STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
175


ଉତ୍କଳ ଗୌରବ ଉତ୍କଳର ଜ୍ୟୋତି

    ଜାତି ପ୍ରାଣ କର୍ଣ୍ଣଧାର 

ଉତ୍କଳ ଗଗନେ କୋଟି ସୂର୍ଯ୍ୟପ୍ରଭ 

    ସମୁଜ୍ଜ୍ୱଳ କର୍ମ ବୀର ।


ଜାତି ଇତିହାସ  ଜାତିର ନିର୍ଝର

    ଜାତି ରଥ ନନ୍ଦିଘୋଷ

ନିର୍ଘୋଷେ ନିନାଦେ ସ୍ୱତନ୍ତ୍ର ସ୍ୱଚ୍ଛନ୍ଦେ

   ଜାତି ବିଜୟଶ୍ରୀ ମନ୍ତ୍ର ।


ତୁମେ ଭଗୀରଥ ବୀର ଅଗ୍ରଦୂତ

   ଗୈାରବ ମଧୁସୂଦନ

ପବିତ୍ର ଜାହ୍ନବୀ ଜାତି ପ୍ରେମ ବହ୍ନି

   ଶାଶ୍ଵତ ଜାଜ୍ଜ୍ୱଲ୍ୟମାନ ।


ଗାଏ ମହୋଦଧି ବନ ଗିରି ନଦୀ

   ଭଗ୍ନ ଶିଳା ବାରବାଟି

ଧନ୍ୟ ଏ ଉତ୍କଳ ଭୂଖଣ୍ଡ ଓଡ଼ିଶା

   ଧନ୍ୟ ତା ଭାଷା ସଂସ୍କୃତି ।


ଧନ୍ୟ ତା ସୁପୁତ୍ର ମଧୁ ବାରିଷ୍ଟର

    ତା ସ୍ୱର ଗୁରୁ ଗମ୍ଭୀର

ପୂରୁବ ଗୌରବ ଐତିହ୍ୟ ଉଦ୍ଧାରେ

    ନାମ ତା ସ୍ୱର୍ଣ୍ଣ ଅକ୍ଷର ।


ବଳିଷ୍ଠ ଉଦ୍ଦୀପ୍ତ ସୁଚିନ୍ତିତ ଯୁକ୍ତି

   ମହାନ ଜାତୀୟ ଲକ୍ଷ୍ୟ

ଶତ୍ରୁର ଚକ୍ରାନ୍ତ କରିଥିଲା ପଣ୍ଡ

    ସ୍ୱତନ୍ତ୍ର ହେଲା ପ୍ରଦେଶ ।


ଦୁଃଖିନୀ ମାଆର ଓଠରେ ଖେଳିଲା

   ସୁମଧୁର ମଧୁହାସ୍ୟ

ଲଢୁ ତା ସନ୍ତାନ ବୀର ମଧୁ ପରି

   ରଖୁ ତାର ଟେକ ଯଶ ।


    ----------


Rate this content
Log in

Similar oriya poem from Inspirational