STORYMIRROR

Chaturbhuja Sahoo

Romance

2  

Chaturbhuja Sahoo

Romance

ଅପେକ୍ଷାର ଅଭିସାର

ଅପେକ୍ଷାର ଅଭିସାର

2 mins
115


ଅନୁକ୍ଷଣେ ଅନୁ ଅନୁ ଅନୁ । ନିଜର ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ଭିତରେ ବି WhatsAppରେ ଟିକିଏ Online ଆସି ଅନୁର ଉପସ୍ଥିତିକୁ ଦେଖିବାରେ ବ୍ୟଗ୍ର ସେ । ଅନୁ କିନ୍ତୁ ନାଚାର । ଏପଟେ ଘରର ଯାବତୀୟ କାମ । ସକାଳିଆ ସ୍କୁଲ । ଏପଟେ ପୁରୁଷ ବନ୍ଧୁ ସେପଟେ ସ୍ବାମୀ ଆଉ ପରିବାର । ଏମିତି ଏକ ଦ୍ୱନ୍ଦ୍ୱରେ ପୂର୍ଣ୍ଣଛେଦ ଟାଣି ଆଜି ଅନୁ ପ୍ରସ୍ତୁତ ଦୁଇ ମିନିଟ ସମୟ ଦେବାକୁ । ଏପଟେ ମି. ସାହୁ ବାବୁଙ୍କ ଆନନ୍ଦର ସୀମା ନାହିଁ ।

ଆଜି ସ୍ୱାମୀ ନାହାନ୍ତି । ଯେତେ ଗାଢ ରାତ୍ର ହେଉନା ମି. ସାହୁଙ୍କୁ ଟିକିଏ ଅନଲାଇନରେ ପ୍ରୀତି ଚୁମ୍ବନଟିଏ ନଦେଲେ ସେ ପାଗଳ ହୋଇଯିବେ । ସେଥିପାଇଁ ନିଜକୁ ଅବଶ୍ୟ ପ୍ରସ୍ତୁତ କରିସାରିଛି ଅନୁ । ଗଭୀର ନିଶୀଥରେ ଅନ୍ତରଙ୍ଗ ମନର ମାନସକୁ ଟିକିଏ ଆଖି ଭରି ଦେଖିନେବାକୁ ...

ସେପଟେ ଚାତକ ଭଳି ଅପେକ୍ଷାରେ ମି. ସାହୁ । ରାତ୍ରୀର ଗଭୀରତା ସହ ଗାଢ଼ତା ଆଉ ମନର ବହୁ ଆକାଂକ୍ଷିତ ମାନସୀଙ୍କୁ ଅଭିସାର ମୁଦ୍ରାରେ ଥରୁଟେ ଦେଖିନେବାକୁ ...

ମାତ୍ର ରାତ୍ରୀର ଗଭୀରତା ଭିତରେ ନିଦରେ ଶୋଇ ଯାଇଛନ୍ତି ମି.ସାହୁ।

ଅନୁ କିନ୍ତୁ ଅପେକ୍ଷାରେ... 

ଅନନ୍ୟ ଅଭିସାର ପାଇଁ ବ୍ୟଗ୍ର ସେ...

ରାତ୍ରୀର ଗଭୀରତା ସହ ଦେହର ତାତି ଆଉ ଉନ୍ମାଦନା ସହ ଏକା ଏକା ଛଟପଟ ବିରହିଣୀ ମୁଦ୍ରାରେ

ଅପେକ୍ଷା ରେ ଅନୁ.....

ଦୁଇ ମିନିଟ ପାଇଁ ଏତେ ନେହୁରା ହେଉଥିବା ମନର ମାନସ ତ ଅନଲାଇନରେ.....

କିନ୍ତୁ କାହିଁକି ତାଙ୍କର ଦେଖା ନାହିଁ ??

କାମନାର ଅଭିସାର ଭାଙ୍ଗି ଦେହର ତାତିରେ ଏବେ ଜଡତା ଆଉ ଶୀତଳତା ହିଁ ଶୀତଳତା...

ଅଭିମାନରେ ନିଜକୁ ସଂଯତ କରିନେଲା ଅନୁ......

ଦୁଇ ମିନିଟ ପାଇଁ ସାରା ରାତି ସେ ପରପୁରୁଷର ଅପେକ୍ଷାରେ.....

ସତରେ ଏ କେମିତିକା ଅଭିସାର......???

ମି.ସାହୁ ହିଁ ଜାଣିଥିବେ ! ଦେହ ଦେଉଳ ସହ ସାଲିସ୍ କେତେ କଷ୍ଟଦାୟକ । 

ଏଇମିତି ଚାହୁଁ ଚାହୁଁ ବିନିଦ୍ର ରଜନୀରେ ରାତି ପାହିଗଲା । 

ସକାଳୁ ସକାଳୁ କୁକ୍କୁଟର କକରେ କଁ ଡାକରେ ଅଳସ ଭାଙ୍ଗୁଥିଲା ଅନୁ । ତଥାପି ତା'ର ନିଦୁଆ ଆଖିରେ ଆନମନା ପ୍ରେମର ନିଶା ବଜାଉଥିଲା କାମନାର ବୀଣା । ଆଉ ଭଗ୍ନ କୋଣାର୍କ-ମୁଖଶାଳାର ଅଭିସାରିକା ଭଳି ତା'ର ପ୍ରତିଛବିର ପ୍ରତିଫଳିତ ଛବି ଦେଖାଯାଉଥିଲା ୱ।ସ ବେସିନର ମିରରରେ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance