ଯୋଗ ଦିବସ
ଯୋଗ ଦିବସ
ଜୁନ ଏକୋଇସି ତାରିଖ ଜାଣ
ଯୋଗ ଦିବସରେ ହୋଇଛି ଗଣ୍ୟ l
ବିଶ୍ୱର କଲ୍ୟାଣ ହୋଇବା ପାଇଁ
ପୂର୍ବ ପୁରୁଷରୁ ଯୋଗ ଅଛଇ l
ବିଜ୍ଞାନ ଦେଇଛି ବ୍ୟାୟାମ ରୂପ
ନିରୋଗ ନିରାମୟ ଓ ଚାପ ମୁକ୍ତ l
ଆଣ୍ଠୁ ଗଣ୍ଠି ମେରୁଦଣ୍ଡ ର ବ୍ୟଥା
ମୋଟାପଣ ଓ ମେଦ ବହୁଳତା l
ବିଷାଦ ଗ୍ରସ୍ତ ଜୀବନୁ ଦିଏ ମୁକ୍ତି
ସୁଖ ନିଦ୍ରା ଓ ବଢ଼ାଏ ଧୀଶକ୍ତି l
ଶ୍ୱାସ ନିୟନ୍ତ୍ରଣ ର ଚାବି କାଠି
ଶ୍ୱାସ ନିୟନ୍ତ୍ରଣେ ମୃତ୍ୟୁ କେଉଁଠି ।
କିନ୍ତୁ ଯୋଗ ମାନେ ନୁହେଁ ବ୍ୟାୟାମ
ଆତ୍ମା ପରମାତ୍ମା ମିଳନ ଜାଣ l
ନିଶ୍ୱାସ ପ୍ରଶ୍ୱାସ ଏକତ୍ର କରି
ତା ମଧ୍ୟେ ବାସ କରନ୍ତି ଶ୍ରୀହରି l
ଶ୍ରୀହରି ଦର୍ଶନ କରିବ ଯେହୁ
ଏଭଵ ସାଗରୁ ତରିବ ସେହୁ l
ଆସ ସର୍ବେ ଏକତ୍ରିତ ହୋଇବା
ପ୍ରତିରୋଧକ ଶକ୍ତି ବଢ଼ାଇବା l
ଆଲୋଚନା ପର୍ଯ୍ୟାଲୋଚନା କରି
ରାଧା କୃଷ୍ଣ ଙ୍କୁ ତ ଆଣିବା ଧରି l
କଳିଯୁଗ କୁ ସତ୍ୟ କରିଦେବା
ରୋଗ ଶୋକ ଦୁଃଖ ଏଡାଇଦେବା
