STORYMIRROR

Er Subhransu Kumar Behera

Abstract Romance Tragedy

3  

Er Subhransu Kumar Behera

Abstract Romance Tragedy

ଉତ୍ତର

ଉତ୍ତର

1 min
165

ସମୟ ଅନେକ ଥିଲା, ଆଶା ବି ଅନେକ,

ହେଲେ ସମୟରେ ବରବାଦ ଆଶା ,

ଶିଖାଇଛି ଏତେ କଥା,

କେଜାଣି କେମିତି , ସ୍ଵପ୍ନ ଆଜି ବି ଅନେକ ।


ମୁଁ ତାକୁ ଛଳନା କହିବି ନା ପ୍ରତାରଣା କହିବି,

ନା ନା... କିଛି ବି କହିବିନି,

ମୁଁ କାହିଁ କିଛି କହିବି

ସେ ତ ପଦେ , କଥା ହୋଇ

କିଛି ବି କହିନି ।


କଣ ଥିଲା ତା ମନେ ଅବା କଣ ଅଛି 

କେବଳ ସେ ହିଁ ଜାଣିଛି ,

ମନକୁ ତା କେତେ ଆକଟ କରିଛି ,

ମୁଁ କଣ ସତରେ କେଜାଣି ତା ମନରେ !

ନହେଲେ ମୁଁ କେମିତି ତା ପାଖରେ,

ଆକଟ ହୋଇଛି ।


ତୋତେ ଭୁଲିବାକୁ,

ଏ ମନରୁ କାଢ଼ିବାକୁ ... ଚେଷ୍ଟା ତ 

ଅନେକ କରିଛି ,

ଏ ମନରେ ତୁ ଥିଲେ ତ !

ଏ ମନକୁ ତୋ ଛାଇଟା ତ ...

ଆଜିବି ଘୋଡାଇ ରଖିଛି ।


ଏମିତି କେମିତି ...

ପ୍ରକୃତିର ନିୟମରେ ସଂଶୋଧନ,

ଓଠ ହସ ଆଉ ଆଖି ଲୁହ

ଏକ ସମୟରେ ଉପଲବ୍ଧି

କରୁଛି ଜୀବନ ।


ଯେମିତି ସେମିତି...

ସ୍ଵାଭିମାନ ଟିକେ...

ପାଦ ଆଗକୁ ନେଉନି,

ସେ କାହାର ହୋଇ ପାରିନି କି

ମୋତେ କାହାର କରାଇ ଦେଇନି ।


ଏତେ ଖେଳ ... କରାଳ

ସମୟ, ଭାଗ୍ୟ ... କିଏ ବା କରିଛି,

ମୁଁ ତ କାଲି ସ୍ନିଗ୍ଧତାରେ 

ଉଲ୍ଲସିତ ହୋଇଛି,

କିଏ ବା କରିଛି,

ସେ କିଏ ...ସେ କି ଆମ ପ୍ରେମ

ଉତ୍ତର ସେ ହିଁ ଜାଣିଛି ।



Rate this content
Log in

Similar oriya poem from Abstract