ଯନ୍ତ୍ରଣା
ଯନ୍ତ୍ରଣା
କେତେ ଅଘଟଣ ଘଟୁଅଛି ସହରରେ....
ନିର୍ଦ୍ଦୋଷ ନିରିହ ପେଶି ହୁଏ
ମାତାପିତା ବିଚ୍ଛେଦରେ
ଏ ଯୁଗର ଯୁବପିଢି ଅସମର୍ଥ
ସମ୍ପର୍କକୁ ସହିବୋହି
ବାଟ ଚାଲିବାରେ....
କ୍ରୁର ଆଜି ପିଲାବେଳ
କଠୋର ଧକ୍କାରେ....
ମୁ ଓ ମୋର ଅହଂ, ଅସ୍ତିତ୍ବ
ଏସବୁ ଶବ୍ଦ ବଳି ପଡ଼େ ଏକ ଆରେକ ରେ
ଯନ୍ତ୍ରଣା ର ଯୁଗ ସବୁବେଳେ ଥିଲା
ସତ, ମାତ୍ର ଠିକ୍ ଠାକ୍ ଲାଗୁଥିଲା
ପୁରାତନ ଭାଷାକୋଷ କିମ୍ବା
ଡାଏରୀ ପୃଷ୍ଠାରେ
ପ୍ରଗତିର ତିକ୍ତ ଅଭିମାନ
ରୋକ୍ ଠୋକ୍ ଜବାବ ଦିିଏ
ଅହଂ ର ଲଢେଇରେ
କାନ୍ଥ ଭାଙ୍ଗି ଅସଂଖ୍ୟ
ଛୋଟ ଛୋଟ ଘର ଗଢ଼ାଯାଏ
ସମ୍ପର୍କ କୁ କାଟିକୁଟି
ସାଥିବିନା ଏକାନ୍ତରେ ଚାଲି ଚାଲି
ସ୍ୱାର୍ଥି ମଣିଷ ର ଜୀବନଟା
ଯନ୍ତ୍ରଣା ରେ ଛଟପଟ ହୁଏ....
ଉନ୍ନତି ର ବିଷାକ୍ତ ବଳୟରେ
ସବୁକିଛି ତ୍ୟାଗକରି
ମୃତ୍ୟୁ ସହ ଯୁଝିବାକୁ
ମଣିଷ ପ୍ରସ୍ତୁତ....
ଏବେ ଅନେକ ଅଘଟଣ
ଘଟିଯଏ ସହରରେ....