ଯାଆ ତୁ ଉଡି
ଯାଆ ତୁ ଉଡି


ଗୁଡିରେ ଗୁଡି ଯାଆ ତୁ ଉଡି
ଦୂର ଆକାଶ ଦେଶେ
ଭେଟିବୁ କେତେ ନୂଆ ସାଥୀ
ତୁ ଡରିବୁ ନାହିଁ ମୋଟେ ।
ଜହ୍ନମାମୁ ର ଦେଶ ବୁଲିବୁ
ମନ ହରଷେ ଯାଇ
କି ଅଛି ସେଠି କହିବୁ ଆସି
ବସିଛି ବାଟ ଚାହିଁ ।
ଉଡିଯାଆନ୍ତି ମନ ମୋହରି
ତୋ ସାଥେ ପରା ମୁହିଁ
କେମିତି କହ ଉଡିବି ସତେ
ମୋର ତ ଡେଣା ନାହିଁ ।
ସରଗଶଶୀ ପାଖରେ ବସି
ହୋଇବୁ କେତେ ଗେଲ
ପରୀ ରାଇଜ ଗପ ଶୁଣିବୁ
ହୋଇଣ ତୁହି ଭୋଳ ।
ଯାଆ ତୁ ଉଡି ନ କରି ଡେରି
ଆନନ୍ଦେ ହସି ହସି
ଆଣିବୁ ଡାକି ଶରଦଶଶୀ
କୁନା ଖେଳିବ ହସି ।