STORYMIRROR

Kalpana Satpathy

Abstract Classics Inspirational

3  

Kalpana Satpathy

Abstract Classics Inspirational

ଯୋଗ ଆଉ ଶାନ୍ତି

ଯୋଗ ଆଉ ଶାନ୍ତି

1 min
127

ଯୋଗ ଆଉ ଶାନ୍ତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ

ଯୋଗକଲେ ସୁପ୍ତ ମନ ହୁଅଇ ଜାଗ୍ରତ

ସଂଯମତା ରକ୍ଷାକରି ନିଜ ମନ ଓ ହୃଦୟର

ଯନ୍ତ୍ରଣା ହୁଅଇ ଲାଘବ, ଇନ୍ଦ୍ରିୟ ମାନଙ୍କ ର

ସଂଯମତା ଭରି ଦିଏ ଦେହ, ମନ ଓ ଶରୀରରେ

ଏକ ଶକ୍ତ ଧୀଶକ୍ତି ର ପ୍ରଚେଷ୍ଟା, ବିଫଳତା

ଏଠି ହାରମାନିଯାଏ ଓଁକାର ଧ୍ଵନି ଥରେ

ପ୍ରତିଧ୍ୱନୀତ ହେଲେ ଶାନ୍ତିର ବୀଜମନ୍ତ୍ରରେ

ରୋଗ ଭୋଗ ମଦ ମାତ୍ସର୍ଯ୍ୟ ଦୂର ହୋଇଯାଏ

ମନ ବାସ୍ତବ ରୂପ ନେଇ ତା'ର

ରଜୁଟିକୁ କରି ଚେତୁଆଳ ନିରବିଘ୍ନରେ।

କର୍ମପଥରେ ଅଗ୍ରସର ହୋଇ

ବଢାଇ ଥାଏ ଯଶ କ୍ଷ୍ୟାତି 

ଶାନ୍ତି ର ପଥ ଉନ୍ମୁକ୍ତ ହୋଇଯାଏ ଆପେ ଆପେ

ଏକ ପବିତ୍ର ଭାବନା ସ୍ବଭାବ ଯୁକ୍ତ ହୋଇ

ସଭିଙ୍କ ସାମ୍ନାରେ।

ଯୋଗ କଲେ ଗୋଟିଏ ସୁସ୍ଥ ମନରୁ

ଉଦଭାସିତ ହୁଏ ସୁନ୍ଦର କମନୀୟ

ଜାଗ୍ରତ ଭାବନା ଯାହା ବୁଣି ଦିଏ

ପ୍ରତି ଘରେ ଘରେ ଶାନ୍ତିର ମନ୍ତ୍ର

ସୃଷ୍ଟି ହୁଏ ଏକ ସୁସ୍ଥ ପରିବେଶ

ସୁରକ୍ଷା କବଚ ହୋଇ

ଜୀବନ ର ପ୍ରତିଟି ପାଖୁଡାର ସ୍ପର୍ଶରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract