STORYMIRROR

Manash ranjan Pattanayak

Romance

4  

Manash ranjan Pattanayak

Romance

ଯୌବନ

ଯୌବନ

1 min
279


ମାୟା ନଗରୀରେ ସତ୍ତ୍ବା ହରାଇଲା 

   ହଜିଗଲା ମୋର ଫୁଲ,

ଭଲପାଇ ମତେ ଧରି ରଖିଥିଲା 

   ପ୍ରେମ ତା ଅମୂଲ ମୂଲ।


ସୁନେଲି ନାଗରୀ ରୂପାଜହ୍ନ ମୁହଁ 

   ତୋଫା ଥିଲା ତା ବଦନ,

ରତିକ୍ରିଡା ବେଳେ ବହି ଆସୁଥିଲା 

    ମୃଦୁ ମଳୟ ପବନ।


ମାୟାବିନୀ ରାତି ସ୍ମୃତିର ଆହୂତି 

   ପ୍ରୀତି ରଙ୍ଗେ ରଙ୍ଗାୟିତ,

ସାରା ଶରୀରରେ ଭରି ଦେଇଥିଲି 

   ପ୍ରେମ ଆସ୍ବଦନା କ୍ଷତ।


ପ୍ରଖର ପ୍ରଶ୍ବାସେ ଆକତା ମାକତା 

    ହେଉଥିଲା ମୋର ମିତ,

ମୋ ବାହୁ ବନ୍ଧନେ ଛନ୍ଦି ହୋଇଯାଇ 

   ଗାଇଲା ପ୍ରଣୟ ଗୀତ।


ଶୃଙ୍ଗାର ରସରେ ଭିଜାଇ ଦେଇ ସେ 

    କରୁଥିଲା ଆଲିଙ୍ଗନ,

ମୋ ପ୍ରେମ ଜୁଆରେ ପାଗଳିନୀ ସାଜି 

    ସମର୍ପି ଦେଲା ଯୌବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance