STORYMIRROR

SOUBHAGYABATI GIRI

Inspirational

3  

SOUBHAGYABATI GIRI

Inspirational

ଯୁବଶକ୍ତି

ଯୁବଶକ୍ତି

1 min
132

ହେ କଳୁଷିତ ଯୁବଶକ୍ତି !

କେତେଦିନ ରହିବ ପିଞ୍ଜରାବଦ୍ଧ ସୁପ୍ତସିଂହ ହୋଇ

କେତେଦିନ କଳାପୋଷାକରେ ଲୁଚାଇରଖିବ

ତମ ଧଳା ଚରିତ୍ରକୁ

ସମାଜର କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ

ଆଙ୍ଗୁଠି ଠାରର ଇସାରାରେ 

କେତେଦିନ ନାଚୁଥିବ ବେତାଳନୃତ୍ୟ 

କେତେଦିନ ହାତରେ ବନ୍ଧୁକ ଧରି

ସାଜିବ ଅସାମାଜିକ 

କେତେଦିନ ସବୁ ଅନ୍ୟାୟ ଦୁର୍ନୀତିକୁ

ମଥାପାତି ଗ୍ରହଣ କରୁଥିବ

ଆଉ ସମୟ ନାହିଁ 

ଶୀଘ୍ର ଉଠ,ଜାଗ୍ରତ ହୁଅ 

ତୁମେ ହଁ ହଁ ତୁମେ ହିଁ କରିପାରିବ

ସବୁ ଅସମ୍ଭବକୁ ସମ୍ଭବ

ବଜାଅ ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ବିଗୁଲ୍

ପିଞ୍ଜରାବଦ୍ଧ ହଜାର ହଜାର ସୁପ୍ତସିଂହଙ୍କ ଗର୍ଜନରେ

ଭାଙ୍ଗିଯାଉ ସେ ପିଞ୍ଜରାର ଦ୍ୱାର 

ବାହାରି ଆସ ମୁକ୍ତାକାଶ ତଳକୁ

ଟାଣି,ରାମ୍ପୁଡି,ବିଦାରି ହତ୍ୟାକର ଅନ୍ୟାୟକୁ

ମୋଡିଦିଅ ସେ ଦୁର୍ନୀତିର ବେକ

ପୁଣି ହେଉ ନ୍ୟାୟଧର୍ମର ପ୍ରତିଷ୍ଠା

ସୃଷ୍ଟିଟା ସବୁଦିନ ପାଇଁ ହେଇଯାଉ

ଈଶ୍ୱରୀୟ ଆଉ ଅମୃତମୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational