STORYMIRROR

Archana Sahoo

Children

3  

Archana Sahoo

Children

ଯାହା ର ନାଁ ମାଆ....

ଯାହା ର ନାଁ ମାଆ....

1 min
210

ରୋଗରେ ପଡିଲେ ଯିଏ ଆହା ପଦେ

କହିଦେଲେ ରୋଗ ଅଧା ଭଲ ହେଇ ଯାଏ

ସେ ହେଉଛି ମାଆ.........


ଭୋକ ହେଉଥିଲେ ଯାହାର ହାତ ତିଆରି

ଭାତ ଖାଇ ଦେଲେ ଗୁଡାଏ ଶକ୍ତି ଆସି ଯାଏ

ତା' ନାଁ ହେଉଛି ମା'........


ସନ୍ତାନ ଉପରକୁ ବିପଦ ଆସିଲେ 

ଆଗରେ ଆସି ଯିଏ ଠିଆ ହୁଏ

ସେ ହେଉଛି ମାଆ.......


ପ୍ରଥମ ସୁନ୍ଦରୀ ନାରୀ କହିଲେ 

ଯାହାକୁ ଆମେ ପ୍ରଥମେ ଜାଣୁ

ପ୍ରଥମ କରି ତିନି ମାସରେ ଚିହ୍ନୁ

ତା'ର ନାଁ ହେଉଛି ମାଆ.......


ପ୍ରଥମ କରି ଖଡ଼ି ଛୁଆଁଇ ଖଡିପାଠ

କରୁଥିବା ପ୍ରଥମ ଶିକ୍ଷକ ହେଉଛି 

ଆମ ମାଆ ହଁ ତା'ର ନାଁ ମାଆ......


ଅମୃତ ପାନ କରେଇ ଯିଏ ନବ ଜନ୍ମ ଦିଏ

ଯିଏ ଭାତକୁ ପ୍ରଥମେ ଚିହ୍ନେଇ ଦେଇ

ସଂସାରରେ ବଂଚିବା ଶିଖାଏ

ତା'ର ନାଁ ହେଉଛି ମାଆ .......


ମାଆକୁ ଶତ କୋଟି ପ୍ରଣାମ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children