STORYMIRROR

Basanta Mishra

Romance

4  

Basanta Mishra

Romance

ଯେବେ ମୋତେ ଛୁଇଁଗଲା

ଯେବେ ମୋତେ ଛୁଇଁଗଲା

1 min
195


ଯେବେ ମୋତେ ଛୁଇଁଗଲା ଋତୁରାଜ ଷୋହଳ

ବାଟେଘାଟେ ସରତୁଠେ ପଡିଗଲା ଚହଳ

କୃଷ୍ଣଚୂଡା ଫଗୁ ମୁଠେ 

ବୋଳିଦେଲା ମୋର ଓଠେ

ନବଘନ ଲେସିଦେଲା ନୟନରେ କଜଳ।୦ା

ଯୂଇଜାଇ, ହେନାମଲ୍ଲି ଦେଲେ ବାସ ଅତର

ଲାଜକୁଳି ପଢାଇଲା ସରମର ମନ୍ତର

ମଧୁଝରା ନିଶାକର

ସଜାଇଲା ରୂପ ମୋର

ଝରଣା ବି ଝରିଗଲା କେଶ କରି ଗହଳ।

ଯେବେ ମୋତେ ଛୁଇଁଗଲା ଋତୁରାଜ ଷୋହଳ।୧ା

ସାତସୁର ଭରିଦେଲା ପିକ ମୋର ଗଳାରେ

ଶିରାବଣ ଖଞ୍ଜିଦେଲା ନୂପୁର ମୋ ପାଦରେ

ନଈ ତାର ଛନ୍ଦଭରା

ଚାଲି ମୋତେ ଶିଖାଇଲା

ମଧୁପାୟୀ ପଢାଇଲା ପ୍ରୀତି କରି ସରଳ।

ଯେବେ ମୋତେ ଛୁଇଁଗଲା ଋତୁରାଜ ଷୋହଳ।୨ା


        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance