ଯାତ୍ରୀ
ଯାତ୍ରୀ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଜୀବକୋଷର ଦେହରେ ମୁଁ
ତନ୍ତୁ ହାଡର ଦେହ ବାହାରେ ତୁମେ
ତୁମେ ଯାତ୍ରା ଅନନ୍ତ ନିତ୍ୟ କାଳର
ମୁଁ ଯାତ୍ରୀ ଅନନ୍ତ ଯାତ୍ରାର।
ଏପଟେ ଅନ୍ଧକାର ଘେରିଛି
ସେପଟେ ଆଲୋକ,
ସଂସାର ମୋହ ମାୟା ସହ
କାମନାର ଉହ୍ନେଇ ଜଳୁଛି
କାମନା ହିଁ ଦୁଃଖର କାରଣ
ତାହାର ନିଦାନ ଖୋଜୁଛି
ଏବେ ଏବେ ଜାଣୁଛି
କେହି କାହାର ନୁହେଁ
ମୁଁ ନୁହେଁ ବି ନିଜର
ଯାତ୍ରା ମୋର,ମୁଁ ଚାଲିବି ଏକା
ପଥ ପଡିଛି ଅନେକ ଦୂର।
ଅହଂକାର ଆଉ ଲୋଡା ନାହିଁ
ଲୋଡା ମୋର ଆଲୋକ
ତୁମେ ମୋର ପ୍ରିୟତମ
ଦେଖ ଏବେ ମୋ ଧମନୀରେ
ପ୍ରତି ମୁହୂର୍ତ୍ତରେ ଧାଇଁଛି ଅମୃତ।
ଆକାଶ ଆଲୁଅ ସାଗରରେ
ମୁଁ ଧାଇଁଛି ନଈଟିଏ ହୋଇ
ମିଶିଯିବି ପାଣି ସଙ୍ଗେ ପାଣିହୋଇ
ଆଲୋକ ସଙ୍ଗେ ଆଲୋକ ହୋଇ
ଆତ୍ମା ପରମାଆତ୍ମା ସହ ମିଶିଯିବାପରି।
କାମନା ନଥିବ ସେଠି
ଯାତନା ନଥିବ ବି ସେଠି
ସେଠି ଆତ୍ମା କିଏ,ପରମାଆତ୍ମା କିଏ
ଫରକ କିଛି ହିଁ ନଥିବ।