STORYMIRROR

Dr Santosh Kumar Panda

Inspirational

4  

Dr Santosh Kumar Panda

Inspirational

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
374


ଉଜ୍ଜ୍ବଳ ଜ୍ୟୋତିଷ୍କ ଉତ୍କଳ ଆକାଶେ

   ଥିଲେ ତ ଆପଣ ଜଣେ,

ଯେତେ ଦିନ ଥିବେ ସୂର୍ଯ୍ୟ, ଚନ୍ଦ୍ର, ତାରା

  ଏ ଜାତି ରଖିବ ମନେ।


ସତ୍ୟଭାମାପୁରେ ଜନମ ଲଭିଣ

  ସତ୍ୟକୁ ଆୟୁଧ କରି,

ଭାଷା, ମାଟି ପାଇଁ ଲଢ଼ି ଯୋଦ୍ଧା ହୋଇ

   ଆଣିଲେ ବିଜୟ ଶିରି।


ଅନେକ ନାମରେ ପ୍ରଥମ ହେବାର

   ଥିଲେ ପ୍ରଥମ ଓଡ଼ିଆ,

ବିଶ୍ଵ ଦରବାରେ ଜାତି ଟେକ ପାଇଁ

   କାମ ତ ଥିଲା ବଢ଼ିଆ।


ମୁକୁଟ ବିହୀନ ସମ୍ରାଟ ତ ଥିଲେ

   କଳିଙ୍ଗ ସାମ୍ରାଜ୍ୟ ପାଇଁ,

ଉତ୍କଳ ମାତାର ଫୁଲିଉଠେ ଛାତି

   ଏଭଳି ସନ୍ତାନ ପାଇ।


ସ୍ଵାଭିମାନୀ ଥିଲେ ଭାଷା, ଜାତି ପାଇଁ

   ଉଚ୍ଚ ରଖିଥିଲେ ଶିର,

ବୁଦ୍ଧିମତା ଆଗେ କିଏ ହେବ ସରି

   ଆପଣତ ଜାତିସ୍ମର।


ଉତ୍ତର ଦାୟାଦ କାଣିଚାଏ ଯଦି

   ରଖିଥାନ୍ତା ସେହି ଗୁଣ,

ଏ ମାଟି ସନ୍ତାନ ପେଟ ପୋଷିବାକୁ

  ଖଟୁ ନ ଥାନ୍ତା ଦାଦନ।


ଉତ୍କଳ ମାତାର ଅଙ୍ଗ ଚ୍ଛେଦନରେ

  ଚୁପ୍ ନ ଥାନ୍ତା ଏ ଜାତି,

ଭାଷା ଅବକ୍ଷୟ ଦେଖିଣ ଚକ୍ଷୁରେ

   ନ ସହନ୍ତା ମୁଣ୍ଡପାତି !


ଯେଉଁଠି ଥିଲେ ବି ଦେଖନ୍ତୁ ତ ଥରେ

  ଏ ରାଜ୍ୟର ପରିସ୍ଥିତି,

ଏହି କ'ଣ ସେହି ସ୍ଵପ୍ନର ପ୍ରଦେଶ

  ଗାଉଥିଲେ ଯାହା ଗୀତି !


Rate this content
Log in

Similar oriya poem from Inspirational