STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଉତ୍କଳା ମାଆ ବିଶ୍ୱବନ୍ଦିନୀ

ଉତ୍କଳା ମାଆ ବିଶ୍ୱବନ୍ଦିନୀ

1 min
160


ସିଂହ ବାହିନୀ  ଶକ୍ତି ପ୍ରଦାୟିନୀ 

ଜୟ ଭବାନୀ,ଶ୍ୟାମା ଭଦ୍ରାଣୀ,ଜଗଜ୍ଜନନୀ ।

ସୁସମ୍ପର୍ଣା ସ୍ୱୟଂ ସିଦ୍ଧା

ସୁବିଶୁଦ୍ଧା ଶୂଚୀସ୍ନିଗ୍ଧା

ଜୟ ବିରଜା ବିମଳା କମଳା ବରଦେ ମାଆ

 ଭାରତୀ ନାରାୟଣୀ ।

ସିଂହ ବାହିନୀ ......


ମହାନଦୀ ନିର୍ଝରଣୀ

ମହାଶକ୍ତି ସ୍ୱରୂପିଣୀ

ଜୟ ଅମୃତ ଶସ୍ୟ ସମ୍ବଳା ଗୈ।ରୀ ସର୍ବମଙ୍ଗଳା

ମାଆ ମୁକ୍ତି ପ୍ରଦାୟିନୀ ।

ସିଂହବାହିନୀ .....…


ମାହେଶ୍ୱରୀ ସୁରେଶ୍ଵରୀ

ସମଲାଇ ଭଗବତୀ

ଜୟ ଘାଟ ପାଟେଶ୍ୱରୀ ବନଦୁର୍ଗା ମହାକାଳୀ 

ସଙ୍କଟେ ମା ଉଗ୍ରତାରିଣୀ ।

ସିଂହବାହିନୀ.......


ଚାରୁକଳା ଶ୍ରୀ ସମ୍ପଦା

ନୃତ୍ୟ ଶାସ୍ତ୍ର ବିଶାରଦା

 ଶିଳ୍ପ ନୈ।ବାଣିଜ୍ୟ କୃଷି ମହା ଅଷ୍ଟପାଟ ବଂଶୀ

 ବୈଭବୀ ମାଆ ସୈ।ଭାଗ୍ୟ ଲକ୍ଷ୍ମୀ ।

ସିଂହ ବାହିନୀ......


ଚିରନ୍ତନୀ ହିରଣ୍ମୟୀ

ସତ୍ୟ ଶାନ୍ତି ସମନ୍ୱୟୀ

ପୂଜନୀୟା ବନ୍ଦନୀୟା ପୂର୍ଣ୍ଣ କାମା ଓଡ଼ିଶା

ମାଆ ତ୍ରିଭୂବନ ମୋହିନୀ ।

ସିଂହ ବାହିନୀ.......


ସୁମଧୁର ସୁସାହିତ୍ୟ

ଲୋକକଥା ଲୋକଗୀତ

ଜୟ ବିଣାପାଣି ସୁସଂସ୍କୃତି ଶ୍ରୀ ଶାରଦେ ସରସ୍ୱତୀ

ମାଆ ବିଦ୍ୟା ପ୍ରଦାୟିନୀ ।


ଲଳିତା ଅପରାଜିତା

 କିର୍ତ୍ତୀମତୀ ବେଦମାତା

ଜୟ ମୃଗାବତୀ ମହାଦେବୀ ଜୟନ୍ତୀ ପାର୍ବତୀ 

କାତ୍ୟାୟନୀ ମା ପରିତ୍ରାଣ ପରାୟଣୀ ।

ସିଂହ ବାହିନୀ....


ଅତୁଲ୍ୟା ପୂର୍ବା ଅପୂର୍ବା

ଅପାର ସିଦ୍ଧି ସମ୍ଭବା

ଜୟ ସତ୍କର୍ମ ଜ୍ଞାନ କୁଶଳା ଅକ୍ଷୟା ସୈ।ମ୍ୟା ଉତ୍କଳା

ମାଆ କିର୍ତ୍ତୀକିରଟିନୀ ।

ସିଂହ ବାହିନୀ........

..........



Rate this content
Log in

Similar oriya poem from Inspirational