Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Inspirational

3  

PRABINA KU, KHADANGA

Inspirational

ଉଠ କଙ୍କାଳ

ଉଠ କଙ୍କାଳ

1 min
286


ଉଠ ଉଠ ଆହେ ଦୁର୍ବଳ ମନା ଦେଶବାସୀ ନାହିଁ ଆଉ ସୁଖ ନିଦ୍ରା

ସକାଳ ହେବାକୁ କିଛି କ୍ଷଣ ଅଛି ତୁମାପାଖେ ଆସିଲାଣି ଯୁଦ୍ଧ ଡାକରା ।

ନିରବତା ତୁମର ଭାଙ୍ଗି କର କୋଳାହଳ ଶତ୍ରୁ ମାଡ଼ି ଆସୁଛି ଝଞ୍ଜା ପରି

ଛଡେଇ ନେବା ଆଗରୁ ସର୍ବସ୍ବ ଭୂସ୍ବର୍ଗ ମାଡିଚାଲ ସେମାନଙ୍କୁ ମୁଖ କରି ।

ଲୁଚାଇ ରଖନାହିଁ ଆଉ କ୍ରୋଧ ଜ୍ଵାଳା ବିଦ୍ରୋହର ଅଗ୍ନି କୁଣ୍ଡକୁ

ପ୍ରଜ୍ବଳିତ କର ନିଜର ପ୍ରକାଣ୍ଡ ସାହାସ ସ୍ବାର୍ଥ ଭସ୍ମୀଭୂତ କରିବାକୁ ।

ଉଠ କଙ୍କାଳ ଧରି ଅସ୍ତ୍ର ସକଳ ନାସିବାକୁ ଦେଶ ବଇରୀ

ଉତ୍କଳ ପୁଣି ଲୁଣ୍ଠିତ ନ ହେଉ ବ୍ୟର୍ଥ ନଯାଉ ସଂଗ୍ରାମୀଙ୍କ ବଳି ।

ଜାଗ୍ରତ ହୁଅ ଜାଗ୍ରତ ହୁଅ ଆଜି ଆହେ ପାଇକ ପୁଅ

ଉତ୍କଳ ମାତା ଜନନୀ ଦୁଃଖିତ ପୋଛିବାକୁ ଆଖି ଲୁହ ।

ନିଜର ଲହୁକୁ ବୁହାଇ ଦିଅ ମାଟିରେ ଜନ୍ମ ଲଭୁ ବୀର କଙ୍କାଳ

ତୁମେ ଆମ ଗର୍ବ ତୁମେ ଗୌରବ ଗର୍ବିତ ଉତ୍କଳବାସୀ ସକଳ ।


Rate this content
Log in

Similar oriya poem from Inspirational