STORYMIRROR

Bharatabandhu Biswal

Inspirational Thriller Others

3  

Bharatabandhu Biswal

Inspirational Thriller Others

ଯାଦୁ

ଯାଦୁ

1 min
152


ଭଲ ବେଳକାଳ ଉଣ୍ଡି

ଆମ ଗାଁ ସହରକୁ ଆସିଥାନ୍ତି

ନାମୀଦାମୀ କଳାକାର କିଛି ବାଜିଗର, 

ଝଲମଲ ବେଶଭୂଷା ଭାଷଣବାଜିରେ

ଦୁଲୁକଇ ସଭା ଓ ମଣ୍ଡପ 

ଖୋଲି ଆଁପାଟି ଆଉ ଆଖିକୁ ତରାଟି

ଚାହିଁରହେ ଜଳଜଳ ଦର୍ଶକ ବିଚରା

ଯାଦୁକର ଦେଖାଏ କମାଲ ।

ନୂଆ ନୂଆ ଭୋଜବାଜି ସମ୍ମୋହନ

କଥାରେ କିମିଆ

ରୁମାଲକୁ ଉଡିଯାଏ ଶୁଆ ପାରା

ଶୂନ୍ଯେ ଶୂନ୍ଯେ ଅସରପି

ବର୍ଷା ହୁଏ ବିଡା ବିଡା ଟଙ୍କା ,

ଜାତି ଜାତି ଫୁଲଫଳ 

ମିଳିଯାଏ ମାହାଳିଆ ସହଜରେ

ସ୍ଵାଦିଷ୍ଟ ଭୋଜନ

ସପନରେ ଦିଶିଯାଏ 

ଐରାବତ ହାତୀ ଆଉ

ଉଚ୍ଚୈଶ୍ରବା ଘୋଡା ।

ଅନ୍ଧକାରେ ଯାଦୁକର ଦିଶେ ଭୟଙ୍କର 

କାଟିଦିଏ ଜୀଅନ୍ତା ମଣିଷ ମୁଣ୍ଡ 

ଅନ୍ତବୁଜୁଳା ବିଦାରି

ହସୁଥାଏ କିରି କିରି

ପିଶାଚଙ୍କ ପରି

ଜଡସଡ ଭୟଭୀତ ବିଚରା ଦର୍ଶକ 

ଆଖି ଦିଏ ବନ୍ଦ କରି

ବାଃ ବାଃ ପିଟେ ଘନତା ,

ହାତ ତାର ରହିଥାଏ ସେହିପରି ଶୂନ୍ଯ 

ପକେଟଟା ହୋଇ ଯାଏ ଖାଲି,

ଚମତ୍କାର ଯାଦୁବିଦ୍ୟା

କ୍ଷମତାର କୁହୁକ ଭେଳିକି

ମାଲାମାଲ ହୁଏ ଯାଦୁକର 

ନିର୍ଘଣ୍ଟକୁ ଖେଳ ଯାଏ ସରି

ଦର୍ଶକଙ୍କୁ ନିଶା ଯାଏ ଘାରି ।

  ----



Rate this content
Log in

Similar oriya poem from Inspirational