STORYMIRROR

BAIRAGI CHARAN SAHOO

Abstract Drama

4  

BAIRAGI CHARAN SAHOO

Abstract Drama

ଯାଦୁ

ଯାଦୁ

1 min
294

ମନ୍ତ୍ର ଯନ୍ତ୍ର ତନ୍ତ୍ର ଯେତେ ବିଦ୍ୟା ଅଛି 

 ଯାଦୁ ବିଦ୍ୟା ଅଟେ ଭିନ୍ନ 

ମନ ମୋହିଥାଏ ଯାଦୁକର କଳା 

 ତୋଷ ହୋଇଥାନ୍ତି ଜନ ।୧ ।

ନୁହେଁ ଏ କୁହୁକ ଅବା କିଛି ତତ୍ତ୍ଵ 

 ଯାଦୁକାରୀ ଚମତ୍କାର 

ଦେଖାଏ ବିସ୍ମିତ କଳା ନିଦର୍ଶନ 

 ହାତ ଛପା ଖେଳ ତା'ର ।୨ ।

ଉପସ୍ଥିତ ଜନ ପାରନ୍ତିନି ଜାଣି 

 ଚକିତ କେବଳ ସାର  

ଦେଖି ଅଭିନୟ ଯାଦୁକର ଯାଦୁ 

 କରୁଥାନ୍ତି ଜୟ ତା'ର  ।୩ ।

କାଗଜ କୁ ଫୁଲ ମାଟିକୁ କଣ୍ଢେଇ 

 ଇସ୍ପାତ କୁ ଦୀପ କରେ  

 ଛିଣ୍ଡା କୁ ଅଛିଣ୍ଡା ବୁଦ୍ଧିରେ ତାହାର 

 ଦେଖାଏ ସେତ ମଞ୍ଚରେ ।୪ ।

ଯାଦୁ କଳା ଦ୍ଵାରା କେତେ ଯାଦୁକର

 ରଚିଛନ୍ତି ନିଜ ନାମ 

ଚମତ୍କାର କଳା ଦେଖାଇ ନିଜର 

 ମନରେ ଜନ୍ମାନ୍ତି ଭ୍ରମ ।୫. ।

ଭାରତ ସମେତ ଅନ୍ୟ କେତେ ଦେଶେ 

 ରହିଛନ୍ତି ଯାଦୁକର 

ଆମୋଦ ଦିଅନ୍ତି କେତେ ରକମ ର 

 କଳା ଦେଖେଇ ତାଙ୍କର ।୬ ।

ଧନ୍ୟ ଯାଦୁକର ଧନ୍ୟ ତୋର କଳା 

 ଭାବିଲେ ପାରେନା ବୁଝି

ଯେ କେହି ଦର୍ଶକ ଦେଖିଛନ୍ତି କଳା

 ପାରିବେନି କିଏ ଶୁଝି ।୭ ।



Rate this content
Log in

Similar oriya poem from Abstract