଖେନି ତା'ଧର୍ମ ପତ୍ନୀ । ଉଦାସ ପ୍ରାଣ ତା'ର ନିଜକୁ ଧିକାର କରେ । ଆଉ ସେ ଏକଲା ରହେ । କବିତା ଲେଖେ । 

ବସ୍ ଗଡିଚାଲେ । ଆଉ ଘରମୁହାଁ ହେବାକୁ ମାଷ୍ଟରକ୍ୟାଣ୍ଟିନ ଧାଏଁ ଚିନ୍ମୟ । ବାତ୍ୟା ସକାଶେ ଅନେକ ଟ୍ରେନ ବାତିଲ । ନାହିଁ ନଥିବା ଭିଡ । ଜନଗହଳି ଭିତରେ ଏକା ଏକା ଟିକେଟ୍ ଧରି ଘରମୁହାଁ ମଣିଷଟା କବିତା ମଧ୍ୟ ଲେଖିପାରେନା । ଆଉ ନିଃସଙ୍ଗତାର ଅନୁଭବ ତା'କୁ ବାରମ୍ବାର ଦଂଶନ କରେ । ଆଉ ସଜାଇ ଦିଏ ନିଃସଙ୍ଗ ଗାଳ୍ପିକ...



Rate this content
Log in