Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Fantasy Inspirational

3  

Mr.GAGAN BIHARI NAYAK

Romance Fantasy Inspirational

ଯାତନା ଭରା ଏ ରାତି

ଯାତନା ଭରା ଏ ରାତି

1 min
161



ବିଜନେ ଏ ରାତି ମୋତେ ଖୋଜୁଥାଏ ।

କାଳିମା ପ୍ରଛଦ ପଟେ ।

ଦୂର ଦିଗବଳୟ ନେପଥ୍ୟେ ହସୁଛି ।

ପରହାସ କରି ମୋତେ।0।


ହତାଶାର ଏକ ନିରବ ରାତିମୁଁ।

ବୁକୁର ସ୍ପନ୍ଦନ ବଢେ ।

ନିଝୁମ ରାତିରେ ଆକାଶ ଛାତିରେ ।

ଆଖିରୁ ମୋ'ଲୁହ ଗଡେ। 

ମୋ ପରିଚୟ ମୁଁ ଜାଣି ପାରୁନି

ତୁମେ କିଏ କୁହ ସତେ।୧।


ଅତୀତ ମୋ ଠାରୁ ଅନେକ ଦୂରରେ ।

ଦେଖି ମୁଁ ପାରୁନି ତାରେ ।

ଭାବନାରେ ସରେ କେତେ ବର୍ତ୍ତମାନ। 

ଭବିଷ୍ୟତ ଆଖି ଠାରେ ।

ଭରସାର ଯେତେ ବଞ୍ଚିବା ମୁହୁର୍ତ୍ତ। 

ଅଣାୟତ କରେ ମୋତେ।୨।


Rate this content
Log in