STORYMIRROR

Samita Swain

Inspirational

3  

Samita Swain

Inspirational

ଉତ୍କଳ ସନ୍ତାନ ସଦା ମହୀୟାନ

ଉତ୍କଳ ସନ୍ତାନ ସଦା ମହୀୟାନ

1 min
326

ଉତ୍କଳ ସନ୍ତାନ ସଦା ବଳୀୟାନ 

ଗୌରବ ରେ ଗରୀୟାନ 

କର୍ମଗୁଣେ ସେହି ହୁଏ ମହୀୟାନ 

ରଖି ଯଶ କୀର୍ତ୍ତି ମାନ।।


ମର ଜଗତରେ ଆଜି ସେ ଅମର

ଧନ୍ଯ ତାଙ୍କର ଜୀବନ

ତ୍ଯାଗ ବଳିଦାନେ ଆଦର୍ଶ ହୋଇ ସେ

ରଖିଲେ ମାଆର ମାନ।।


ଅହିଂସାନୀତି କୁ ଆପଣେଇ ନେଲେ

ଭାରତ ସ୍ବାଧୀନ ପାଇଁ 

ବୈଜୟନ୍ତି ଧ୍ବଜା ଶେଷେ ଉଡାଇଲେ

ମାଆର ମୁହଁକୁ ଚାହିଁ।।


ଗାନ୍ଧୀ ଗୋପବନ୍ଧୁ ନେହେରୁ ସୁବାସ 

ପୁଣି କେତେ ସୁର ବୀର

ସୁଯୋଗ୍ଯ ସନ୍ତାନ ଭାରତ ମାତାର 

ନାହିଁ ତାଙ୍କ ପଟାନ୍ତର।।


ଯୁଗସୂର୍ଯ୍ୟ ହୋଇ ଭାରତ ଆକାଶେ

ସେମାନେ ଯେ ଉଇଁଥିଲେ 

ପୁଣ୍ୟମୟୀ ମାଆ ସୁରକ୍ଷା ପାଇଁ'କି

ସାଧନାରେ ବ୍ରତୀହେଲେ।।


ଚଖାଇ ଦେଲେ ସେ ସ୍ବାଧୀନତା ସ୍ବାଦ 

ଅହିଂସାକୁ ଅସ୍ତ୍ର କରି

ଦେଖାଇ ଦେଲେ ସେ ଅସୁମାରୀ ସ୍ବପ୍ନ 

ଆମରି ଆଖିରେ ଭରି।।


ବିବିଧତା ମଧ୍ୟେ ଏକତା ସୂଚାଇ

ତ୍ରିରଙ୍ଗା ଉଡାଇ ଦେଇ

ସୁନାର ଭାରତ ଗଢି ଦେଇଗଲେ

ଦେଶପ୍ରେମ ମନ୍ତ୍ର ଗାଇ।।


ସ୍ବାଭିମାନୀ ପଣେ ସ୍ବାଧୀନତା ପାଇଁ 

ମନ ପ୍ରାଣ ଦେଇ ଢାଳି

ବଳିଦାନ ତାଙ୍କ କେତେଯେ ମହାନ

ନିଜ ସ୍ବାର୍ଥ ଦେଲେ ଜାଳି।।


ଉତ୍କଳ ସନ୍ତାନ ସଦା ମହୀୟାନ 

ତ୍ଯାଗ ପୂତ ଦିବ୍ୟ ଜ୍ଞାନେ

ସ୍ମରଣୀୟ ହୋଇ ରହିଲେ ସର୍ବଦା

ବିଶ୍ବବାସୀ ଙ୍କର ମନେ।।

     ଜୟହିନ୍ଦ୍ 

ଜୟ ଭାରତ ମାତା କି ଜୟ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational