STORYMIRROR

Kalandi pal

Inspirational

4  

Kalandi pal

Inspirational

ଯୁଗେ ଯୁଗେ ଧର୍ମର ପ୍ରତୀକ

ଯୁଗେ ଯୁଗେ ଧର୍ମର ପ୍ରତୀକ

1 min
246


ଧର୍ମର ସ୍ଥାପନା କରି ଅଧର୍ମର ବିନାଶ

ଯୁଗେ ଯୁଗେ ଧର୍ମର ପ୍ରତୀକ ପୀତବାସ

ଧର୍ମରେ ଧରା ପାଳୁଛ ନାମ ହୃଷିକେଶ

ଧର୍ମ ପାଇଁ ଅବତାର ଘେନ ହେ ଦେବେଶ ।


ସୂର୍ଯ୍ୟବଂଶେ ରାମ ରୂପେ ବଧିଲ ରାବଣ

ପିତୃସତ୍ୟ ପାଳି ବନବାସେ ଗଲାଦିନ

ଜୀବନରେ ଯାହାସବୁ କରିଛ ଆପଣ

ଦୁନିଆଁକୁ ଶିକ୍ଷା ଦେଲ କର ସାଧୁଜନ

ବାଣୀରେ ସନ୍ତୋଷ ନୁହେଁ କର୍ମରେ ସନ୍ତୋଷ

ସୀତା ମାତା ଧର୍ମପାଇଁ ପାତାଳେ ପ୍ରବେଶ ।


ଜନମିଲ ବନ୍ଦୀଗୃହେ ବଢ଼ି ଗୋପପୁରେ

ବାଳୁତ କାଳୁ ବଧିଲ କେତେ ଯେ ଅସୁରେ

ବଧିଲ କଂସକୁ ତୁମେ ପ୍ରଭୁ ଜନାର୍ଦ୍ଦନ

ଅମୃତ ବାଣୀ ତୁମର ରହିଲା ଅକ୍ଷୁର୍ଣ

ପାଣ୍ଡବଙ୍କୁ ସାହା ହେଲ କୁରୁର ବିନାଶ

ଧର୍ମ ପାଇଁ ନିଜ ବଂଶ ହାତେ କଲ ନାଶ ।


ଅଜୟ ଅମର ବାଣୀ କରିଲ ପ୍ରଚାର

କାର୍ଯ୍ୟନୁହେଁ ବାଣୀ ତୁମ କରିଲ ପ୍ରସାର

ଧର୍ମ ନିତି ପରିପୂର୍ଣ୍ଣ ସେହି ଗୀତା ଗ୍ରନ୍ଥ

ଆବୋରି ନେଇଛି ଗୀତା ଏ ସାରା ଜଗତ

ପଢିଲେ ଶୁଣିଲେ ବାଣୀ ପାପ ଯାଏ ନାଶ

ଜୀବନରେ ପୁଣ୍ୟପଥ ହୁଏ ପରକାଶ ।


ସେଉ କୃଷ୍ଣ ତୁମେ ଅଛ ଦାରୁବ୍ରହ୍ମ ହୋଇ

ନୀଳାଚଳ କ୍ଷେତ୍ର କଲ ତୁମେ ପୁଣ୍ୟ ଭୂଇଁ

ହାତ ଟେକି ଚାହିଁଅଛ ଭକତଙ୍କ ପାଇଁ

ପାପକୁ ବିନାଶି ପୁଣ୍ୟ ଦିଅ କଳାସାଇଁ

କୋଟି କୋଟି ଭକ୍ତ ଆସି ଲଭନ୍ତି ଆଶିଷ

ଦିନନାଥ ପତିତପାବନରେ ପ୍ରକାଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational