STORYMIRROR

Dr. Rajib Lochan Panigrahy

Drama Classics Inspirational

3  

Dr. Rajib Lochan Panigrahy

Drama Classics Inspirational

ଯାଦୁ

ଯାଦୁ

1 min
183


ଯାଦୁ ଦେଖେଇବ

ଯାଦୁକର କାମ

ଦେଖାଏ ସେ ବୁଲି ବୁଲି

ଯାଦୁ ଦେଖିବାକୁ

ସମସ୍ତେ ବ୍ୟଗ୍ର

ବୁଢା ଆଉ ପିଲା ପିଲି |

ଧାର୍ମିକ ମଣିଷ

ଦେଖେ ନାହିଁ ଯାଦୁ

ଧରମ ରେ ତାର ମନ

ନାମ ଜପ କରି

ଶାସ୍ତ୍ର ଜ୍ଞାନେ ବ୍ରତୀ

ବିଭୁ ପୟରେ ତା ଳୟ |

ଶାସ୍ତ୍ରୀ ଯିଏ ଥିବ

ସେ ଜାଣିଛି କିଏ

ଜଗତରେ ବଡ଼ ଯାଦୁଗର

ତା ଯାଦୁରେ

ସାରା ବ୍ରହ୍ମାଣ୍ଡ ଚାଲିଛି

କାହିଁ ଦେଖ ଯାଦୁଗର |

କଳା ଯାଦୁଗର

କରେ ତାର ଯାଦୁ

ନାହିଁ ତାର ହାତ ଗୋଡ

ଆପଲକ ନୟନରେ

ଚାହିଁ ଅଛି ହୋଇ ତତ୍ପର

ଭକତ ଭାବରେ ବନ୍ଧା

ଦୁନିଆ ରେ ସେ ଅଟେ

ବଡ ଯାଦୁକର

ତା ଯାଦୁର ନାହିଁ ପଟାନ୍ତର |



Rate this content
Log in

Similar oriya poem from Drama