STORYMIRROR

Er Subhransu Kumar Behera

Drama Thriller

4  

Er Subhransu Kumar Behera

Drama Thriller

ଯାଉ ଯାଉ

ଯାଉ ଯାଉ

1 min
270

ହେ ବରଷ ...

ଯାଉ ଯାଉ କହି ଦିଅ 

ଟିକିଏ ମନ ଖୋଲା କଥା ବି

ହୋଇଯାଅ ।

ମନେ ଅଛି ନା ...

ତୁମ ଆସିବାରେ 

ପୁଣି ଥରେ ...

ସ୍ଵପ୍ନ ଆଉ ଶପଥ,

ପ୍ରାୟଶ୍ଚିତତାରେ ଭରିଥିଲା

ସ୍ଵତଃସ୍ଫୂର୍ତ୍ତ ଆବେଗ ।

ଶିହରିତ ରୋମାଞ୍ଚକୁ 

କରିଥିଲି ଅନୁଭବ ,

ତୁମ ଆସିବାରେ ...।

ହେ ବରଷ ...

ଯାଉ ଯାଉ ହସି ଦିଅ

ତୁମର ସେ ବେଦନା...

ଯେତେ ବେଶୀ ହେଲେ ବି 

ଲୁଚାଅଦିଅ ।

ମନେ ପଡୁଛି ନା ...

ଯେଉଁ ସବୁ ପ୍ରତିଶ୍ରୁତି

ହସି ହସି ଦେଇଥିଲ ,

ପୁଣି ଥରେ ...

ନୂଆ ଯୋଗ ଲଗ୍ନ 

ସବୁ ପୁରୁଣା ପୃଷ୍ଠାରେ ।

ଅଗଣିତ ସ୍ଵପ୍ନ 

ଏମିତି ଅଟକି ଯିବ

କ'ଣ ତୁମେ ଅବା ଜାଣିଥିଲ ।

ହେ ବରଷ ... 

ଯାଉ ଯାଉ ଟିକିଏ ଅନାଅ

କୋରୋନାର ବିଭତ୍ସତା

ନ ଆଣିବ ଏ ବରଷ

ତାକୁ ଟିକେ କହିଦିଅ ।


   



Rate this content
Log in

Similar oriya poem from Drama