STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

ଉତ୍କଳ ମାତାର ଯୋଗ୍ୟତମ ସୂତ

ଉତ୍କଳ ମାତାର ଯୋଗ୍ୟତମ ସୂତ

1 min
445


ଉତ୍କଳ ମାତାର 

  ଯୋଗ୍ୟତମ ସୁତ

ତୁମ ପାଇଁ ଦିନେ

  ହୋଇଥିଲୁ ପୂତ।୧।


କରି ଯେତେ କର୍ମ

   ରଖିଗଲ ନାମ

ଉତ୍କଳ ଗାଇଲା

   ଶେଷେ ତୁମ ନାମ।୨।


ବନ୍ୟା,ବଢି କାଳେ

   ଦୁଃଖୀଙ୍କର ସାହା

ବିପଦ ଆପଦେ

    ହୋଇଥିଲ ରାହା।୩।


ନିଜ କଥା କେବେ

  ଭାବି ନାହଁ ତୁମେ

ଦୁନିଆ ଜାଣଇ

   ତୁମ ସେବା ନାମେ।୪।


ମହା ମାନବ ହେ

  ଦେବଦୂତ ସାଜି

ରଖିଲ ପରାଣ

   ରଖି ଦେଇ ବାଜି।୫।


ପଞ୍ଚ ଶଖାର ଯେ

   ତୁମେ ଥିଲ ଗୁରୁ

ତୁମ ଠାରୁ ସତେ

   ଶିକ୍ଷା ହେଲା ସୁରୁ।୬।


ଦେଇ ସତ ଶିକ୍ଷା

   ଗଢିଲ ଜୀବନ

ତୁମ ପାଇଁ ପୁଣି

    ବଢ଼ିଲା ସମ୍ମାନ।୭।


ବନ ବିଦ୍ୟାଳୟ 

  ହେଲା ତୁମ ଘର

ଦେଇଣ ସଂସ୍କାର

  ପାଲିଲ ଶିଷ୍ୟର।୮।


ତୁମ ପାଇଁ ଆଜି

  ଓଡିଶା ଉର୍ଦ୍ଧ୍ବରେ

ଶିକ୍ଷା,ଧର୍ମ ,କର୍ମ

   ପ୍ରତିଟି କ୍ଷେତ୍ରରେ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract