ଯୋଗ
ଯୋଗ


ଯୋଗ
ଯୋଡିବାର ପ୍ରୟାସ
ମନ,ଶରୀର ସହ ଆତ୍ମାର
ସେ ଅଛିଣ୍ଡା ଗଣିତ
ଶୁଦ୍ଧତାର ପ୍ରକାଶ
ଏକାଗ୍ରତାର ବିକାଶ
ସାରା ଦୁନିଆ ସହ ଯୋଡିବାର
ଅଦମ୍ୟ ସାହସ ।
ଯୋଗ ....
ଧୀଶକ୍ତୀର ବିକାଶ
ନିରୋଗତାର ରହସ୍ୟ
ଚିନ୍ତା ଚେତନା ଉର୍ଦ୍ଧଗାମୀ
କରିବାର ସଂକଳ୍ପ
ଆତ୍ମା ସହ ପରମାତ୍ମାର
ମିଳନର
ଏକ ମାତ୍ର ବିକଳ୍ପ
ଯୋଗ
ଯୋଡିବାର ପ୍ରୟାସ ।