STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଉତ୍ତରଦାୟୀ

ଉତ୍ତରଦାୟୀ

2 mins
233


ରୁଗ୍ଣ ଦୁସ୍ଥ ଅର୍ଥନୀତି ଉଠୁଥିଲା

ତା'ର ଆଖି ମଳି ମଳି

ସୁଦୀର୍ଘ ମାନ୍ଦାବସ୍ଥାର ସୁଶୁପ୍ତିରୁ

କେଜାଣି କାହିଁକି ପୁଣି ପଥହୁଡ଼ିଲା

ରୂପସୀ ବଙ୍ଗ ଦେଶେ

କ୍ଷମତାର ମହୁଆ ମୋହରେ

ହଜାଇଲା ନିଜ ଗତିପଥ

କାଉଁରୀ କାମାକ୍ଷୀ ପୀଠରେ

ପୂଣ୍ୟ ତୋୟା ଗଙ୍ଗା ତୀରେ

ଆସ୍ଥା ଓ ଶ୍ରଦ୍ଧାର ମହାକୁମ୍ଭରେ

ଈଶ୍ବରଙ୍କ ଆପଣା ଦେଶରେ

ରମଣୀୟ ପ୍ରାଚ୍ୟର ପ୍ଯାରିସରେ

ଅବା ବହୁବର୍ଣ୍ଣା ଦ୍ରାବିଡ଼ ରାଜ୍ୟରେ ?

ନା ନିଜେ ଖାଇବି

ନା କାହାରିକୁ ଦେବି

ଖାଇବାକୁ କିଛି

ଫମ୍ପା ଭାଷଣ ହିଁ

ଆଜିର ନଗ୍ନ ସତ୍ଯ

ବଞ୍ଚିବାକୁ ଏଠି ମଣିଷ

କରୁଛି ଅହର୍ନିଶି କସରତ !

ସଭିଏଁ ତ ହେଲେଣି ଜାଗ୍ରତ

ଯାହା ନିଃଶ୍ବାସ ପ୍ରଶ୍ବାସ

ନେବାକୁ ହେଉଛି କଷ୍ଟ

ଆଜି ପାଖ ପଡୋଶୀ ତ

କାଲିକି ସ୍ବୟଂ ମୋହର

ଉଠୁଛି ଉର୍ଦ୍ଧ୍ବ ଶ୍ବାସ

କେତେ ବେଳେ ଯେ

ଆଗକୁ କଣ ହେବ

କିଏ ବା ଭରସି କହିବ ?

ଭେଣ୍ଟିଲେଟର ସାହାରାରେ ଦେଶ

ତଥାପି ଚାଲିଛି କନ୍ଦୁକ କ୍ରୀଡ଼ା

ମହାଆଡମ୍ବରରେ ସୁରକ୍ଷା ବଳୟରେ

ନିର୍ଲଜ୍ଜ କେତୁଟା ରଡୁଛନ୍ତି

ଗଳା ଫାଡ଼ି ଦୃଶ୍ୟ ଶ୍ରାବ୍ୟ

ଗଣମାଧ୍ୟମର ଆଦୃତି ପ୍ରତିସ୍ପର୍ଦ୍ଧାରେ

ଜୀବନ ତ ଆଜି ସାଜିଛି

ମରଣ ପଥର ଅଭିଯାତ୍ରୀ !

ତର୍ଜମା କରିବା କିମ୍ପାଇଁ

ବୃଥାରେ ବିଫଳ ମନୋରଥରେ

ଏଥିପାଇଁ ପ୍ରକୃତରେ

କିଏ ଦୋଷୀ

କିଏ ଅପରାଧୀ

କିଏ ଉତ୍ତରଦାୟୀ

କାହାର ଅପାରଗତା

କାହାର ଅବହେଳା

କାହାର ଅମାନିଆପଣରୁ

ଆଜି ଏଠି ସେଠି ସବୁଠି

କୁଢକୁଢ ଶବର ପାହାଡ଼ ?

ନିଃସନ୍ଦେହରେ ନିଶ୍ଚିତରେ

ସେଇମାନେ ହିଁ ଦାୟୀ

ଯେଉଁ ଭଦ୍ର ବ୍ଯକ୍ତି ବୃନ୍ଦ

ଦେଶକୁ ଲହୁ ଲୁହରେ ଗଢି଼

କ୍ଲାନ୍ତ ଶ୍ରାନ୍ତ ହୋଇ

ଶୋଇଯାଇଛନ୍ତି ଚିରନିଦ୍ରାରେ

ଦୀର୍ଘ ଦଶନ୍ଧି ଦଶନ୍ଧି ପୂର୍ବରୁ

ସମାଧିସ୍ଥ ହୋଇ ଇତିହାସର

ଅତଳଗର୍ଭରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract