STORYMIRROR

Ajita Mishra

Abstract

4  

Ajita Mishra

Abstract

ଯନ୍ତ୍ରଣା

ଯନ୍ତ୍ରଣା

1 min
224

କେମିତି ଅଘଟଣ ସହରରେ....

ନିର୍ଦୋଷ ନିରିହ ପେଶି ହୁଏ

ମାତାପିତା ବିଚ୍ଛେଦରେ  

ଯୁବପିଢି ଅସମର୍ଥ 

ସମ୍ପର୍କକୁ ସହିବୋହି

ବାଟ ଚାଲିବାରେ

କ୍ରୁର ଆଜି ପିଲାବେଳ 

କଠୋର ଧକ୍କାରେ....

ମୁ,ମୋର, ଅହଂ, ଅସ୍ତିତ୍ବ 

ଶବ୍ଦ ବଳି ପଡ଼େ ଏକ ଆରେକ ରେ

ଯନ୍ତ୍ରଣା ର ଯୁଗ  ଥିଲାସତ

ମାତ୍ର ଠିକ୍ ଠାକ୍ ଲାଗୁ  ଥିଲା

ପୁରାତନ ଭାଷାକୋଷ 

ଡାଏରୀ ପୃଷ୍ଠାରେ

ପ୍ରଗତିର ତିକ୍ତ ଅଭିମାନ

ରୋକ୍ ଠୋକ୍ ଜବାବ ଦିିଏ 

ଅହଂ ର ଲଢେଇରେ ‌

କାନ୍ଥ ଭାଙ୍ଗି 

ଛୋଟ ଘର ଗଢ଼ାହୁଏ

ସମ୍ପର୍କ କୁ କାଟିକୁଟି  

ସାଥିବିନା ଏକାନ୍ତରେ ଚାଲି ଚାଲି 

ସ୍ୱାର୍ଥି ମଣିଷ ର ଜୀବନଟା

ଯନ୍ତ୍ରଣା ରେ ଛଟପଟ ହୁଏ....

ଉନ୍ନତି ର ବିଷାକ୍ତ ବଳୟରେ

ମୃତ୍ୟୁ ରେ ହଜିବାକୁ ସବୁକିଛି ପ୍ରସ୍ତୁତ ହୁଏ....






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract