ଯୋଗମୟ ଜଗତ
ଯୋଗମୟ ଜଗତ
ଜୁନ୍ ଏକୋଇଶ ଅଟଇ ବିଶ୍ଵ ଯୋଗ ଦିବସ,
ଯୋଗ ଦେଇଥିଲେ ବିଶ୍ଵର ଏକଶ ଅଶୀ ଦେଶ।୧।
ଦିହଜାର ଚଉଦ ସାଲ୍ ଡିସେମ୍ବର ଏଗାରେ
ଘୋଷଣା କଲା ଜାତିସଂଘ ନିଜ ପରିଷଦରେ।୨।
ଯୋଗ ବଳେ ମିଳେ ଆନନ୍ଦ ସୁଖ ଶାନ୍ତି ଅପାର,
ଯୋଗେ ସୁସ୍ଥ ସ୍ବାସ୍ଥ୍ୟ ଶରୀର, ମନ ବୁଦ୍ଧି ବିଚାର।୩।
ଆଧ୍ୟାତ୍ମିକ ଚିନ୍ତା ଚେତନା, ଯୋଗବଳେ ସମ୍ଭବ
ତାହାରି ବଳରେ ବଢ଼ଇ ବ୍ୟକ୍ତିର ଗଉରବ।୪।
ଯୋଗ ବଳେ ବଢ଼େ ଆୟୁଷ, ଜନେ କର ବିଚାର
ଯୋଗ କଲେ ବ୍ୟାଧି ନମାଡ଼େ ପାଖ ଏ ସତ୍ୟଗିର।୫।
ଶରୀର ମନ ଓ ଆତ୍ମାର,ସଂଯୋଗ ପାଇଁ ଯୋଗ
ତାହାରି ବଳରେ ଶରୀର ମନ ରହେ ନିରୋଗ।୬।
ବାବା ରାମଦେବ ବିଶ୍ୱରେ, ଯୋଗ ପ୍ରଚାର କରି।
ଆର୍ଯ୍ୟାବର୍ତ୍ତ ଆର ପାରିରେ, ସର୍ବେ ନେଲେ ଆଦରି।୭।
ଯୋଗ ବଳେ ଶାନ୍ତି ମୈତ୍ରୀର ବାର୍ତ୍ତା ହେବ ପ୍ରସାର
ସାରା ବିଶ୍ବବାସୀ କରିବେ ଯୋଗକୁ ଆପଣାର।୮।
ଯୋଗ ରଖେ ସଦା ନିରୋଗ,କର ଅଭ୍ୟାସ ନିତି
ତାହାରି ବଳରେ ମିଳଇ, ଆମ ମନରେ ଶାନ୍ତି।୯
ତେବେ ଯାଇ ଧରା ହସିବ ଯୋଗେ ଦେଲେ ଧିଆନ
ସବୁଜିମା ଭର ତା'ସଙ୍ଗେ,ବିଶ୍ଵ କୋଣାନୁକୋଣ।୧୦।
ସେହି ଯୋଗ ବଳେ ବନିବ, ବିଶ୍ୱଗୁରୁ ଭାରତ,
ଜଳ ଜଳ ହୋଇ ଦିଶଇ, ବିଶ୍ଵର ମାନଚିତ୍ର।୧୧।
ମାନସିକ ଅବସାଦରେ, ତ୍ରସ୍ତ ଧରଣୀ ରାଣୀ
ତାହାରି ପ୍ରଚାର ପ୍ରସାରେ, ଧରା ହସିବ ପୁଣି।୧୨।
ତେବେ ସୁସ୍ଥ ମନ,ଶରୀର, ଯୋଗ କଲେ ସାଧନା
ଜଗତ ଜନଙ୍କ ମଙ୍ଗଳେ, ଯୋଗ ହେବରେ ଗଣା।୧୩।
