Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banasmita Panda

Abstract Tragedy Classics

3  

Banasmita Panda

Abstract Tragedy Classics

ଯେବେ ତୁ ବିଚାରିବୁ ରହିଯିବାକୁ

ଯେବେ ତୁ ବିଚାରିବୁ ରହିଯିବାକୁ

1 min
184



ଯେବେ କେବେ ଆସିବ ଅସମୟ

ଏପଟ, ସେପଟ ଦେଖିବୁ ନାହିଁ

ଖାଲି ନିଜର ଅନ୍ତରଆତ୍ମା

ଯିଏ ସବୁ ସତ୍ୟ, ଅସତ୍ୟ ର ଆଧାର

ଭିତରେ ତାର ସେ ଅଦୃଶ୍ୟ ଶକ୍ତିର ବାସ

ଦେବୁ ନିଜକୁ ନିଜେ ଉତ୍ତର

ଅନେକ ଉତ୍ତରହୀନ ପ୍ରଶ୍ନ ଗୁଡିକର

ଅଳନ୍ଦୁ ସମାନ

ଯେବେ ନ ଦେଖା ଯିବ କୌଣସି ଦିଶା

ଆଖି ବନ୍ଦ କରି

ଖଙ୍ଗାଳି ଉଠିବୁ ନିଜର ଅନ୍ତଃମନା କୁ

ସେହିଠାରେ ପ୍ରାପ୍ତ ହେବ

ସମସ୍ତ ନିରୁଦ୍ଧିଷ୍ଟ ଉତ୍ତର

ସମସ୍ତ ଶକ୍ତି ।

ସ୍ୱୟଂ ଉପରେ ରଖିବୁ ବିଶ୍ୱାସ

ଏହିତ ପରିଣତି

ଏହାହିଁ ସତ୍ୟ

ଯେଉଁଠି ଖେଳ ସମୟର

ତୋ ଭିତରେ ସକାରାତ୍ମକ ଶକ୍ତିର

ଏହି ପଙ୍କ ଭରା ଦଳା

ମୋର ଅସ୍ତିତ୍ବ ର ସତ୍ୟତା

ଏହାହିଁ ମୋର ବର୍ତମାନର ପରିସ୍ଥିତି

ଏଇଠୁ କିପରି ପାଇବି ମୁକ୍ତି

ଏଇଟା ମୋର ମୂଳ କାମ୍ୟ ଭବିଷ୍ୟତ ପାଇଁ

ନିର୍ଣ୍ଣାୟକ ମୁଁ ମୋ ଆଗାମୀ ପଥର ।

ମୁଁ ଶାନ୍ତ ରହିବାକୁ ନିର୍ଣ୍ଣୟ କରିବି,

ମୁଁ ହସିବାକୁ ନିର୍ଣ୍ଣୟ କରିବି, 

ମୁଁ ସଭିଙ୍କୁ ସାହାଯ୍ୟ କରିବାକୁ ନିର୍ଣ୍ଣୟ କରିବି,

ମୁଁ ସମସ୍ତ ପରିସ୍ଥିତିକୁ ସମ୍ମାନ କରିବାକୁ ନିର୍ଣ୍ଣୟ କରିବି,

ଏ ସବୁ ସାମୟିକ ଖେଳ

ମୋତେ ସେ ଈଶ୍ୱର ଦୟାରୁ

ପୁରା ଭକ୍ତି ଏବଂ ସାମର୍ଥ୍ୟ ସହ

ଖେଳିବାକୁ ପଡିବ

ଶେଷ ଜୀବ ନିଶ୍ୱାସ ପର୍ଯ୍ୟନ୍ତ

କଦାଚିତ

ମୁଁ ହିଁ ମୁଁ ଏହାର ସାମ୍ବଵ୍ୟ ଉତ୍ତର ।



Rate this content
Log in

Similar oriya poem from Abstract