STORYMIRROR

AJIT KIMAR TRIATHY

Abstract Classics

3  

AJIT KIMAR TRIATHY

Abstract Classics

ଯଶେଧାରା

ଯଶେଧାରା

2 mins
12K

ସେଦିନ ସକାଳୁ 

ଉଠି ଯଶୋଧାରା.....

ଦେଖିଲେ ପାଶେ ଶେଯେ....

ନାହାନ୍ତି - ପ୍ରିୟ,ଗୌତମ

ଶୋଇଛି ନିଦରେ ଟିକି ଛୁଆ ରାହୁଳ, 

ଉଠିଲେ କାନ୍ଦିବ ବିକଳେ....

ଖାଲି ଦେଖି ପିତାଙ୍କ ଶେଯ ।

ସ୍ଵାମୀଙ୍କ ବିରହେ ଖୋଜିଲେ ଆତୁରେ 

ଆଖି ଭିଜିଅଛି ଲୋତକର ଧାରେ

ବହି ଯାଏ ବନ୍ୟା ସମ 

ନାହିଁ ତାର ଥଳକୂଳ ।

ନିଦ ଭାଙ୍ଗି ପୁଅ ଖୋଜିଲା ବାପାଙ୍କୁ

ବୁଝି ନାହିଁ କିଛି ଜୀବନର ମାୟା,ମୋହ

ଜାଣିଛି କେବଳ ପିତାଙ୍କର ଶ୍ରଦ୍ଧା,ସ୍ନେହ ।

ବାପା ମାଆଙ୍କର ପାଳନ ପୋଷଣ

ସେବା କେତେ ଆକର୍ଷଣ।

ଗଳାକୁ ଫଟାଇ କରିଲା କ୍ରନ୍ଦନ

ମା'ଙ୍କୁ କରି ପ୍ରହାର ,

ବୁଝି କିପାରିବ ଜନନୀର ଦୁଃଖ ,

କେତେ ଅବା ଦୁର୍ବିସହ ।

ସ୍ଵାମୀଙ୍କ ବିହୁନେ କିପରି କଟିବ ଦିନ ।

ଏକା ଜିଦ୍ ତାର କାହିଁ ଗଲେ ବାପା କୁହ

ସାଉଁଟିଲେ କୋଳେ କରି ଆଲିଙ୍ଗନ

ଶୁଖାଇଲେ ଲୁହ ଗଣ୍ଡେ ଦେଇ ଚୁମ୍ଵନ ।

ବୁଝାଇ କହିଲେ ପୁଅକୁ ଜନନୀ ,

ହୃଦୟରେ ଚାପି କୋହ ।

ବାପା ଯାଇଛନ୍ତି କରିବାକୁ ଯୁଦ୍ଧ 

କରିବାକୁ ଦିଗବିଜୟ

ସେ ବୀର ଆସିବେ ଫେରି ; 

ଜଗିଥାରେ ଧନ,ମୋ କୁଳନନ୍ଦନ ତୁହି ।

ଆଣିବେ ତୋପାଇଁ ଅନେକ ଖେଳନା

ମିଠା ପୁଣି ଖାଇବୁ ଆନନ୍ଦ ମନେ ।

ଶୁଣି ଆଶ୍ଵାସନା ବାଣୀ,

ଶୋଇଗଲା ମାଆ କେଳେ ।

ପରନ୍ତୁ ମୁହଁକୁ ଲୁଚାଇ କାନ୍ଦନ୍ତି ଜନନୀ 

ଗୁମୁରି ଗୁମୁରି ବିକଳରେ ।

କହିବେ କାହାକୁ ଦୁଃଖ ; ମନର ବେଦନା 

ହୃଦୟ କିପରି ଜଳେ ।

ଛାତିକୁ ପଥର କରି ସାରିଲେଣି 

ଅତୀତକୁ ଭୁଲିଯାଇ ।

ଦିନେ ପ୍ରାତଃ କାଳେ କିଏସେ ଭିକ୍ଷୁକ !

ଦ୍ଵାରେ- ଆସି ଡାକ ଦେଲେ----

"ଭିକ୍ଷାଂ ଦେହୀ ଭଦ୍ରେ ! 

ଭିକ୍ଷାଂ ଦେହୀ,ଭିକ୍ଷାଂ ଦେହୀ"

ମୁଖେ କରି ଉଚ୍ଚାରଣ ।

ଯଶୋଧାରା ଦେଖି ଚମକି ପଡ଼ିଲେ

ଲଣ୍ଡିତ ମସ୍ତିଷ୍କ,ଅକାଳ ଭିକ୍ଷୁକ,କପାଳେ ତିଲକ,

ପରିଧାନ ଗୈରିକ ବସନରେ ।

ପରିଚିତ କଣ୍ଠ , ଚିହ୍ନିଲା ପରାଏ,

ମନରେ ଆଶଙ୍କା ଉପୁଜେ ଅନେକ.....

ପାଶେ ଆସି ପଚାରିଲେ ; ସାଧୁଙ୍କର ପରିଚୟ ।

ଶୁଣି ଯଶୋଧାରା - ଯୋଗୀଙ୍କ ଠିକଣା

ବୁଦ୍ଧି ହେଲା ବଣା ; ହୋଇଗଲେ ମୂର୍ଚ୍ଛାଗତ

ଚେତା ଫେରି ପାଇ ଭର୍ଚ୍ଛନା କରିଲେ 

ଶତ ଧିକ୍କାରରେ,କରି ତିରସ୍କାର,ଘୃଣା ।

ଫେରିଯାଅ ଭିକ୍ଷୁ ; ଫେରି ଯାଅ ଦୂରେ

ଯଶୋଧାରା ବାଣୀ,ଗଉତମ ଶୁଣି 

ବୁଝାଇ କହିଲେ,ସମସ୍ତ କାହାଣୀ

କ୍ଷମାକର ମାତେ ! କ୍ଷମା କର ମୋତେ !

ସଂସାର ବିରାଗୀ,ଅଟେ ଗୃହ ତ୍ୟାଗୀ 

ସନ୍ନ୍ୟାସୀ ମୁହିଁ ଆସିଛି ତୁମରି ଦ୍ଵାରେ ।

ମାଗେ ନାହିଁ ଧନ,ଜନ,ରାଜ ସିଂହାସନ 

ସନ୍ଥ ମୁଁ ଜଗତ କଲ୍ୟାଣରେ ।

ପାଇବି ନିର୍ବାଣ,ହୋଇଯିବି ଧନ୍ୟ

ସାଧୁ ଦୀନ ହୀନ ଅକିଞ୍ଚନ ।

ଭିକ୍ଷା ଦିଅଗୋ ଜନନୀ,

ଲୋଡା ନାହିଁ କିଛି ଆନ ।

ସତ୍ୟ,ଦୟା,ଦାନ,ଧର୍ମ,କରୁଣା,

ଆସ୍ତେୟ,ଶାନ୍ତି,ଅହିଂସା- ପୂଜାରୀ

ପାଇଛି ଆଦେଶ- ଧରିଛି ଏ ବେଶ ; 

ପ୍ରଭୁଙ୍କର ବାଣି - ଅହିଂସା ମନ୍ତ୍ର ପ୍ରଚାର

କରିଛି ସଂକଳ୍ପ ସାଧନାରେ ରତ ।

ଆସ ମୋର ସାଥେ,ଆସ....

ଦେଖାଇବି ମୁକ୍ତି ପଥ ।

ସାଧୁ ବାଣି ଶୁଣି କୋପେ ସେତରୁଣୀ.….

ଝିଙ୍ଗାସିଲେ,ସନ୍ନ୍ୟାସୀରେ

ଚାହେଁନା ନିର୍ବାଣ,ଚାହେଁ ମୁଁ ଜୀବନ,

ପୁତ୍ର,ଘର,ପରିଜନ,ପରିବାର ବନ୍ଧନ

କରିପାରିବିନି କଦାପି ମୁଁ ଛିନ୍ନ.....

ନୁହେଁ ମୁହିଁ ସ୍ଵାର୍ଥ ପର ।

ଚାଲିଯାଅ ସନ୍ନ୍ୟାସୀ ,ଚାଲିଯାଅ 

ତୁରନ୍ତ ହୁଅନ୍ତୁ ମୋପାଶୁ ଅନ୍ତର

ଘରେ ମୋ ଶୋଇଛି ପୁଅ ।


Rate this content
Log in

Similar oriya poem from Abstract