STORYMIRROR

Bidyadhar Mantry

Abstract Drama Classics

3  

Bidyadhar Mantry

Abstract Drama Classics

ଉତ୍ତରାଙ୍କ ପ୍ରାର୍ଥନା

ଉତ୍ତରାଙ୍କ ପ୍ରାର୍ଥନା

1 min
25


ଗୁରୁଜନଙ୍କର ସ୍ବଭାବ ଓ ଗୁଣ

ଅନୁକରଣ ପ୍ରାୟତଃ 

ଛୋଟ ଶିଶୁ ଅବା ନବ ବଧୂ କ୍ଷେତ୍ରେ

ସହଜେ ପରିଲକ୍ଷିତ

ଉତ୍ତରା ବି ଥିଲେ ନବ ବଧୂ ରୂପେ 

ଶାଶୁ ଦ୍ରୌପଦୀ ପାଖରେ

ଦ୍ରୌପଦୀଙ୍କ ନିତି କୃଷ୍ଣ ଆରାଧନା 

ଦେଖୁଥିଲେ ଥାଇ ଦୂରେ

ଆତ୍ମ ସମର୍ପଣ ସହ ଯିଏ ଆପେ

ଶ୍ରୀକୃଷ୍ଣ ଚରଣାଶ୍ରିତ 

ବିପଦ ଖଣ୍ଡନ ହୋଇବ ଅଚିରେ 

ଦ୍ରୌପଦୀଙ୍କ ମତ ବ୍ୟକ୍ତ

ସମଗ୍ର ସୃଷ୍ଟିର ନିୟନ୍ତ୍ରକ ରୂପେ

ପ୍ରତି କଣିକା ଭିତରେ

ସ୍ଵୟଂ ପରଂବ୍ରହ୍ମ ସଦା ବିଦ୍ୟମାନ

ଉକ୍ତି ଉତ୍ତରା ହୃଦରେ


କ୍ରମେ ଘଟଣା ଚକ୍ରରେ ଚକ୍ରବ୍ୟୁହ 

ଧାରେ ଅଭିମନ୍ୟୁ ହତ 

ଅନ୍ୟ ପକ୍ଷେ ପ୍ରତିଶୋଧ ଧାରେ

ଅଶ୍ୱସ୍ଥମା ଅର୍ଦ୍ଧ ମୃତ 

ମୁଣ୍ଡରୁ ବାହାର କରା ଗଲା ମଣି 

ଯାହା ଥିଲା ଜନ୍ମ ସିଦ୍ଧ

ଅପମାନ ଧାରେ ବୀର ଅଶ୍ୱସ୍ଥମା 

ଚାହିଁ ଥିଲେ ପ୍ରତିଶୋଧ

ପ୍ରତିଶୋଧ ପରାୟଣ ସହିତରେ

ନିକ୍ଷେପ କଲେ ବ୍ରହ୍ମାସ୍ତ୍ର

ପାଣ୍ତବ କୁଳର ସମୂଳେ ବିନାଶ

ଲକ୍ଷ୍ୟ ଉତ୍ତରା ଗର୍ଭସ୍ଥ 


କ୍ରମେ ସୃଷ୍ଟି ଭୟାବହ ପରିବେଶ

ଉତ୍ତରା ପ୍ରାଣ ବ୍ୟାକୁଳ

ଗର୍ଭସ୍ଥ ସନ୍ତାନ ଜୀବନ ବିପନ୍ନ 

ପରିସ୍ଥିତ ଶୋକାକୁଳ 

ଗର୍ଭସ୍ଥ ଶିଶୁର ସୁରକ୍ଷା ଆଳରେ 

ବିଚଳିତ ମାତୃ ପ୍ରାଣ

ଆସନ୍ନ ବିପଦ ଘନୀଭୂତ କ୍ରମେ

ଆଶା କ୍ରମେ ହେଲା କ୍ଷୀଣ

ବିରାଟ ନନ୍ଦିନୀ ଅଭିମନ୍ୟୁ ପତ୍ନୀ

ଆତ୍ମ ସମର୍ପଣ ଧାରେ

ପ୍ରାର୍ଥନାରେ ମଗ୍ନ ଶୋକାକୁଳ ଚିତ୍ତେ

ଅଶ୍ରୁ ଭିଜା ନୟନରେ

"ମାଆର ଜୀବନ ନେଲେ ନିଅ ପ୍ରଭୁ

ଗର୍ଭସ୍ଥ ପ୍ରାଣ ବଞ୍ଚାଅ 

ତୁମେ ହିଁ ଭରସା,ନାହିଁ ଅନ୍ୟ ଆଶା 

ଉତ୍ତରା କୁ ସାହା ହୁଅ "


ଏକ ଅସହାୟ ମାଆର କ୍ରନ୍ଦନ

ଶୁଣି ଶ୍ରୀହରି କର୍ଣ୍ଣ ରେ

ଉତ୍ତରା ଗର୍ଭସ୍ଥ ସନ୍ତାନ ସୁରକ୍ଷା

କାର୍ଯ୍ୟକାରୀ ହେଲା ଧୀରେ

ସୁଦର୍ଶନ ଚକ୍ର ସୁରକ୍ଷା ବଳୟ 

ଉତ୍ତରା ଗର୍ଭରେ ରହି

ପରୀକ୍ଷିତ ସେହି ଗର୍ଭସ୍ଥ ସନ୍ତାନ

ଧନ୍ୟ ସେ ଦର୍ଶନ ପାଇ

ଯାହାର ଜୀବନ ଅଟେ ସୁରକ୍ଷିତ

ପୁଣି ପରମାତ୍ମା ବଳେ

ବ୍ରହ୍ମାସ୍ତ୍ର ଜନିତ ବିପର୍ଯ୍ୟୟ ଆପେ

ବିନାଶ ହୁଏ ସମୂଳେ 


ପାଣ୍ଡବଙ୍କ ସଖା ଦ୍ରୌପଦୀ ଡାକରେ 

ଲଜ୍ଜ୍ୟା କଲେ ନିବାରଣ

ଉତ୍ତରା ପ୍ରାର୍ଥନା ଶୁଣିଲେ ତ୍ୱରିତ

ବଞ୍ଚିଲା ଗର୍ଭସ୍ଥ ପ୍ରାଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract