STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଯାଆରେ ବୋଇତ ଯାଆ

ଯାଆରେ ବୋଇତ ଯାଆ

1 min
347

ସ୍ମୃତି ଫର୍ଦ୍ଦ ଆଜି ହେଉଛି ଜାଗ୍ରତ

 ଶୁଭୁଚି ଆ କା ମା ବୈ

ନିଆରା ମୋ ରାଜ୍ୟ ଭିନ୍ନ ପରମ୍ପରା

 ପୁଣ୍ୟ ନୀଳାଚଳ ଯହିଁ।।


ନିଦୁଆ ପାହାନ୍ତି କୋଳାହଳମୟ

 କହୁଚି ଆମ ଐତିହ୍ୟ

ଯାଆ ରେ ବୋଇତ ଦରିଆ ସେପାରି

 ସାଙ୍ଗରେ ସାଧବ ପୁଅ।।।


ବିଲୁପ୍ତ ହୋଇଲା ଉତ୍କଳ ସଂସ୍କୃତି

 ହଜିଲା କାହିଁ ବୋଇତ

ଉଡ଼ିଲା କର୍ପୁର ପଡ଼ିଅଛି କନା

 ଦାରିଦ୍ର୍ୟ କରେ ତାଣ୍ଡବ।।


କ୍ଷୁଧାର ଜ୍ଵାଳାରେ ଖଟିଲେ ଦାଦନ

 ଦୁଃଖର ଗଦା ବୋଇତ

ପାପ ହିଂସା ଜ୍ଵାଳା ମାରିଲା ଆହୁଲା

 ହଜିଲା ସୁଖ ସମୃଦ୍ଧ।।


ପାପ ହିଂସା ମୋହ ବୋଝ ବୋଝ ନେଇ

ଯାଆରେ ବୋଇତ ଯାଆ

ମଝି ଦରିଆ ରେ ସବୁ ଲୁପ୍ତ କରି

 ବିଜୟର ଗାଥା ଗାଆ ।।।


ଓଡ଼ିଆ ଜାତିର ଗର୍ବ ଗୌରବକୁ

 ନେଇ ତୁ କୁଳକୁ ଆ,

ଆମ ପରମ୍ପରା ସୁଖ ସମୃଦ୍ଧକୁ

 ବାହୁଡ଼ାଇ ନେଇ ଆ

ପ୍ରୀତି ଦୀପାଳୀରେ କରିବେ ବନ୍ଦାଣ

 ପଡୁଥିବ ହୁଳହୁଳି

କେତେ ସାଧବାଣୀ ପାଛୋଟି ଆଣିବେ

 ସ୍ମୃତିକୁ ଜୀବନ୍ତ କରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational