ଉତ୍ତର ଦିଅନା
ଉତ୍ତର ଦିଅନା
ଦେଖ କେତେ ମୁକ୍ତ ମୁଁ,
ନାହିଁ ବିଦ୍ଯାଳୟର ଚାରିକାନ୍ଥ
ନା ଅଛି ବସ୍ତାନୀ ବୋଝ
ନା ଶିକ୍ଷକଙ୍କ ନାଲି ଆଖି ।
ସ୍କୁଲ୍ ସମୟରେ ବି
ଖୋଲା ଆକାଶ ତଳେ
ସାଗର ବକ୍ଷରେ ଖେଳୁଚ୍ଥି ।
ଆଶ୍ଚର୍ଯ୍ଯ ହଉଚ୍ଥ ନା
ମୋ କରାମତି ଦେଖି !
ମୁଁ ପରା ନୋଳିଆ ବସ୍ତିର ପିଲା
ବସୁଧାରେ ପାଦ ଦେଲା ମାତ୍ର
ଅଶାନ୍ତ ବରୁଣର ଉଚ୍ଚ ଲହଡିର ଶବ୍ଦ ଶୁଣିଚ୍ଥି ।
ବାପା ଡଙ୍ଗା ନେଇଯାଇଚ୍ଥନ୍ତି
ରତ୍ନଗର୍ଭରୁ ଅନେକ ପ୍ରଜାତିର ମାଚ୍ଥ ଆଣବେ ।
କଣ ସବୁ ନା ମନେ ପଡୁନି ।
ବେଳାଭୂମିରେ ଅପେକ୍ଷା କରିଚ୍ଥି ମୁଁ ।
ବାପାଙ୍କ ଡଙ୍ଗା ଦୃଶ୍ଯମାନ ହଉନି
ତେଣୁ ମୋ ସମୁଦ୍ରର ମା' କୋଳରେ
ଟିକିଏ ଖେଳି ନଉଚ୍ଥି ।
ପର୍ଯ୍ଯଟକ ଦେଖନ୍ତି , ଖୁସି ମଧ୍ଯ ହୁଅନ୍ତି ।
କେହି ପଚାରନ୍ତି ନାହିଁ
ସ୍କୁଲ୍ ସମୟରେ ଏଠି କାହିଁକି ଖେଳୁଛୁ ?
ମୋର ବି ଇଚ୍ଚ୍ଥା,
ସାହେବ ପିଲାମାନଙ୍କ ପରି ସ୍କୁଲ୍ ଯିବାକୁ ।
ସରକାର ଏତେ ସୁବିଧା କରିଚ୍ଥନ୍ତି!
ତଥାପି ମୁଁ ସ୍କୁଲ୍ ବାରଣ୍ଡା ମାଡେନି କାହିଁକି?
ଏ ଅଝଟ ମନର ପ୍ରଶ୍ନ
ତମେ ସବୁ ବହୁତ ବିଜ୍ଞ ବ୍ଯକ୍ତି ,
ଚ୍ଥୋଟ ଶିଶୁର ପ୍ରଶ୍ନର ଉତ୍ତର ଦିଅନା ।
