STORYMIRROR

Sunanda Mohanty

Romance Tragedy Thriller

3  

Sunanda Mohanty

Romance Tragedy Thriller

ଯେବେ ଚିଠି ଲେଖିଥିଲି ତମ ନାଁରେ

ଯେବେ ଚିଠି ଲେଖିଥିଲି ତମ ନାଁରେ

1 min
158


ଯେବେ ଚିଠି ଲେଖିଥିଲି ତମ ନାଆଁରେ

ନୀଳ କଇଁ ପରା ନୀଳବିଷ ପିଇ

ଛଟପଟ ହେଲା ନୀଳ ଜହରେ

ଯେବେ ଚିଠି ଲେଖିଥିଲି ତମ ନାଆଁରେ

ତାରାମାନେ ସବୁ ହେଲେ କୁହାକୁହି

ଉଲକା ମାନେ ମୁଁହ ଲୁଚେଇଲେ କାହିଁ

କୋଇଲିଟା ଡାକେ ତା ମିଠା ସ୍ଵରେ

ଯେବେ ଚିଠି ଲେଖିଥିଲି ତମ ନାଆଁରେ

 ଶ୍ରାବଣେ ଶ୍ରାବଣୀ ଲୁହ ଝରାଇ

ମାଘରେ ମେଘଟା ମୁହଁ ଫୁଲେଇ

ଜହ୍ନ ଦେଖୁଥିଲା ଆମ ଛିଟ ଛଟା କାନ୍ଥରେ

ଯେବେ ଚିଠି ଲେଖିଥିଲି ତମ ନାଆଁରେ

ଆକାଶରେ ଖାଲି ପଡିଲା ଛାଇ

ମୌସୁମୀ ଗଲା କେଜାଣି କାହାକୁ କହି

ଜହ୍ନ ଆଲୁଅରେ ମୋ ଝରକା ସେପାରେ

ଯେବେ ଚିଠି ଲେଖିଥିଲି ତମ ନାଆଁରେ

ବଉଦ ଭିତରେ ମେଘ ମୁହଁ ଲୁଚେଇ

ଜହ୍ନ ଦେଖେ ଧରାରେ ପ୍ରିୟତମା ତା କେହି

ଠିକଣା ହଜିଲା ଜହ୍ନ ଫେରିଲା ମଳୟରେ

ଯେବେ ଚିଠି ଲେଖିଥିଲି ତମ ନଆଁରେ

ପକ୍ଷୀ ଉଡିଗଲା ଡେଣା ମେଲେଇ

ମେଘ ଆସିଗଲା ସବାରୀ ଥୋଇ

ନାଚନ୍ତି ମୟୂର ମୟୂରୀ ଏକା ସାଥିରେ

ଯେବେ ଚିଠି ଲେଖିଥିଲି ତମ ନାଆଁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance