STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ଯୌଥ ପରିବାର

ଯୌଥ ପରିବାର

1 min
257


 ପୂର୍ବେ ଥିଲା ଯୌଥ ପରିବାର

   ସଭିଏଁ ଏକାଠି ରହୁଥିଲେ ଏଠି

 ସ୍ନେହ, ମମତା ର ଅଭାବ ନଥିଲା 

  ଘର ଥିଲା ସତେ ଏକ ମନ୍ଦିର।। 


ବଡଙ୍କୁ ସମ୍ମାନ ସାନେ ଆଦର

   ଜେଜେ,ଜେଜମା,ବାପା ବୋଉ

ଦାଦା, ଖୁଡୀ, ବଡାପା, ବଡଵୋଉ

  ସଭିଏଁ ଦେବତା ଏ ମନ୍ଦିରର।। 


କିନ୍ତୁ ଆଜି ଆଉ ସେଦିନ ନାହିଁ 

   ଭିନେ ହେଉଛନ୍ତି ଭାଇ ଓ ଭାଇ

ଅତୀତଟା ଲାଗେ ସାତ ସପନ

  ନମିଶେ କା ସହ କାହାରି ମନ।। 


ବାପା,ବୋଉ ଛାଡି, ମମି ଓ ଡାଡି

   ପାଶ୍ଚାତ୍ୟ ସଭ୍ୟତା ଧରିଲେ ଭିଡି

ଗାଁ ଟା ସଭିଙ୍କୁ ଲାଗଇ  ପିତା

  ସହର ଯିବାକୁ ଗୋଡ ଟେକିଥା।।


ଆମେ ଦୁଇ ଓ ଆମର ଦୁଇ

   ପିତା, ମାତା ପାଇଁ ସମୟ ନାହିଁ 

ପିଲାଏ ତାଙ୍କ ସହରର ବଢିଲେ

  ନିଜ ସମ୍ପର୍କ ସବୁ ଭୁଲିଗଲେ।। 


ସହରୀ ଢାଞ୍ଚା ଓ ସହରେ ବୁଲା

  ପିତା ମାତା ପାଇଁ ବୃଦ୍ଧାଶ୍ରମଖୋଲ।

ମଉସା, ମାଉସୀ, ପିଉସୀ, ପିଉସି

   ପିଲା ବୁଝନ୍ତିନି ସମ୍ପର୍କ ଭଲା।। 


ଯୌଥ ପରିବାର ଭାଙ୍ଗି ଯାଇଛି 

   ଭାବିଲା ବେଳକୁ ଦୁଃଖ ଲାଗୁଛି

ପୁନେଇ ପରବ ଲାଗଇ ଫିକା

  ପାଳିବାକୁ ପଡେ ଏକା ଏକା।। 


ଯଦିବା କିଛି ତିଷ୍ଟି ରହିଛି 

  ଯେ ସବୁ ବୁଝିଲା କଷ୍ଟ ପାଉଛି

ତାକଷ୍ଟକୁ କେହି ବୁଝନ୍ତି ନାହିଁ 

 ବୋଲେ, ନଳିତା ଦିଅନ୍ତି ପକାଇ।। 


ତଥାପି କାହାକୁ କିଛି ନକହି 

  ପରିବାରକୁ ସେ ବାନ୍ଧି ରଖଇ

ପରିବାରର ସେ ଏକତା ପାଇଁ 

  ହସି ହସି ଦୁଃଖ କଷ୍ଟ ସହଇ ।।


ସେପାଇଁ କିଛି ପରିବାର ତିଷ୍ଠିଛି 

  ମନରେ ସାନ୍ତ୍ଵନା ଅଳ୍ପ ଭରୁଛି

 ଯୌଥ ପରିବାର ଲୋପ ନପାଉ

  ସଭିଙ୍କ ଘର ଟି ମନ୍ଦିର ହେଉ। ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational