STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଯୌବନ

ଯୌବନ

1 min
200

କ୍ଷଣସ୍ଥାୟୀ ସମୟଟା

ଆସେ ଉଦ୍ଦାମତ୍ତା

ଜାଗ୍ରତ କରେ ଇଚ୍ଛା

ଲଙ୍ଘିଯିବାକୁ ସମୂଦ୍ର

ଛୁଇଁ ଯିବାକୁ ଆକାଶ

ମାଛ ଅବା ପକ୍ଷୀ ହୋଇ

ନୀଳପରୀ ଅବା ସମ୍ରାଟ

ନଥାଇ କିଛି ସବୁରଙ୍ଗ ଥାଏ

ନଥାଇ ମୁକୁଟ ଆଦେଶ ଦିଏ

ମାଟିରୁ ସୁନା ଉତ୍ପାଦନ

ଗଛରୁ ଫୁଲ ଫଳ ମାନ

ସମୁଦ୍ରରେ ଲଗାଇ ପାରେ

ପୁଣି ଲିଭାଇ ପାରେ ନିଆଁ

ନାଆଁରେ ଯୋଡେ ବିଶ୍ଳେଷଣ

ସୈନିକ ବୀର ବିରୁଦ୍ଧରେ ଶୋଷଣ

ହାତେ ମାପି ଚାଖଣ୍ଡେ ଚାଲେନା

ଜଗି ରଖି ଚାଲିବା ଜାଣେନା

ସବୁ କଥାର ନଥା ନଧରି

 ଚାଲୁଥାଏ ମଣିଷ ପରି

ଆସେନା ବିପଦ ହୁଏନା ଅଧର୍ଯ୍ୟ

ଯୌବନରେ ଗଡ ଜିତିଯିବା

ଅର୍ଥ ନୁହେଁ ଅନର୍ଥର ସ୍ରୋତ

ଧର୍ଯ୍ୟ ଓ ସାହସରେ ଯୌବନ ଶକ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract