STORYMIRROR

Bidyadhar Mantry

Drama Classics Others

3  

Bidyadhar Mantry

Drama Classics Others

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

1 min
11


ଅଚାନକ ଅତିଥିଙ୍କ ଆଗମନ 

ଆଗୁଆ ସୂଚନା ବିନା

ବର୍ଷା ବି ସେପରି ଧରଣୀ ପୃଷ୍ଠରେ 

କିଛି କ୍ଷଣ ତନା ଘନା 

ସେ' ବର୍ଷା ଟୋପା ର ଭିତିରି ରହସ୍ୟ

ବୁଝିବା ଶକ୍ତି ବାହାରେ

ସବୁ କିଛି ପରିବର୍ତ୍ତନ ଧାରାରେ

ମାତ୍ର ବର୍ଷା ଦର୍ଶନରେ


ପ୍ରଥମତଃ ଖୁସି କୃଷକ ଭାଇର 

ତନ ମନରେ ଉତ୍ସାହ

ଭିଜା ମାଟିର ବାସ୍ନାରେ ବିମୋହିତ

ପାଣି ଧାରା ପ୍ରତି ଲୟ 

ନିଦାଘ ଜ୍ୱାଳାରେ ଅତିଷ୍ଠ ପ୍ରାଣୀଙ୍କ

ଖୁସି କହିଲେ ନ ସରେ

ଉଦ୍ଭିଦ ଜଗତେ ଖୁସିର ଲହରୀ

ନୂତନ ଆଶା ସଞ୍ଚାରେ 

କେଉଁ ନିଭୃତ କୋଣରେ ଥିବା କୀଟ

କ୍ରମେ ହେବେ ଦୃଶ୍ୟମାନ

ଅସରାଏ ବର୍ଷା ଅସରନ୍ତି ଦୃଶ୍ୟ

ସମ୍ଭବ ନୁହେଁ ବର୍ଣ୍ଣନ


ଲାଲ ଟୁକୁ ଟୁକୁ ସାଧବ ବୋହୂର 

ଘାସ ଗାଲିଚାରେ ଚାଲି

ବର୍ଷା ଧାରେ ବେଙ୍ଗ କୁଳ କୋଳାହଳ 

ଝିଣ୍ଟିକା ଧରନ୍ତି ପାଳି 

ବର୍ଷା ସହ ସୂର୍ଯ୍ୟଙ୍କର ଉପସ୍ଥିତି

ଇନ୍ଦ୍ରଧନୁ ଆପେ ଉଭା

ସପ୍ତ ରଙ୍ଗ ସହ ହୃଦୟ ରଙ୍ଗୀନ

ଦୃଶ୍ୟ ଭାରି ମନ ଲୋଭା 


ଦିନ ମଜୁରିଆ ର ଅନିଶ୍ଚିତତା

କାମ ବିନା ଦ୍ୱିଧା ମନେ 

ଗରିବ ବିଚରା ଚାଳ ଘରେ ଚିନ୍ତା

ଅସୁରକ୍ଷିତ ଜୀବନେ 

ଗାଡିଆ ପୋଖରୀ ଫୁଲି ବର୍ଷା ଧାରେ

ଜଳଚର ଜୀବ ଖୁସି

ନୂତନ ଜୀବନ ଶୁଷ୍କ ତରୁ ତୃଣେ

ନବ ପୁଲକ ପ୍ରକାଶି 


ପ୍ରେମୀ ଯୁଗଳଙ୍କ ମନରେ ଉଚ୍ଛନ୍ନ

ଅଙ୍ଗେ ଲାଗି ବର୍ଷା ଟୋପା 

ବର୍ଷା ଭିଜା ଅଙ୍ଗ ଅବୟବ ପ୍ରତି

ପ୍ରୀତି ନୁହଇ ଅଛପା

ବର୍ଷା ପାଣି କ୍ରମେ ନଦୀ ବଢ଼ି ରୂପେ

ବନ୍ୟା ଭ୍ରମ ସହ ଭୟ

ଅମୃତ ଠୁ ବଳି ବର୍ଷା ଟୋପା ପାଣି

ଜୀବ ଜଗତ ଅଥୟ

ବର୍ଷା ଯେବେ ଆସେ ମନରେ ଅବୁଝା

ପ୍ରଶ୍ନ ହୁଏ ଆପେ ଜାତ

ବର୍ଷା ସହ କିମ୍ପା ସକଳ ପ୍ରାଣୀଙ୍କ

ହୃଦୟରେ ପ୍ରେମ ଜାତ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama