ଉତ୍କଳମଣି
ଉତ୍କଳମଣି
ସତ୍ୟ ସ୍ୱାଧୀନତା ଲାଗି ବରି କାରାବାସ
ଫୁଟିଥିଲା ମୁଖେ ଯାର ଅମଳିନ ହସ ।
ଦେଶର ସ୍ୱରାଜପଥେ ଅଛି ଯେତେ ଗାଡ଼
କେକହିବ ପୂରୁ ପଡି ମୋର ମାଂସ ହାଡ଼ ।
ବଖାଣିବ କିଏ ବସି ବୀର ଗୁଣ ଗାଥା
ଆଉ କେ ଲେଖିବ ବନ୍ଦୀ ସାନ୍ଧ୍ୟ ଅନୁଚିନ୍ତା।
କେ କହିବ ନେତାଙ୍କର ନାହିଁ ପ୍ରୟୋଜନ
ଉତ୍କଳର ନେତା ଯେଣୁ ସ୍ୱୟଂ ନାରାୟଣ ।
ହସି ହସାଇବ ଆଉ କିଏ ସଖା ମେଳେ
ଚିଙ୍ଗୁଡ଼ି ଖାଇ ଘୁଙ୍ଗୁଡ଼ି ମାରିବା ବିହ୍ଵଳେ ।
ଦେଖିବା ପାଇଁ ଚିଲିକା ଚାରୁ ଚିତ୍ରପଟ
କେକହିବ ରହ କ୍ଷଣେ ବାଷ୍ପୀୟ ଶକଟ।
ବନ୍ୟାବାତ୍ୟା ଅବା ଧୋଇ ମରୁଡ଼ିର ବେଳେ
ଚୁଡା ଚାଉଳ ଘେନିକେ ଯିବ ଦ୍ୱାରେ ଦ୍ୱାରେ ।
ପୋଛିବ ଆଉ କେ ଦୁସ୍ଥ ଜନତାର ଲୁହ
କିଏଆଉ ଧର୍ଯ୍ୟ ଦେବ ଚାପି ନିଜ କୋହ ।
ତେଜି ପ୍ରାଣପ୍ରିୟା ଆଉ ପୁତ୍ରର ବନ୍ଧନ
ଗ୍ରାମେ ଗ୍ରାମେ ବାର୍ତ୍ତାଦେବ ଆଉକା ଲିଖନ ।
ଶୁକ୍ଳ କେଶ , ରୁକ୍ଷ ମୁଛ , ନିମୀଳିତ ନେତ୍ର
ଖଦଡ଼ ଶୋଭିତ ଦେହେ କନ୍ଧେ ଉପବୀତ ।
ସତ୍ୟର ପୂଜାରୀ ତୁମେ ସତ୍ୟର ବାହାକ
ଉତ୍କଳ ମାଟିର ସତ୍ୟସ୍କନ୍ଧ ସେକ୍ରେଟିସ ।
ତୁମରି ଚରଣେ ଆଜି ବାଢୁଛି ପ୍ରଣତି
ମଥାର ତିଳକ ହେଉ ସତ୍ୟବାଦୀ ମାଟି ।