STORYMIRROR

Kalpana Kumari Pradhan

Tragedy

3  

Kalpana Kumari Pradhan

Tragedy

ଯାଦୁଗର

ଯାଦୁଗର

1 min
211

ହୃଦ କୁଞ୍ଜବନେ ପ୍ରତିଧ୍ୱନିତ ସେଇ ମଧୂର ସ୍ଵର

ମନକୁ କରିଥିଲା ଚୋରି ଏମିତି ସେ ଯାଦୁଗର l

ଶ୍ରାବଣର ପହିଲି ଛୁଆଁ କରିଲା ମୋତେ ଆନମନା

ରୁଣୁଝୁଣୁ ସ୍ୱର ଭରେ ପ୍ରାଣେ ନବ ଉନ୍ମାଦନା l

ଶରତ ଆଗମନେ ଶୁଭ୍ରତା ର ଓଢ଼ଣୀ ତଳେ

ପ୍ରେମର ସୁରଭି ଛୁଟାଏ ହୃଦୟ ତଟନୀ କୂଳେ l

ପ୍ରେମେ ହୋଇ ଆତ୍ମହରା ହସେ ନାଚେ ଖେଳେ

ଶିହରିତ ମୋରତନୁ ତାର କେଉଁ ଯାଦୁ ବଳେ l

 ଫଗୁଣ  ଆସିଲା ସାଥେ ଧରି ରଙ୍ଗର ପସରା

ସବୁ ଭୁଲି ଲଭନ୍ତି କି ତାବକ୍ଷେ ଆଶ୍ରା !

ସେ ସିନା ଚିତ୍ତଚୋର ଶୂନ୍ୟ ତା ମନଘର

ନ ପାରିଲି ଖୋଜି ସେଠି ସ୍ଥାନ ମୋହର l

ନୟନବାରି ଓଠ ପିଇ ନିରତେ ରହିଲି ଚାହିଁ

ଅବୁଝା କି ବୁଝିଲା ହୃଦୟ ଝୁରେ ତାପାଇଁ l



Rate this content
Log in

Similar oriya poem from Tragedy