STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଯାତ୍ରୀ-ଧ୍ରୁବମଣ୍ଡଳର

ଯାତ୍ରୀ-ଧ୍ରୁବମଣ୍ଡଳର

15 mins
13.5K


ଯାତ୍ରୀ-ଧ୍ରୁବମଣ୍ଡଳର,

କବି ତୁମ କଳ୍ପନା ଅତି ମନୋହର !

ବିଶ୍ଳେଷଣ କି ଦୁର୍ବାର,

ଅତିନ୍ଦ୍ରିୟ 

ଅନୁଭୂତିର----------!

ସେ ଜଣେ ମଣିଷ, 

ସମାଜ ଯାହାର ଲକ୍ଷ୍ୟ, 

ପାରିପାର୍ଶ୍ଵିକ ଜୀବନ 

ତା ଭାଵ ଓ ଆବେଗ, 

କଳ୍ପନାରେ କଟି ଯାଏ 

ତା ସବୁ ସମୟ , 

ସେ ଭୁଲରେ ଓହ୍ଲାଇ ଆସିଛି

ପୃଥିବୀକୁ ଧ୍ରୁବ ମଣ୍ଡଳରୁ-------!

ତା ନିଜ ନାଟକର କଳ୍ପନା ବି ସେ, ସତ୍ୟ ବି ସେ

ନିଖୁଣ ଅଭିନେତା, ସଂଳାପକ,ଦର୍ଶକ,

ଚିତ୍ର,ଚରିତ୍ର,

ପଶ୍ଚାଦପଦ 

ଗାୟକ ଓ ସଂଗୀତଜ୍ଞ,

ସବୁ ଚରିତ୍ରରେ ଫୁଟି ଉଠେ

ମହକ,ମାଦକ ଓ ଯୌବନ,

ଷୋଳ ଶୃଙ୍ଗାର ରାସରସ ଭରା

ଚିତ୍ର-ରୂପ,ସୌନ୍ଦର୍ଯ୍ୟ,ବୈଭବ

ବୈଶାଳୀ ନଗରବଧୁ

ଲୋପାମୁଦ୍ରାର------!!

କଳ୍ପନା ଯାହାର ନୃତ୍ୟାଙ୍ଗନ,

ରାଜ -ଭାଷା ଓ ସାହିତ୍ୟ ଖେଳଣା ତା କବିତା , 

ବୁଣି ଚାଲେ 

ଜୀବନ ରୂପକ ରାସ୍ତାର ଦୁଇକଡେ 

ପ୍ରତିଭାର ବୀଜ 

କରି ଆଶା ଆଜି ନ ହେଲେ କାଲି ତ ଭରିଯିବ ସବୁଜିମା ରାସ୍ତାର ଦୁଇ କଡେ,

ସୁଗନ୍ଧି 

ସେ ତ ନା 

ଘ୍ରାଣ କରି ପାରିବ କେବେ----!!

ତା କାହାଣୀ ପାଲଟିଯିବା ପରେ

ଇତିହାସ

ପବନ କଣ ବୋହି ନେଇ ଯିବ ନି ତାକୁ ଧ୍ରୁବମଣ୍ଡଳ

ଫେନିଳ ଶ୍ୱେତ ଆଲୋକ ଭରା 

ରାସ୍ତାରେ,

ଦୃଶ୍ୟରେ,

ସାଥି ହୋଇ ଏକୁଟିଆ ନିରୋଳା, ରାସ୍ତାରେ ଜଣେ ସତ୍ୟ ଅନ୍ୟ ଜଣେ ମିଥ୍ୟା,

ଦୁଇଟି ପ୍ରେମିଯୁଗଳ 

ସହଯାତ୍ରୀ ଅନ୍ତହୀନ ଯାତ୍ରାର ପଥିକ---!!!!

©®କାଶ୍ୟପ,

ରାମ ପ୍ରସାଦ ବିଶୋଇ,

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy