ଯୌବନ
ଯୌବନ
କ୍ଷଣସ୍ଥାୟୀ ସମୟଟା
ଆସେ ଉଦ୍ଦାମତ୍ତା
ଜାଗ୍ରତ କରେ ଇଚ୍ଛା
ଲଙ୍ଘିଯିବାକୁ ସମୂଦ୍ର
ଛୁଇଁ ଯିବାକୁ ଆକାଶ
ମାଛ ଅବା ପକ୍ଷୀ ହୋଇ
ନୀଳପରୀ ଅବା ସମ୍ରାଟ
ନଥାଇ କିଛି ସବୁରଙ୍ଗ ଥାଏ
ନଥାଇ ମୁକୁଟ ଆଦେଶ ଦିଏ
ମାଟିରୁ ସୁନା ଉତ୍ପାଦନ
ଗଛରୁ ଫୁଲ ଫଳ ମାନ
ସମୁଦ୍ରରେ ଲଗାଇ ପାରେ
ପୁଣି ଲିଭାଇ ପାରେ ନିଆଁ
ନାଆଁରେ ଯୋଡେ ବିଶ୍ଳେଷଣ
ସୈନିକ ବୀର ବିରୁଦ୍ଧରେ ଶୋଷଣ
ହାତେ ମାପି ଚାଖଣ୍ଡେ ଚାଲେନା
ଜଗି ରଖି ଚାଲିବା ଜାଣେନା
ସବୁ କଥାର ନଥା ନଧରି
ଚାଲୁଥାଏ ମଣିଷ ପରି
ଆସେନା ବିପଦ ହୁଏନା ଅଧର୍ଯ୍ୟ
ଯୌବନରେ ଗଡ ଜିତିଯିବା
ଅର୍ଥ ନୁହେଁ ଅନର୍ଥର ସ୍ରୋତ
ଧର୍ଯ୍ୟ ଓ ସାହସରେ ଯୌବନ ଶକ୍ତ ।
