Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Abstract Others

3.7  

sumanta behera

Abstract Others

ଉତ୍କଳୀୟ ଭାଇ ମୁହିଁ

ଉତ୍କଳୀୟ ଭାଇ ମୁହିଁ

1 min
11.5K


ଉତ୍କଳ ପ୍ରଦେଶେ ଘର ମୋର ଅଟେ,

   ଉତ୍କଳୀୟ ଭାଇ ମୁହିଁ ।

ଆନନ୍ଦେ ରହୁଛି ପ୍ରଭୁ ଜଗନ୍ନାଥ,

   ପାଖରେ ଆଶ୍ରୟ ନେଇ ।।

ମନ୍ଦିର ମାଳିନୀ ମୋହରି ପ୍ରଦେଶ,

   ମନ୍ଦିର ରେ ଶୋଭାପାଏ ।

ଅତୀତ ର କଳା ସଂସ୍କୃତି କୁ ଆମ,

    ମନେ ସେ ପକାଇ ଦିଏ ।।

ଚନ୍ଦ୍ରଭାଗା କୂଳେ କୋଣାର୍କ ମନ୍ଦିର,

    ପୁରି ରେ ସେ ଜଗନ୍ନାଥ ।

ବରଗଡ ଠାରେ ପୂଜା ପାଉଛନ୍ତି,

   ପ୍ରଭୁ ନରସିଂହନାଥ ।।

ସମ୍ବଲପୁର ରେ ସମଲେସ୍ୱରୀ ମା',

   ଘଟଗାଁ ଠାରେ ତାରିଣୀ ।

ପୂଜାପାଉଛନ୍ତି ସାଜି ନିଜେ ତାଙ୍କେ,

   ଭକ୍ତ ବିଘ୍ନ ବିନାସିନୀ ।।

ଗଞ୍ଜାମ ଜିଲ୍ଲା ରେ ତଟିନୀ କୂଳରେ,

   ତାରାତାରିଣୀ ମା' ରହି ।

ସମସ୍ୟା ବେଳ ରେ ସହାୟ ହୁଅନ୍ତି,

    ଭକ୍ତ ଜନ ଙ୍କର ପାଇଁ ।।

ଭୁବନେଶ୍ୱର ରେ ଲିଙ୍ଗରାଜ ପ୍ରଭୁ,

    ସଙ୍ଗତ ରେ ରାଜରାଣୀ ।

ମନ୍ଦିର ର ଘର ହୋଇ ମୋର ରାଜ୍ୟ,

    ଦିଶୁଛି ସୁନ୍ଦର ଭାରି ।।


Rate this content
Log in

Similar oriya poem from Abstract