ଯେଉଁ କବିତା ଲେଖା ହୋଇପାରିଲା ନାହିଁ
ଯେଉଁ କବିତା ଲେଖା ହୋଇପାରିଲା ନାହିଁ
ଶବ୍ଦର ଦୋଳି ଖେଳୁଛି ମୁଁ ଅନ୍ଧ ଚିତ୍ରକର
ଭାବ ଓ ଭାଷା ବିନ୍ୟାସର ଅପହ ଇଲାକାରେ
ସଂସ୍ପର୍ଶ ସଞ୍ଜତ ସଂକ୍ରମଣ ହେତୁ ସଙ୍ଗରୋଧରେ ଜୀବନ
ଅସହାୟତାର ନିଷ୍ଠୁର-ବାସ୍ତବତାରେ ତ୍ରସ୍ତ ମାର୍ମିକ ଜୀବନ
ଚେତନାର ସମସ୍ତ ପାବଚ୍ଛରେ- କବିତାର କରାଘାତ
କିନ୍ତୁ ମୁଁ ଅନନ୍ୟାପାୟ-ଲେଖନୀ ଅଚଳ
ଯଦିଓ ଅଦ୍ଭୁତ ଶବ୍ଦ ଗୁଡିକ ପିଟି ହେଉଥାତି
ସେମାନଙ୍କୁ କଣ୍ଠସ୍ଥ କରିବାରେ କାହିଁକି ଏ ଦ୍ବିଧା ?
ସେ ଶବ୍ଦ ସାମ୍ନାରେ ବାକି ସବୁ ତୁଚ୍ଚ
ତଥାପି ମୁଁ ଅଚଳ-ନିଥର- ପ୍ରାଣଶକ୍ତିହୀନ
ସେମିତି ଗଣେଶ ବି ପାଇ ପାରିଲି ନାହିଁ
ଯିଏ ଡାକି ଦେଲେ ଲେଖିଦେବେ
ଏଙ୍କାତ ବାସର ଆଶ୍ଚର୍ଯ୍ୟଭରା କାହାଣୀ
ସ୍ଥିତି-ସ୍ମୃତି- ଅନୁଭୂତିର ତ୍ରିବେଣୀ ସଂଗମରେ
ଯିଏ ପାର କରାଇବେ ଜ୍ଞାନ ଗଙ୍ଗା
ଏବେ ବିଦାୟୀ ସୂର୍ଯ୍ୟକୁ ଆଞ୍ଜୁଳାଏ ପାଣି ଟେକି ଦେଇ
ମୁଁ ଶୀତରାତିର ମୃତ ଅନ୍ଧାରରେ ଅଦୃଶ୍ୟ ହୋଇଯିବି
ଅଲିଖିତ କବିତାଟିକୁ ସମସ୍ତଙ୍କ ମଣିର ସ୍ପର୍ଶ ଦେଇ
ଯାହା ଝରିଆସିବ ସଂପର୍କର ସୁରମ୍ୟ ସୃଜନଶୀଳତାର
ଭିନ୍ନ ଏକ ଦିଙ୍ଗରେ ।।