STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଯୋଡାଏ ଆଖି

ଯୋଡାଏ ଆଖି

1 min
374


ସେ ଆଖି ଆଖି ନୁହଁ  

ନଦେଖିଛି ଚକା ଆଖି କଳା ବଦନ

ଅପଲକ ଦୁଇ ନେତ୍ର ଜଗମୋହନ

ସେ ଆଖି ଆଖି ନୁହଁ ।।


ସୂରୁଯ ଚନ୍ଦ୍ରମା ସେହି ଚକା ଚକା ଆଖି ଦୁଇ

ଅପଲକ ଆଖିରେ ବ୍ରହ୍ମାଣ୍ଡ ଦେଖୁଥାଇ

ତା ନଜର ପଡେ ଯେବେ ଜୀବନ ହୁଏ ପାବନ

ସେ ଆଖି ଆଖି ନୁହଁ… ।।


ଦଳିତ ଅଞ୍ଜନ ବୋଳା କଳା ଚାରୁ ଚନ୍ଦ୍ରମୁଖେ

ଆକାଶେ ସୂର୍ଯ୍ୟ ଚନ୍ଦ୍ର ଉଦୟ ହେଲେ ସତେ 

ତେମନ୍ତ ଶୋଭା ପ୍ରକାଶେ ବିଶ୍ଵ ହୁଏ ମୁହ୍ୟମାନ

ସେ ଆଖି ଆଖି ନୁହଁ…।।


ଯୋଡାଏ ଆଖି ତ ତା’ର ସଂସାର ମଧ୍ୟରେ ସାର

ରବି ଶଶୀ ଡୋଳା ତହିଁ ଦିଶେ ଚମତ୍କାର

ସୁନ୍ଦର ତା ଅରବିନ୍ଦ ସୁଢଳ ଚକା ନୟନ 

ସେ ଆଖି ଆଖି ନୁହଁ…।।


ଦେଖିଦେଲେ ସେଇ ଆଖି ଦୁନିଆଁକୁ ଯାଏ ଭୁଲି

ଜୀବନ ନିୟନ୍ତ୍ରିତ କରେ ସେ ଆଖି ଦୁଇ

କରଇ ସେତ କିମିଆଁ ହରିନିଏ ଜନମନ

ସେ ଆଖି ଆଖି ନୁହଁ…।।


ଚର୍ମ ଚକ୍ଷୁରେ ତୋହର କର ତାରେ ଦରଶନ

ମଙ୍ଗଳମୟ ମଙ୍ଗଳ ସେ ମଧୁସୂଦନ

ସଂସାରକୁ ନିୟନ୍ତ୍ରଣ କରେ ସେ ଚକା ନୟନ

ସେ ଆଖି ଆଖି ନୁହଁ…।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics