Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Tragedy Classics Inspirational

3  

Anita Jena

Tragedy Classics Inspirational

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
280


ଓଡ଼ିଆ ଜାତିର ଗର୍ବ ଗୌରବ

   ସେ ମଧୁସୂଦନ ଦାସ ,

ଓଡ଼ିଶାର ଜାତୀୟ ଜୀବନକୁ 

   ଦେଇ ଥିଲେ ଜୀବନ୍ୟାସ ।


କଟକ ଜିଲ୍ଲାର ସତ୍ୟଭାମା ପୁରେ

     ହୋଇଥିଲେ ଜନ୍ମ,

ଓଡ଼ିଶା ପାଇଁ ମନେ ତାଙ୍କ 

  ରହିଥିଲା ଅଗାଢ ପ୍ରେମ ।


ଚାଟଶାଳୀରେ ଅବଧାନଙ୍କ ପାଖେ

     ରହି ପଢ଼ିଲେ ପାଠ, 

ତାଳ ପତ୍ର, ଲୁହା ଲେଖନୀ ଧରି

   କଲେ ଲେଖା ଅଭ୍ୟାସ । 


ଗରିବଙ୍କ ଦୁଃଖ ଦେଖି କାନ୍ଦୁଥିଲା

    ହୃଦୟ ତାଙ୍କର ,

ସାରା ଓଡ଼ିଶାରେ ପରିଚିତ ସେ 

  ବୋଲାଇ ମଧୁ ବାରିଷ୍ଟର । 


ବିଦ୍ୟା ରେ ସେ ଥିଲେ

     ଅତି ପାରଙ୍ଗମ ,

ଆକୃଷ୍ଟ ହେଇ ଦିନେ ସେ 

  ଗ୍ରହଣ କରି ଥିଲେ ଖ୍ରୀଷ୍ଟ ଧର୍ମ ।


ଅନେକ କଷ୍ଟ ଯନ୍ତ୍ରଣା ସହି ସେ 

  ବଢିଥିଲେ ଆଗକୁ ଜୀବନରେ,

ଓକିଲାତି ରେ ପହଞ୍ଚି ଥିଲେ 

  ମଧୁବାବୁ ଶୀର୍ଷ ସ୍ଥାନ ରେ । 


ଓଡ଼ିଶାର ସୁଯୋଗ୍ୟ ସନ୍ତାନ ରୂପେ

  ଅମର ରହିବେ ସେ ସଦା,

ଉତ୍କଳ ଗୌରବ ,କୁଳବୃଦ୍ଧ ନାମେ

 ମଧୁବାବୁଙ୍କୁ ଚିହ୍ନେ ସାରା ଓଡ଼ିଶା ।


Rate this content
Log in

Similar oriya poem from Tragedy